• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଲାଣ୍ଡ ଗସ୍ତ ଆରମ୍ଭ ହୋଇଛି। ମୋଦୀ ପୋଲାଣ୍ଡ ପହଞ୍ଚିଛନ୍ତି। ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୋଲାଣ୍ଡ ଗସ୍ତ କରିଛନ୍ତି

  2. 2. ଦେଶରେ ୧୫୧ ଜଣ ସାଂସଦ ଏବଂ ବିଧାୟକଙ୍କ ନିର୍ବାଚନୀ ସତ୍ୟପାଠରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ସହ ଜଡିତ ମାମଲା ଘୋଷଣା କରିଛନ୍ତି। ଏହି ମାମଲାଗୁଡ଼ିକ ଯୌନ ଶୋଷଣ ଠାରୁ ଆରମ୍ଭ କରି ବଳାତ୍କାର ପର୍ଯ୍ୟନ୍ତ ରହିଛି। 

  3. 3. ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି।

  4. 4. ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଗଷ୍ଟ ୨୧ ବୁଧବାର ଦିନ ଭାରତ କରାଯାଇଛି। ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ସମେତ ଅନେକ ରାଜ୍ୟରେ ଏହି ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି।

  5. 5. ଭାରତ କିଷା‌ନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କ ଏକ ବିବାଦୀୟ ମନ୍ତବ୍ୟ ଯାହା ଦେଶର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ସେ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଭରା ଚେତାବନୀ ଦେଇଛନ୍ତି।

  6. 6. ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ । ଚାଲିଗଲା ୭ ଜଣଙ୍କ ଜୀବନ ଓ ୨ ଜଣ ନିଖୋଜ ରହିଛନ୍ତି । ଲଗାତାର ବର୍ଷା କାରଣରୁ ରାଜ୍ୟର ପ୍ରାୟ ଅଞ୍ଚଳରେ ଭୂସ୍ଖଳନ ହେବାରେ ଲାଗିଛି ।

  7. 7. ଆନ୍ଧ୍ରପ୍ରଦେଶର ଆନାକାପାଲ୍ଲୀ ଜିଲା ଅନ୍ତର୍ଗତ ରାମ୍ବିଲି ମଣ୍ଡଳର ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ(ଏସଇଜେଡ)ରେ ଥିବା ଏସେନସିଆ ରସାୟନିକ କାରଖାନାରେ ବୁଧବାର ବିସ୍ଫୋରଣ ଘଟିଛି। ଏଥିରେ ୧୮ ଜଣ ଶ୍ରମିକ ଆହତ ହୋଇଛନ୍ତି।

  8. 8. ୩୦ ବର୍ଷର ପୁଅ। ହେଲେ ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଛି। ଶରୀର ସମ୍ପୂର୍ଣ୍ଣ ଅକ୍ଷମ।ତେଣୁ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଲୋଡିଛନ୍ତି ମା’ବାପା। କିନ୍ତୁ ସୁପ୍ରିମକୋର୍ଟ​‌ ଏହାକୁ ଖାରଜ କରିଦେଇଛନ୍ତି।

  9. 9. ଦୀର୍ଘ ୬୦ବର୍ଷର ପ୍ରେମ ସମ୍ପର୍କ ସଫଳ ହୋଇଛି। ଆଫ୍ରିକୀୟ ରାଷ୍ଟ୍ର କେନିଆର ମୁକୁରୱିନି ସହରରେ ଜଣେ ୯୫ବର୍ଷୀୟ ବୃଦ୍ଧ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତାଙ୍କ ପତ୍ନୀଙ୍କ ବୟସ ୯୦ବର୍ଷ ହେବ।

  10. 10. ବିଜେପି ବିଧାୟକଙ୍କ ଉପସ୍ଥିତିରେ ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନରେ ୧୦ ଜଣ ବିଧାୟକ ପ୍ରସ୍ତାବକ ପଡ଼ିଛନ୍ତି।

  11. 11. ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଦ୍ୟୁତ ସଂଯୋଗ କରାଯିବ। ଏନେଇ ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି।

  12. 12. ବିହାରର ଗୟା ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ଫଳରେ ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି।

  13. 13. ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା । ପ୍ରତି ମିଲ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

  14. 14. ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପରିଚିତ ମାରିଆ ବ୍ରାନ୍ୟାସ ମୋରେରାଙ୍କର ସୋମବାର ସ୍ପେନରେ ୧୧୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।

  15. 15. ସରଳ ଭାଷା ବ୍ୟବହାର କରି ସହଜରେ ବୁଝିହେଉଥିବା ଆୟକର ନୋଟିସ୍‌ ଟିକସଦାତାଙ୍କ ନିକଟକୁ ପଠାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.