-
1. ହମାସ୍-ଇସ୍ରାଏଲ ଯୁଦ୍ଧ ଭିତରେ ଇରାନକୁ ଏକ ବହୁତ ବଡ଼ ଝଟ୍କା ମିଳିଛି। ତେହେରାନରେ ହମାସର ରାଜନୈତିକ ମୁଖ୍ୟ ଇସ୍ମାଇଲ ହାନିୟେହଙ୍କୁ ହତ୍ୟା କରାଯାଇଛି।
-
2. ଦେଶର ପ୍ରାୟ ୩୦୦ କୋଅପରେଟିଭ୍ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସାଇବର୍ ଆକ୍ରମଣର ଶିକାର ହୋଇଛନ୍ତି।
-
3. ୱାୟନାଡ଼ର ମୁଣ୍ଡାକ୍କାଇରେ ଗତକାଲି ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୭୦ରେ ପହଞ୍ଚିଛି। ୨୨୫ ଜଣ ଏବେ ବି ନିଖୋଜ ଅଛନ୍ତି। ୨୦ ଘଣ୍ଟାର ଉଦ୍ଧାର ଅପରେସନ୍ ଗତରାତିରେ ଅସ୍ଥାୟୀ ଭାବେ ବନ୍ଦ ରହିବାପରେ ଆଜି ସକାଳେ ପୁଣି ଆରମ୍ଭ ହୋଇଥିଲା।
-
4. କିଂବଦନ୍ତି କ୍ରିକେଟର୍ ଅଂଶୁମାନ ଗାଏକ୍ବାଡଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଅନେକ ଦିନଧରି ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ।
-
5. ସାଧାରଣ ନିର୍ବାଚନର ବିପର୍ଯ୍ୟୟ ପରେ ବିଜେଡିକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି। ଏହା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି।
-
6. ରାଜସ୍ଥାନ ଶିକ୍ଷାବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜୟନ୍ତୀ ଦିନ ସ୍କୁଲ ଛୁଟି ହେବ ନାହିଁ। ଅର୍ଥାତ ରାଜ୍ୟର କୌଣସି ସ୍କୁଲରେ ଇନ୍ଦିରା ଗାନ୍ଧୀ ଜୟନ୍ତୀ ପାଳନ କରାଯିବ ନାହିଁ।
-
7. ଅଗଷ୍ଟ ୧ଠାରୁ ଦେଶରେ ଫାସ୍ଟ୍ୟାଗ୍କୁ ନେଇ ନୂଆ ନିୟମ ଲାଗୁ ହେବ। ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍ଟ୍ୟାଗ୍ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍ଟ୍ୟାଗ୍କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ।
-
8. ବିଜେପି ନେତା ତଥା କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି। ଜୀବନ ବୀମା ଏବଂ ମେଡିକାଲ ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସ୍ଟି ହଟାଇବାକୁ ସେ ନିର୍ମଳା ସୀତାରମଣଙ୍କୁ କହିଛନ୍ତି।
-
9. ପାକିସ୍ତାନର ଉତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି। ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ ସଂଘର୍ଷରେ ଏବେ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି।
-
10. ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାଙ୍କୁ ଆଇଏଏସ ଚାକିରିରୁ ବହିସ୍କାର କରାଯିବା ସହିତ ଭବିଷ୍ୟତରେ ସମସ୍ତ ପରୀକ୍ଷା ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଛି।
-
11. ଆଇଏଏସ ଅଧିକାରୀ ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସମ୍ବିଧାନର ଧାରା ୩୧୬ଏ ଅଧୀନରେ ଅଗଷ୍ଟ ୧ରେ ସେ ଦାୟିତ୍ବ ଗ୍ରହଣ କରିବେ।
-
12. କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
-
13. ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ ଗାଁରେ ଘଟିଛି। ରାତିରେ ସୁଶୀଲଙ୍କ ପରିବାର ସଦସ୍ୟ ଖାଇପିଇ ଶୋଇଥିଲେ। ମାତ୍ର ବିଳମ୍ବିତ ରାତିରେ ଲଗାଣ ବର୍ଷା ହେତୁ ଘର ଭୁଶୁଡ଼ି ପଡ଼ିଥିଲା। ଆଉ ତା’ ତଳେ ସମସ୍ତ ପରିବାର ସଦସ୍ୟ ଚାପି ହୋଇ ଯାଇଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ସମସ୍ତଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ।
-
14. ଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତର କନିକା ଜାତୀୟ ଉଦ୍ୟାନ। ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା
-
15. ପରାଜୟ ସହ ମହିଳା ଏକକ ବର୍ଗରେ ମନିକା ବାତ୍ରାଙ୍କ ପ୍ୟାରିସ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.