-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ ରାଷ୍ଟ୍ରପତି ବିଜ୍ଞାନ ରତ୍ନ ୨୦୨୪ ପୁରସ୍କାର ପ୍ରଦାନ କରିଥିଲେ।
-
2.କୃଷି ବିଜ୍ଞାନ କ୍ଷେତ୍ରରେ ଡ. ଆନନ୍ଦ ରାମକ୍ରିଷ୍ଣନଙ୍କୁ ବିଜ୍ଞାନ ଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଣବିକ ଶକ୍ତି କ୍ଷେତ୍ରରେ ବିଜ୍ଞାନ ଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରର ଡକ୍ଟର ଆବେଶ କୁମାର ତ୍ୟାଗୀ। ପୁଣେସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପ୍ରଫେସର ଜୟନ୍ତ ଭାଲଚନ୍ଦ୍ର ଉଦଗାଓଁକରଙ୍କୁ ଜୈବ ବିଜ୍ଞାନରେ ବିଜ୍ଞାନ ଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
-
3.ମହାକାଶ ବୈଜ୍ଞାନିକ ଡଃ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପ୍ରଦାନ କରିଛନ୍ତି।
-
4.ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ ଆୱାମୀ ଲିଗ୍ର ଏକାଧିକ ପୂର୍ବତନ ମନ୍ତ୍ରୀ, ସାଂସଦଙ୍କ କୂଟନୀତିକ ପାସପୋର୍ଟ ବାତିଲ କରିବାକୁ ବାଂଲାଦେଶର ଅନ୍ତରୀଣ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାର୍ସଠାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିଛନ୍ତି। ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ।
-
6.କଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ପୁଣି ଭର୍ତ୍ସନା କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ଶବ ବ୍ୟବଚ୍ଛେଦ ପରେ ମାମଲା ରୁଜୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କୋର୍ଟ।
-
7.ଭାରତର ବହୁ ବିଳମ୍ବିତ ଜନଗଣନା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। ସରକାରୀ ସୂତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହା ପ୍ରକାଶ କରିଛି।
-
8.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବଳାତ୍କାର ମାମଲାରେ କଠୋର ଆଇନ କରିବାକୁ ଅପିଲ କରିଛନ୍ତି।
-
9.ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ଅର୍ଥନୈତିକ ସମୀକ୍ଷାରେ କହିଛି ଯେ ଦରଦାମ୍ ହ୍ରାସ ପାଉଛି। କିନ୍ତୁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀ ଦରଦାମ୍ ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି।
-
10.ଚନ୍ଦ୍ରପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଗତବର୍ଷଠାରୁ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହୋଇଛି। ଭାରତୀୟ ସ୍ପେସ୍ ଏଜେନ୍ସି (ISRO) ଗତବର୍ଷ ୨୩ ଅଗଷ୍ଟ ୨୦୨୩ରେ ଏହି ରେକର୍ଡ ସୃଷ୍ଟି କରିଥିଲା।
-
11.୬୫ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ପାସ୍ କରି ନାହାନ୍ତି। ଏଭଳି ସୂଚନା ଦେଇଛନ୍ତି ଭାରତର ଶିକ୍ଷା ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ୨୦୨୩ର ଏହି ରିପୋର୍ଟ ଦେଇଛି।
-
12.ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ବରିଷ୍ଠ ଅଧିକାରୀ ଗୋବିନ୍ଦ ମୋହନ ଗୁରୁବାର କେନ୍ଦ୍ର ଗୃହ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ।
-
13.ମୁମ୍ବାଇରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗୋରେଗାଁଓରୁ ଗିରଫ କରାଯାଇଛି।
-
14.ତ୍ରିପୁରା ରାଜଧାନୀ ଅଗରତାଲାରେ ଆଜି ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
-
15.ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଯାଉଛନ୍ତି। ଦୁଇ ଦିନିଆ ପୋଲାଣ୍ଡ ଗସ୍ତ ପରେ ସେ ଟ୍ରେନ୍ ଯୋଗେ ୟୁକ୍ରେନର ରାଜଧାନୀ କିଭ୍ ଅଭିମୁଖେ ଯାତ୍ରା କରିବେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.