• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଷ୍ଟ୍ରପତି ଭବନର ଦରବାର ହଲ୍' ଏବଂ 'ଅଶୋକ ହଲ୍'ର ନାମ ପରିବର୍ତ୍ତନ କରାଯାଇଛି। ଅଶୋକା ହଲର ନାମ ଅଶୋକା ମଣ୍ଡପ ହୋଇଥିବା ବେ‌ଳେ ଦରବାର ହଲର ନାମ ଗଣତନ୍ତ୍ର ମଣ୍ଡପ ରଖାଯାଇଛି।

  2. 2.ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି ।

  3. 3.ପ୍ରଥମ ଥର ରାଜ୍ୟ ସରକାର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫ ଶହ ୩୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍ ବିତରଣ କରିବା ପାଇଁ “ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ” ଯୋଜନା ଅଧୀନରେ ୫୪ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି।

  4. 4.ବଜେଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ସେବା ପାଇଁ ସହାୟତା ଘୋଷଣା କରିଛନ୍ତି। ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ୩୦ ହଜାର ରିହାତି ଦେବ। ସେହିପରି ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ମିଳିବ। ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଲାଗୁ କରାଯିବ।

  5. 5.ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ମୁଖମନ୍ତ୍ରୀ ସାମାଜିକ ସୁରକ୍ଷା ଭତ୍ତାକୁ ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ୮୦ ବର୍ଷରୁ ଅଧକ ବୟସର ବରିଷ୍ଠ ନାଗରିକ ଓ ୮୦ପ୍ରତିଶତରୁ କମ ହୋଇନଥିବା ଦିବ୍ୟାଙ୍ଗମାନଙ୍କୁ ମିଳିବ ।

  6. 6.ଆଦିବାସୀ ଗ୍ରାମଗୁଡ଼ିକର ବିକାଶ ପାଇଁ ୫ ବର୍ଷରେ ୫୦୦ଟି ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ପାଇଁ ୨୦୦ କୋଟିର ବ୍ୟୟବରାଦ କରାଯାଇଛି ।

  7. 7.ଆମେରିକା ଭାରତ ଭ୍ରମଣରେ ଯାଉଥିବା ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ କଶ୍ମୀର ସହିତ ଭାରତ-ପାକ ସୀମାନ୍ତବର୍ତ୍ତୀ ଅଂଚଳ ଓ ଦେଶର ମଧ୍ୟ ଏବଂ ପୂର୍ବଭାଗକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି।

  8. 8.ଅରୁଣାଚଳ ପ୍ରଦେଶର ୬୦୦ଟି ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଯେଉଁ ସ୍କୁଲରେ ଖୁବ୍‌ କମ୍‌ ସଂଖ୍ୟକ ପିଲା ଅଛନ୍ତି ଏବଂ ଚଳିତ ଶିକ୍ଷାବର୍ଷ ନିମନ୍ତେ ନୂଆ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି ସେପରି ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  9. 9.ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି ।

  10. 10.ରେଳ ସୁରକ୍ଷା ବଳ (ଆରପିଏଫ)ରେ ବଡ଼ ନିଯୁକ୍ତି ସୁଯୋଗ ରହିଛି। ଖୁବଶୀଘ୍ର ଆରପିଏଫରେ ୩୨ ହଜାର ପଦବୀ ପୂରଣ କରାଯିବ।

  11. 11.ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଢାଞ୍ଚାରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପ୍ରଚଳନ କରିଛନ୍ତି।

  12. 12.ସରକାର ଓଏଏସ୍‌ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

  13. 13.କଟକ ଏସ୍‌ବି ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଏପରି କି ଚିଳିତ ବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯିବା ନେଇ ବଜେଟରେ ଯୋଜନା କରାଯାଇଛି।

  14. 14.ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ସାର୍ବଜନୀନ ବ୍ୟାପକ ଚକ୍ଷୁ ଯତ୍ନସେବା ଯୋଗାଇଦେବା ଉଦ୍ଦେଶ୍ୟରେ “ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା”ର ଶୁଭାରମ୍ଭ କରିଛନ୍ତି ମୋହନ ସରକାର। ଏହି ଯୋଜନା ଦ୍ୱାରା ମୋତିଆ ବିନ୍ଦୁ, ଗ୍ଲୁକୋମା ଓ କର୍ଣିଆର ଅସୁସ୍ଥତା କ୍ଷେତ୍ରରେ ଅସ୍ତ୍ରୋପଚାର ଓ ମାଗଣା ଚଷମା ବଣ୍ଟନପରି ଉପଯୁକ୍ତ ହସ୍ତକ୍ଷେପ ପାଇଁ ବିଭିନ୍ନ ବୟସ ବର୍ଗର ଚକ୍ଷୁ ପରୀକ୍ଷା କରା‌ଯିବ।

  15. 15.୨୦୨୩-୨୪ରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ। ୨୦୨୨-୨୩ରେ ଏହା ୭.୯ ପ୍ରତିଶତ ଥିଲା।

  16. 16.୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ବାର୍ଷିକ ୧୨.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ରେ ଏକାଦଶ ସ୍ଥାନ‌ରେ ରହିଛି

  17. 17.ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଅଧିନରେ ୬୨୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି

  18. 18.ଅଲମ୍ପିକ୍ସର ଉଦଘାଟନୀ ଉତ୍ସବରେ ହଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସେଲିନ ଡି‌ୟୋନ ଗୀତ ଗାଇବେ ବୋଲି ନିଶ୍ଚିତ ହୋଇଛି। ସିନେମା ‘ଟାଇଟେନିକ’ରେ ଥିବା ଗୀତ ‘ମାଇ ହାର୍ଟ ଉଇଲ ‌ଗୋ ଅନ’କୁ ଗାଇଥିବା ସେଲିନ ୨୦୨୨ ଡିସେମ୍ବରରେ ଏକ ବିରଳ ରୋଗରେ ପୀଡ଼ତ ବୋଲି ସମସ୍ତଙ୍କୁ ଜଣାଇଥିଲେ। ଏହି ବିରଳ ରୋଗଟି ହେଉଛି ଷ୍ଟିଫ ପର୍ସନ ସିଣ୍ଡ୍ରୋମ।

  19. 19.ଚଳିତ ଅଲମ୍ପିକ୍ସ ଖେଳ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ ଜିତିଥିଲା। ଚଳିତ ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି।

  20. 20.ବିଧାନସଭାରୁ ଭାଜପା ଟିକେଟରେ ବିଧାୟିକା ହୋଇଥିବା ଶ୍ରେୟାଶୀ ସିଂହ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ‌ଶ୍ରେୟାସୀ ବିଧାୟିକା ହେବା ପୂର୍ବରୁ ହେଉଛନ୍ତି ଜଣେ ସୁଟର। ତେଣୁ ସେ ସୁଟର ଭାବେ ଚଳିତ ଅଲମ୍ପିକ୍ସରେ ଖେଳିବା ପାଇଁ ସଟ୍‌ଗନ୍‌ ମହିଳା ଇଭେଣ୍ଟରେ ପ୍ରତିଯୋଗିତା କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.