-
1.ଚଳିତ ବର୍ଷ ନଭେମ୍ବର ୫ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ୧୬୦ ନିୟୁତ ପଞ୍ଜୀକୃତ ଭୋଟର ଯୁକ୍ତରାଷ୍ଟ୍ର ଆମେରିକାର ୬୦ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ।
-
2.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ୨ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଦୁଇଟି ନୂଆ ପ୍ରକଳ୍ପ ହେଉଛି ଇଏସଆଇ ହସ୍ପିଟାଲ। କେନ୍ଦୁଝର ଓ ସୋନପୂର ସହରରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବ।
-
3.କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାଇ ଯେ ଗତ ୩ ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୨୨ରେ ଭାରତରେ ୧୪,୬୧,୪୨୭ ନୂଆ ମାମଲା ସାମ୍ନାକୁ ଆସିଛି, ୨୦୨୩ରେ ୧୪,୯୬,୯୭୨ ନୂଆ ମାମଲା ସାମ୍ନାକୁ ଆସିଛି, ଚଳିତ ବର୍ଷ ଅର୍ଥାତ ୨୦୨୪ରେ ଏପର୍ଯ୍ୟନ୍ତ ୧୫,୩୩,୦୫୫ ମାମଲା ସାମ୍ନାକୁ ଆସିଛି ।
-
4.ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ସରକାର ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ । ସେମାନଙ୍କୁ ୟୁପି ପୁଲିସ ଏବଂ ପିଏସିରେ ସଂରକ୍ଷଣର ସୁବିଧା ଦିଆଯିବ ।
-
5.କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସରକାର ଟୋଲ୍ ଉଚ୍ଛେଦ କରୁଛନ୍ତି ଏବଂ ଖୁବଶୀଘ୍ର ସାଟେଲାଇଟ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରାଯିବ।
-
6.କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ
-
7.ଅନଲାଇନ୍ ଗେମ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ୬ଜଣଙ୍କ ଘରେ ଚଢ଼ାଉ କରିଛି ଇଡି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗାଁରେ ରହୁଥିବା ୬ଜଣଙ୍କ ଘରେ ଇଡି ଚଢ଼ାଉ କରିଛି।
-
8.ଅଗ୍ନିବୀର ପାଇଁ ଓଡିଶା ସରକାର ବିଏସଏଫ, ସିଆଇଏସଏଫ ଏବଂ ଆରପିଏଫରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଘୋଷଣା କରିଛନ୍ତି ।
-
9.କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତିା
-
10.ଅନିୟମିତତା ମାମଲାର ଯାଞ୍ଚ୍ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା – ସିବିଆଇ ତଦନ୍ତ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମ୍ବାଦକୁ ଖଣ୍ଡନ କରିଛି। ସିବିଆଇ କହିଛି, ଏପର୍ଯ୍ୟନ୍ତ ଏହି ଘଟଣାରେ ୩୩ଟି ସ୍ଥାନରେ ଚଢ଼ାଉ କରାଯାଇଛି ଏବଂ ୩୬ ଜଣଙ୍କୁ ଗିରଫ କରାଯାଇଛି।
-
11.ବଜେଟ୍ରେ ସୁନା ଓ ରୂପାର ସୀମା ଶୁଳ୍କ ହ୍ରାସ କରାଯିବା ପରେ ୩ ଦିନ ମଧ୍ୟରେ ସୁନା ୫,୦୦୦ ଟଙ୍କା ଏବଂ ରୂପା ୬,୪୦୦ ଟଙ୍କା ଶସ୍ତା ହୋଇଛି।
-
12.ପ୍ରତି ୧୦ରୁ ୭ ଜଣ ଖୁଚୁରା ନିବେଶକ ଷ୍ଟକ୍ ବଜାରରେ କ୍ଷତି ସହୁଥିବା ଜଣାପଡ଼ିଛି। ଏହା ପୂର୍ବରୁ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଇକ୍ବିଟି ଡେରିଭେଟିଭ୍ ବର୍ଗରେ ପ୍ରତି ୧୦ ଜଣରୁ ୯ ଜଣ ଟ୍ରେଡର୍ କ୍ଷତି ସହୁଛନ୍ତି।
-
13.ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଜାତିସଂଘର ପ୍ରସ୍ତାବ ଯୋଗୁଁ ମୁଁ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ବାଧ୍ୟ।
-
14.କେତେକ ଉପଦ୍ରବକାରୀ ଫ୍ରାନ୍ସର ହାଇସ୍ପିଡ ରେଳ ନେଟୱାର୍କ ଉପରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜ୍ଜା କରିଛନ୍ତି । ଫଳରେ ରେଳଚଳାଚଳକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି ।
-
15.ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ ବିଧିବଦ୍ଧ ଭାବେ ଆରମ୍ଭ ହେଛି ଏହା ୪ ସପ୍ତାହ ଧରି ହେବ ।
-
16.ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ; ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ। ଲଘୁଚାପ ନେଇ ୧୩ ଜିଲାକୁ ସଜାଗ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ ଦେଇଛନ୍ତି।
-
17.ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୁକତେଲ ପ୍ରକଳ୍ପର କୁବେର ଯନ୍ତ୍ରୀ ସୁନିଲ ରାଉତଙ୍କର ଅମାପ ସମ୍ପତ୍ତି ଠାବ ହୋଇଛି। ଉତ୍ତରପ୍ରଦେଶର ମଥୁରାରେ ସୁନିଲ ୨ଟି ପ୍ଲଟ କିଣିଥିବା ଭିଜିଲାନ୍ସ ଟିମ ଖୋଳତାଡ଼ରୁ ଜଣାପଡ଼ିଛି।
-
18.ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି।
- 19..ଭାରତ ଏବଂ ଚୀନ୍ ସେମାନଙ୍କ ବିବାଦୀୟ ସୀମାରୁ ନିଜ ନିଜର ସେନା ପ୍ରତ୍ୟାହାର କରିବାପାଇଁ ଜରୁରୀ ଭିତ୍ତିରେ କାମ କରିବାପାଇଁ ରାଜି ଅଛନ୍ତି ବୋଲି ଭାରତ ସରକାର କହିଛନ୍ତି।
- 20.ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଏହା ବାବଦରେ ଡିସେମ୍ବର ୩୧, ୨୦୨୩ ସୁଦ୍ଧା ୧୫ କୋଟି ୫୮ ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ ହୋଇଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.