-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ନୀତି ଅଧୀନରେ ୨୩୪ଟି ନୂଆ ସହରରେ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍ ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶାର ୬ଟି ସ୍ଥାନରେ ନୂତନ ଘରୋଇ ଏଫଏମ ଷ୍ଟେସନ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି | ଏହି ସହରଗୁଡିକ ହେଉଛି ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ଭଦ୍ରକ, ପୁରୀ, ସମ୍ବଲପୁର |
-
2.କେନ୍ଦ୍ର ସରକାର ୧୨ ଶିଳ୍ପ ସ୍ମାର୍ଟ ସିଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୧୦ ଲକ୍ଷ ଏବଂ ପରୋକ୍ଷ ଭାବେ ୩୦ ଲକ୍ଷ ଲୋକଙ୍କୁ ରୋଜଗାର ସୁବିଧା ମିଳିବ।
-
3.ରାଜ୍ୟସଭାରେ ଏନ୍ଡିଏ ୧୧ଟି ଆସନ ଓ କଂଗ୍ରେସ ୧ଟି ଆସନ ହାତେଇଛି। ବିଜେପିର ୯, ଏନ୍ସିପି (ଅଜିତ ପାୱାର୍) ଦଳର ଜଣେ, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଉପେନ୍ଦ୍ର କୁଶବାହା) ଦଳର ଜଣେ ଏବଂ କଂଗ୍ରେସର ଜଣେ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
-
4.ରାଜଧାନୀ ଭୁବନେଶ୍ୱରରେ ବୁଧବାର ୪ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ପଡୋଶୀ ଘରର ୩୦ ବର୍ଷର ଯୁବକ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବା କୁହାଯାଉଛି।
-
5.କୋଲକାତା ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ବୁଧବାର ତାଙ୍କ ସଦସ୍ୟତା ପଦରୁ ନିଲମ୍ବନ କରିଛି ଆଇଏମ୍ଏ।
-
6.ଶ୍ରୀ ମନ୍ଦିରରେ ଥିବା ଆନନ୍ଦ ବଜାରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବାକୁ ପୂର୍ବତନ ସେନା କର୍ମଚାରୀମାନେ ମୁତୟନ ହେବେ ବୋଲି ମନ୍ଦିର ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି।
-
7.ସାଇନ୍ସ ଆଲର୍ଟ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନରେ କୁହାଯାଇଛି ଯେ ମଣିଷର ୱାଇ କ୍ରୋମୋଜୋମ ହ୍ରାସ ପାଉଛି ଏବଂ ଭବିଷ୍ୟତରେ ଏହା ସମ୍ପୂର୍ଣ୍ଣ ରୂପେ ଲୋପ ହୋଇ ଯାଇପାରେ। ତଥାପି, ଏହାକୁ ଶେଷ ହେବାକୁ ଲକ୍ଷ ଲକ୍ଷ ବର୍ଷ ଲାଗିବ। ଯଦି ମଣିଷ ୱାଇ କ୍ରୋମୋଜୋମରେ ବିକଳ୍ପ ଭାବରେ ଏକ ନୂଆ ଜିନ ବିକଶିତ କରିବାକୁ ସକ୍ଷମ ନ ହୁଏ ଏବଂ ୱାଇ କ୍ରୋମୋଜୋମରେ ଏଭଳି ଅବନତି ଜାରି ରୁହେ, ତେବେ ପୃଥିବୀରେ ମଣିଷ ଜୀବନ ସମ୍ପୂର୍ଣ୍ଣ ଲୋପ ହୋଇ ଯାଇପାରେ।
-
8.ଓଡ଼ିଶାର ଜାଭେଲିନ୍ ଥ୍ରୋ ତାରକା କିଶୋର ଜେନା ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ‘ଆଥଲେଟ୍ ଅଫ୍ ଦି ଇୟର’ ବର୍ଗରେ ସେ ଏହି ପୁରସ୍କାର ପାଇବେ। ସେହିପରି ହକି ଅଲିମ୍ପିଆନ ଲାଜରୁସ ବାର୍ଲାଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ପ୍ରଦାନ କରାଯିବ।
-
9.ଓଡ଼ିଶାର ୨ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି। ବରଗଡ଼ ରୋଡ ଓ ନୂଆପଡ଼ା ରୋଡ ୧୩୮କି.ମି. ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨୯୨୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଲାଇନ ହେବା ପରେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ।
-
10.ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର ହେବେ ମଙ୍ଗଳା । ସେ ଚୟନ ହେବା ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଆସନ୍ତା ୩୦ ତାରିଖରେ ନାମ ଲେଖାଇବେ ।
-
11.ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ ।
-
12.ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ଶୁଣାଣି ହୋଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେ ହେଲେ ଅରବିନ୍ଦ ଖଟୁଆ।
-
13.ବିହାରର ସୀତାମଢ଼ିରେ ଜଣେ ମହିଳା ଗୋଟିଏ କି ଦୁଇଟି ନୁହେଁ ନିଜର ତିନି ନିରୀହ ପୁଅଙ୍କ ସହିତ ଏକ ପୋଖରୀକୁ ଡେଇଁ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କ ମୃତଦେହ ପୋଖରୀ ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।
-
14.ଫେମା ମାମଲାରେ ଇଡି ଜଣେ ଏମ୍ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଛି। ତେବେ ଡିଏମ୍କେ ଏମ୍ପି ଏସ୍ ଜଗତରକ୍ଷକ ଏବଂ ତାଙ୍କ ପରିବାର ଉପରେ ଇଡି ଏହି ଜରିମାନା କରିଥିବା ବେଳେ ୮୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
-
15. ହିମନ୍ତ ବିଶ୍ୱ ଶର୍ମା ଅଭିଯୋଗ କରିଛନ୍ତି ଯେ ଅଗଷ୍ଟ ୩୦ ତାରିଖରେ ବିଜେପିରେ ଯୋଗଦେବାକୁ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଉପରେ ଝାଡ଼ଖଣ୍ଡ ପୁଲିସ ଗୁଇନ୍ଦାଗିରି କରୁଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.