- 1.ଇସ୍ରାଏଲ ଗାଜାର ଖାନ୍ ୟୁନିସ ଅଂଚଳରେ ଦୁଇଟି ପର୍ଯ୍ୟାୟରେ ବିମାନ ଆକ୍ରମଣ କରିଛି। କେତେକ ନିର୍ଦ୍ଦିଷ୍ଟ କୋଠାକୁ ଟାର୍ଗେଟ୍ କରି ବୋମାମାଡ଼ ହେବାପରେ ଅତିକମ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି।
- 2.ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କବିତାଙ୍କ ଜାମିନ ଆବେଦନକୁ ଗ୍ରହଣ କରି କହିଛନ୍ତି ଯେ ଏହି ମାମଲାର ତଦନ୍ତ ଶେଷ ହୋଇଛି।
- 3.ଲକାତା ପରେ ରାଜସ୍ଥାନର ଯୋଧପୁରର ଏକ ସରକାରୀ ହସ୍ପିଟାଲରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଜଣେ ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଛି।
- 4.ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା (ସିବିପି) ୨୦୨୨ ଅଧିନିୟମ ଅନୁଯାୟୀ ୨୦୨୩ ଅକ୍ଟୋବରଠାରୁ ଭାରତରୁ ପ୍ରାୟ ୪୩ ନିୟୁତ ଡଲାରର ଇଲେକ୍ଟ୍ରୋନିକ୍ସ ଉପକରଣ ଶିପମେଣ୍ଟ୍ ବନ୍ଦ କରିଦେଇଛି।
- 5.ରାଜ୍ୟରେ ମୋଟ୍ ସରକାରୀ ଉଦ୍ୟୋଗ ସଂଖ୍ୟା ୬୪ ଥିବା ବେଳେ ସେଥିରୁ ୨୮ଟି ଉଦ୍ୟୋଗ ଅଚଳ ରହିଛି ବୋଲି ବିଧାନସଭାରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
- 6.ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଓଡ଼ିଶା ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷ ଜନ୍ମାଷ୍ଟମୀରେ ରାଜ୍ୟରେ ୫୦୦ କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଆଶା କରାଯାଉଛି।
- 7.ୟୁଟ୍ୟୁବ୍ ଦେଖିବା ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କାରଣ କମ୍ପାନୀ ଦ୍ୱାରା ସବସ୍କ୍ରିପସନ୍ ଯୋଜନାର ମୂଲ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଯେଉଁମାନେ ଆଡ୍ ଫ୍ରି ସବସ୍କ୍ରିପସନ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟ୍କା ମିଳିବାକୁ ଯାଉଛି।
- 8.‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା,ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅ ବି ସାମିଲ ହେବେ ।
- 9.ସନ୍ତୋଷ କୁମାର କର ଓ ଦ୍ବିତି ଚନ୍ଦ୍ର ସାହୁ ଜାତୀୟ ପୁରସ୍କାର ପାଇଁ ୨ ଓଡ଼ିଆ ଶିକ୍ଷକ ମନୋନୀତ ହୋଇଛନ୍ତି ।
- 10ବିଜେପି ପ୍ରାର୍ଥୀ ମମତା ମହାନ୍ତ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
- 11.ରାଜ୍ୟ ସରକାର ୭୮ ହଜାର ୯୧୯ ସରକାରୀ ପଦବୀ ପୂରଣ କରିବେ ।
- 12.ବାର୍ଡ-ଫ୍ଲୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପିପିଲି ଓ ସତ୍ୟବାଦୀରେ ଜୋରଦାର ପ୍ରୟାସ, ସଂକ୍ରମିତ ଅଞ୍ଚଳରୁ ୪ର୍ଥ ଦିନରେ ମରାଗଲା ୨୩୮୪ ବ୍ରଏଲର ଓ ୧୫୪ ଦେଶୀ କୁକୁଡା।
- 13.ଆରମ୍ଭ ହେଲାଣି ପାଠପଢ଼ା +୩ରେ ଫାଙ୍କା ପଡ଼ିଛି ଲକ୍ଷେ ସିଟ୍, ସରୁନି ନାମଲେଖା ପ୍ରକ୍ରିୟା ।
- 14.୨୩ ଲକ୍ଷ କର୍ମଚାରୀଙ୍କୁ ୟୁନିଫାଏଡ୍ ପେନସନ୍ ସ୍କିମ୍ ଉପକୃତ କରିବ ।
- 15.ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେବା ପରେ ଅଭିନେତା ମୋହନଲାଲଙ୍କ ନେତୃତ୍ୱାଧୀନ ମାଲୟାଲମ ସିନେମାର ଶୀର୍ଷ ନିୟନ୍ତ୍ରକ ସଂସ୍ଥା ମଙ୍ଗଳବାର ଇସ୍ତଫା ଦେଇଛନ୍ତି।
- 16.ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନାମରେ ସାଇବର ଠକମାନେ ଟଙ୍କା ମାଗିଛନ୍ତି। ଠକମାନେ ଲେଖିଛନ୍ତି, 'ହେଲୋ, ମୁଁ ସିଜେଆଇ ଏବଂ କଲେଜିୟମ୍ ସହ ଆମର ଜରୁରୀ ବୈଠକ ରହିଛି। ମୁଁ କନଟପ୍ଲେସ୍ ରେ ଫସି ରହିଛି । ଆପଣ ମୋତେ କ୍ୟାବ୍ ପାଇଁ ୫୦୦ ଟଙ୍କା ପଠାଇପାରିବେ କି? କୋର୍ଟରେ ପହଞ୍ଚିବା ପରେ ଟଙ୍କା ଫେରାଇଦେବି।
- 17.ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ଘଟିଛି। ବନ ବିଭାଗ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ପାର୍କ ଭିତରେ ଏକ ଡ୍ରେନରେ ନାମିବିଆରୁ ଆସିଥିବା ଚିତା ପବନର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
- 18.ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଏଚଡି କୁମାସ୍ୱାମୀଙ୍କ ବିରୋଧରେ ଲୋକାୟୁକ୍ତ ଏବଂ ଏସଆଇଟିର ତଦନ୍ତ ଶେଷ ହୋଇଛି। ଏହି ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ଏକ ଚିଠି ଲେଖିଛନ୍ତି। କିନ୍ତୁ ଏହାକୁ ନେଇ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କ ଅନୁମୋଦନ ମିଳି ନାହିଁ।
- 19.ପ୍ୟାରିସ ପାରା ଅଲିମ୍ପିକରେ ,ଭାରତରୁ ୮୪ ଜଣ ଆଥଲେଟ୍ ଭାଗ ନେବେ।
- 20.ଜୟ ଶାହ, ନିର୍ବିରୋଧରେ ICC ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.