- 1. ରାଜ୍ୟ ସରକାର ଆଉ ୬-୭ ମାସ ପରେ ଆୟୋଜନ କରିବେ ପ୍ରଥମ ନିବେଶ ସମ୍ମିଳନୀ ‘ଉତ୍କର୍ଷ ଉତ୍କଳ’। ପୂର୍ବର ବିଜେଡି ସରକାର ଅମଳରେ ‘ମେକ୍ ଇନ୍ ଓଡ଼ିଶା’ ନାମରେ ଏହି ସମ୍ମିଳନୀ ଆୟୋଜନ ହେଉଥିଲା।
-
2.ରାଷ୍ଟ୍ରାୟତ୍ତ ଜୀବନ ବୀମା କମ୍ପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ୫ ପ୍ରତିଶତ ଅଂଶଧନ ବିକ୍ରି କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ କମ୍ପାନିରେ ସରକାରଙ୍କ ୯୬.୫ ପ୍ରତିଶତ ଅଂଶଧନ ରହିଛି।
-
3.କମ୍ପ୍ୟୁଟର ଓ ଲାପ୍ଟପ୍ ନିର୍ମାଣ କରୁଥିବା ବିଶ୍ବର ଅଗ୍ରଣୀ ସଂସ୍ଥା ଡେଲ୍ ଏହାର ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କମ୍ପାନି ଅଧିକ ଧ୍ୟାନ ଦେବାକୁ ଯାଉଥିବାରୁ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି।
-
4.ଗତ ୫ ବର୍ଷ ଓ ଚଳିତ ବର୍ଷ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ଓ ରକ୍ଷଣାବେକ୍ଷଣ ବାବଦରେ ୨୪ ହଜାର ୮୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
-
5.ଗେରୁଆ ରଙ୍ଗର ରେନକୋଟ୍ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ। ଟ୍ରାଫିକ ପୋଲିସଙ୍କୁ ଦିଆଯାଇଛି ନୂଆ ରେନ୍କୋଟ୍। । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି।
-
6.ନୋବେଲ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ଚୂଡାନ୍ତ ହୋଇଛି। ଗୁରୁବାର ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରିବେ।
-
7.ବର୍ତ୍ତମାନ ପର୍ଯ୍ୟନ୍ତ ଶେଖ ହସିନା କୌଣସି ଦେଶରୁ ଆଶ୍ରୟ ପ୍ରତିଶ୍ରୁତି ପାଇନାହାନ୍ତି। ସେ ଆମେରିକା, ବ୍ରିଟେନ, ଫିନଲ୍ୟାଣ୍ଡ କିମ୍ବା ଭାରତରେ ରହିପାରିବେ ଯେଉଁଠାରେ ତାଙ୍କ ପରିବାର ରହୁଥିଲେ। ‘ମୁଁ ୱାସିଂଟନରେ ଅଛି । ମୋ ମାଉସୀ ଲଣ୍ଡନରେ ଏବଂ ଭଉଣୀ ଦିଲ୍ଲୀରେ ରୁହନ୍ତି। ଭବିଷ୍ୟତ ନେଇ ଖୁବ୍ଶୀଘ୍ର କିଛି ନିଷ୍ପତ୍ତି ହେବ ।’
-
8.ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍ଭାଇରନ୍ମେଣ୍ଟ (ସିଏସ୍ଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀ-ଏନ୍ସିଆର୍ ଦେଶର ୧୦ଟି ସହର ତାଲିକାର ଶୀର୍ଷରେ ରହିଛି ଯେଉଁଠାରେ ଭୂପୃଷ୍ଠର ଉପରିଭାଗରେ ଥିବା ବାୟୁସ୍ତରରେ ଓଜୋନ (ଓ୩)ର ମାତ୍ରା ସର୍ବାଧିକ ରହିଛି।
-
9.ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲରେ ଗତ ୫ ମାସରୁ ଶୁଣାଣି ଠପ୍ ରହିଛି।
-
10.ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ସେପ୍ଟେମ୍ବର ୩ରେ ଉପନିର୍ବାଚନ ହେବ। ଏ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି।
-
11.ପିଏମଏଲଏ ମାମଲାରେ ସୁପ୍ରିମକୋର୍ଟ ଇଡି ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ୫ ହଜାର ମାମଲା ମଧ୍ୟରୁ କେବଳ ୪୦ ଜଣଙ୍କୁ ଦଣ୍ଡ ଦିଆଯାଇଛି। ଇଡି ନିଜର ଗୁଣବର୍ତ୍ତା ଉପରେ ନଜର ରଖିବା ଆବଶ୍ୟକ।
-
12.ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ‘ଜନ ବିଦ୍ରୋହ’ର ରୂପ ନେଇଛି। ଦଙ୍ଗାକାରୀମାନେ ହିନ୍ଦୁ, ଖ୍ରୀଷ୍ଟିୟାନ, ଆୱାମୀ ଲିଗ୍ର ନେତା ଓ କର୍ମୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଲୁଟପାଟ ଚଳାଇଛନ୍ତି।
-
13.ଓଡ଼ିଆ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁ ଜାମ୍ମୁକଶ୍ମୀର ଡିଜିପି ହେଲେ।
-
14.ଭାରତୀୟ କ୍ରିକେଟ ଟିମ୍ ଶ୍ରୀଲଙ୍କାରେ ଖରାପ ପ୍ରଦର୍ଶନ କରିବା ପରେ ଓ୍ବନଡେ ସିରିଜରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚ କୋଲମ୍ବୋରେ ଟାଇ ହୋଇଥିଲା । ଏହା ପରେ ଉଭୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ହାର୍ ସ୍ବୀକାର କରିବାକୁ ପଡିଛି ।
-
15.କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡିବା ପରେ ସେ ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
