• +91-9861016349 / +91-9437281655
  • Email: amarisatya@gmail.com

Odia Current News

  • 1.୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ଉପରେ ୯୬,୩୧୦.୪୦ କୋଟି ଟଙ୍କାର ଋଣ ରହିଥିବା ବେଳେ ମୁଣ୍ଡପିଛା ଋଣ ଭାର ୨୦,୭୩୬ ଟଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି।

  • 2.କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାର ପର୍ଯ୍ୟଟନ, ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାରପ୍ରସାର ଲାଗି ସହାୟତା ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିବା ପରେ ହୋଟେଲ୍‌ ଶିଳ୍ପ ବେଶ୍ ଉତ୍ସାହିତ ହୋଇପଡ଼ିଛି।

  • 3.ସୂଚନା ପ୍ରଯୁକ୍ତି ରପ୍ତାନି କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ୨୦୨୩-୨୪ରେ ରାଜ୍ୟରୁ ୭୫୦୦ କୋଟି ଟଙ୍କାର ଆଇଟି ରପ୍ତାନି ହୋଇଥିବା ଆକଳନ କରାଯାଇଛି।

  • 4.ବର୍ତ୍ତମାନ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୨୮ ପ୍ରତିଶତ ଭଳି ଚାରିଥାକିଆ ଜିଏସ୍‌ଟି ଢାଞ୍ଚା ରହିଛି। ସେଥିରେ ବିଭିନ୍ନ ‌ସାମଗ୍ରୀ ଓ ସେବା ଅନ୍ତର୍ଭୁକ୍ତ କରିବା ବେଳେ ଅସୁବିଧା ସାମ୍ନା କରିବାକୁ ପଡ଼ୁଛି। ତେଣୁ ଏହା ବଦଳରେ ୮ ପ୍ରତିଶତ, ୧୬ ପ୍ରତିଶତ ଓ ୨୪ ପ୍ରତିଶତ କିମ୍ବା ୯ ପ୍ରତିଶତ, ୧୮ ପ୍ରତିଶତ ଓ ୨୭ ପ୍ରତିଶତ ଭଳି ତିନିଥାକିଆ ଢାଞ୍ଚା ଲାଗୁ କରିବା ଉପରେ ବିଚାର କରାଯାଉଛି।

  • 5.ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହା ଏକ ୱେବ୍‌ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍‌ ବିଶିଷ୍ଟ ୫ଟି ଅଧ୍ୟାୟ ରହିବ। ରିଜର୍ଭ ବ୍ୟାଙ୍କ ଏହାର ୯୦ତମ ବାର୍ଷିକୀ ପାଳନର ଅଂଶବିଶେଷ ଭାବେ ଏହି ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି।

  • 6.କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା-ଏନ୍ଏଟିଏସ୍ ୨.୦ ପୋର୍ଟାଲର ଶୁଭାରମ୍ଭ କରିବା ସହ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଷ୍ଟାଇପେଣ୍ଡ ଭାବେ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

  • 7.ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୧ କୋଟିରୁ ଅଧିକ କୃଷକଙ୍କୁ ୩.୨୪ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି।

  • 8.୨୦୧୩ ଜୁନ୍‌ରେ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହୋଇ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ଭାରତ ଇତିହାସରେ ସବୁଠାରୁ ବଡ଼ ଭୂସ୍ଖଳନ ଥିଲା। ଏହି ଭୂସ୍ଖଳନରେ ୪,୨୦୦ରୁ ଅଧିକ ଗାଁ ଧୋଇ ହୋଇଯାଇଥିଲା।

  • 9.କେରଳର ୱାୟନାଡ଼ରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ ୧୨୨ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି।

  • 10. ଝାଡଖଣ୍ଡ ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ ଘୋଷଣା କରିଥିଲେ ଯେ ରାଜ୍ୟରେ ଆୟକର ଦେଉ ନ ଥିବା ଲୋକଙ୍କୁ ଘର ନିର୍ମାଣ ପାଇଁ ମାଗଣାରେ  ବାଲି ଦିଆଯିବ।

  • 11. ସରକାରୀ କର୍ମଚାରୀଙ୍କ ପେନସନ ବ୍ୟବସ୍ଥାର ସମୀକ୍ଷା ପାଇଁ ଗଠିତ କମିଟି ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିନାହିଁ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ସଂଶୋଧନ ପାଇଁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

  • 12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଜିଡିପି ୮% ହାରରେ ବୃଦ୍ଧି ପାଉଛି ଏବଂ ସେ ଆଶା କରୁଛନ୍ତି ଯେ ଦେଶ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ।

  • 13. ଓଡିଶା ବିଧାନସଭାରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି ।

  • 14.ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ହକି ଟିମ୍ ମଙ୍ଗଳବାର ପୁଲ ବି ରେ ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି ।

  • 15. ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ଦ୍ଵିତୀୟ ପଦକ। ମଙ୍ଗଳବାର ସୁଟିଂରେ ଭାରତରକୁ ମିଳିଛି ଆଉ ଏକ କାଂସ୍ୟ ପଦକ। ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଏହି ପଦକ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.