-
1. ଚନ୍ଦ୍ରଯାନ-୩ ଅବତରଣର ପ୍ରଥମ ବାର୍ଷିକୀ ତଥା ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ମହାକାଶ ଆବର୍ଜନା ଭବିଷ୍ୟତ ମହାକାଶ ଅଭିଯାନ ପାଇଁ ସମସ୍ୟା ସୃଷ୍ଟି କରିପାରେ।
-
2. ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି , ନୂଆ ସରକାର ନୂଆ ଅବକାରୀ ନୀତି ଆଣିବେ। ବେଆଇନ ମଦ କାରବାରକୁ କଠୋର ହସ୍ତରେ ଦମନ କରାଯିବ। ମଦ ଭାଟି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟରେ ଡ୍ୟାନ୍ସ ବାର୍ ବନ୍ଦ କରାଯିବ।
-
3. ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ।
-
4. କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି । ନିଷିଦ୍ଧ ଔଷଧ ତାଲିକାରେ ରହିଛି କେଶ ବୃଦ୍ଧି, ତ୍ୱଚାର ଯତ୍ନ ଏବଂ ଯନ୍ତ୍ରଣା ଉପଶମ, କିମ୍ବା ମଲ୍ଟିଭିଟାମିନ୍, ଆଣ୍ଟିପାରାସିଟିକ୍ସ, ଆଣ୍ଟିଆଲର୍ଜିକ୍ସ ଏବଂ ଆହୁରି ଅନେକ ଔଷଧ।
-
5. ମନୋଜ ବାଜପାୟୀ ତାଙ୍କର ଏକ ବିଳାସମୟ ଆପାର୍ଟମେଣ୍ଟ୍ରେ ଥିବା ଫ୍ଲାଟ୍କୁ ୯ କୋଟି ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଏହି ଘରକୁ ସେ ୨୦୧୩ ମସିହାରେ ପତ୍ନୀ ସବାନା ବାଜପେୟୀଙ୍କ ସହ ମିଶି କିଣିଥିଲେ। ଏହାକୁ କିଣିବା ସମୟରେ ଏହି ଫ୍ଲାଟ୍ର ଦାମ ୬.୪ କୋଟି ଟଙ୍କା ଥିଲା। ୧୧ ବର୍ଷ ପରେ ସେହି ଘରକୁ ସେ ୨.୬ କୋଟି ଅଧିକ ଟଙ୍କାରେ ବିକ୍ରି କରିଛନ୍ତି।
-
6. ଗତ ଆର୍ଥିକ ବର୍ଷରେ ଏପ୍ରିଲ୍ ୧, ୨୦୨୩ରୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ରାମଲାଲାଙ୍କୁ ୩୬୩ କୋଟି ୩୪ ଲକ୍ଷ ଟଙ୍କା ଦାନ ମିଳିଥିଲା ।
-
7. ମାଇକ୍ରୋପ୍ଲାଷ୍ଟିକ୍ ମାନବ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଏହାକୁ ନେଇ ଗବେଷକମାନେ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି।
-
8. ମହାକାଶ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଇସ୍ରୋ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶରେ ଅମୂଲ୍ୟ ଅବଦାନ ରଖିଛି: ରାଷ୍ଟ୍ରପତି।
-
9. କିବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଶୁକ୍ରବାର ଭାରତ ଓ ୟୁକ୍ରେନ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
-
10. ନେପାଳାର ତାନାହୁନ ଜିଲ୍ଲାରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗତ ଜୁଲାଇ ମାସରେ ବି ଏହିପରି ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଥିଲା
-
11. ଭାରତ ପାଣିପାଗ ବିଭାଗ (ଆଇଏମଡି) ର ତଥ୍ୟ ଅନୁଯାୟୀ, ଦିଲ୍ଲୀ ସହରରେ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି। ଆଇଏମ୍ଡିର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ସହିତ ଦିଲ୍ଲୀ ଅଗଷ୍ଟ ୨୦୧୩ ମସିହାରେ ରେକର୍ଡ ହୋଇଥିବା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି।
-
12.କାର୍ଯ୍ୟସ୍ଥଳରେ ଯଥୋଚିତ ସୁରକ୍ଷା ବାତାବରଣ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତିଶ୍ରୁତି ପରେ ଏମ୍ସର ରେସିଡେଣ୍ଟ ଡାକ୍ତରମାନେ ଗୁରୁବାର ଧର୍ମଘଟ ପ୍ରତ୍ୟାହାର କରିଛନ୍ତି। ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘ ଦିଲ୍ଲୀ ଏମ୍ସ ଭଳି ଆନ୍ଦୋଳନ ପ୍ରତ୍ୟାହାର କରିବ ନାହିଁ ବୋଲି କହିଛି।
-
13.ଜମ୍ମୁ ଓ କଶ୍ମୀରର ବିଧାନସଭା ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲାଙ୍କ ନ୍ୟାସନାଲ୍ କନ୍ଫରେନ୍ସ (ଏନ୍ସି) ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଛି। ଜମ୍ମୁ-କଶ୍ମୀରର ସମସ୍ତ ୯୦ଟି ଆସନ ନିମନ୍ତେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି ବୋଲି ଏନ୍ସି ଅଧ୍ୟକ୍ଷ ଅବଦୁଲ୍ଲା ସୂଚନା ଦେଇଛନ୍ତି।
-
14.ସରକାରଙ୍କ ବହୁ ପ୍ରତିକ୍ଷିତ ଯୋଜନା ସୁଭଦ୍ରା ଏସଓପି ଜାରି ହୋଇଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଗୃହରେ ‘ସୁଭଦ୍ରା’ ଯୋଜନା SOP ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
-
15.ବାଂଲାଦେଶ ଉପରେ ରହିଥିବା ସକ୍ରିୟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
-
16.୨୦୨୪ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ମୋଟ ୭୯୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୧ ଛାତ୍ରୀଛାତ୍ର ପାସ କରିଛନ୍ତି। ପାସ୍ ହାର ୫୫.୪% ରହିଛି।
-
17.ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ସେବାୟତଙ୍କ ସହାୟତରେ ଭିତର ରତ୍ନଭଣ୍ଡାରୁ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଗମୋହନରୁ ବେହରଣ ଦ୍ଵାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍ରେ ସ୍ଥାନାନ୍ତର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଶୁକ୍ରବାରେ ଏହି ସୂଚନା ଦେଇଛନ୍ତି।
-
18.ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ପିଏଲ୍ଏଫ୍ଏସ୍ (ପିରିୟଡିକ୍ ଲେବର ଫୋର୍ସ ସର୍ଭେ) ୨୦୨୨-୨୩ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରୀ ହାର ୩.୯ ପ୍ରତିଶତ ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ବେକାରୀ ହାର ଅଧିକ ।
-
19.ମାର୍କେଟ ରେଗୁଲେଟର ସେବି ବ୍ୟବସାୟୀ ଅନିଲ ଅମ୍ବାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେବି ତାଙ୍କୁ ୫ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ପ୍ରତିବନ୍ଧକ ଲଗାଇଛି। ଅନୀଲ ଅମ୍ବାନୀଙ୍କ ଉପରେ ୨୫ କୋଟି ଟଙ୍କା ଜୋରିମାନା ଲଗାଯାଇଛି। ସେବି ଅନିଲ ଅମ୍ବାନୀଙ୍କୁ କୌଣସି ତାଲିକାଭୁକ୍ତ କମ୍ପାନୀରେ ପରିଚାଳନାଗତ ପଦବୀରେ ରହିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।
-
20.ନୀରଜ ଚୋପ୍ରା ପୁଣି ଥରେ କମାଲ କରିଦେଇଛନ୍ତି। ସେ ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ମିଟର ଥ୍ରୋ କରିଥିଲେ। ବର୍ତ୍ତମାନ ଲୁସାନେ ଡାଇମଣ୍ଡ ଲିଗରେ ସେ ଜାଭେଲିନରେ ୮୯. ୪୯ ମିଟର ଫିଙ୍ଗି ନିଜର ରେକର୍ଡ ଭାଙ୍ଗିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.