-
1.ଆଗାମୀ ୫୦ ବର୍ଷ ଭିତରେ ପୃଥିବୀର ମୋଟ ସ୍ଥଳଭାଗର ଅଧାଅଧି ସ୍ଥାନରେ ଜନବସତି ଗଢ଼ି ଉଠିଥିବ। ଏହା ଦ୍ବାରା ପରିବେଶ ସନ୍ତୁଳନ ବିଗିଡ଼ିଯିବା ସହ ମନୁଷ୍ୟ-ପ୍ରାଣୀ ଲଢ଼େଇ ସମେତ ବିଭିନ୍ନ ସଂକ୍ରାମକ ରୋଗର ଆଶଙ୍କା ମଧ୍ୟ ଆହୁରି ବଢ଼ିଯିବ ବୋଲି ଆମେରିକାର ମିଚିଗାନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।
-
2.ପଶ୍ଚିମବଙ୍ଗ ସାଗରଦୀପଠାରୁ ୯୦ ନଟିକାଲମାଇଲ (୧୬୨ କି.ମି.) ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ ବୁଡ଼ି ଯାଇଛି।
-
3.ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ରୁଷ୍ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଓ ପ୍ରାୟ ୧୦୦ଟି ‘ସାହେଦ୍’ ଡ୍ରୋନ୍ ବ୍ୟବହାର କରିଛି। ଜେଲେନସ୍କି କହିଛନ୍ତି ଯେ ଏହି ଆକ୍ରମଣ ଯୋଗୁ ୟୁକ୍ରେନ୍ର ଶକ୍ତି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
-
4.ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିଂସାତ୍ମକ ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଠାରେ ସକ୍ରିୟ ଥିବା ବେଲୁଚ ଲିବରେସନ ଆର୍ମି(ବିଏଲ୍ଏ) ଗତକାଲି ରାତିରେ ପ୍ରଦେଶର ବିଭିନ୍ନ ସ୍ଥାନରେ ଭୟଙ୍କର ଆକ୍ରମଣ କରି ୧୦୨ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରିଛି।
-
5.କଙ୍ଗନା ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ଯଦି ବିଜେପିର ଶୀର୍ଷ ନେତୃବୃନ୍ଦ ସେତିକି ଦୃଢ଼ ହୋଇନଥାନ୍ତେ ତେବେ କୃଷି ଆଇନକୁ ବିରୋଧ କରି ଦେଶରେ ହୋଇଥିବା ଚାଷୀ ଆନ୍ଦୋଳନ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିଥାନ୍ତା। କଙ୍ଗନା ମଧ୍ୟ କହିଥିଲେ ଯେ ଦେଶକୁ ନଷ୍ଟ କରିଦେବାପାଇଁ ଏହି ଷଡ଼ଯନ୍ତ୍ରରେ ଚୀନ୍, ଆମେରିକା ଏବଂ ଅନ୍ୟ ବିଦେଶ ଶକ୍ତିର ହାତ ଥିଲା। କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ ପାଇଁ ବିଜେପି ତାଙ୍କୁ କଡ଼ା ଭର୍ତ୍ସନା କରିଛି।
-
6.ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ ଦୁର୍ଗରେ ଗତବର୍ଷ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତୀ ଶିବାଜୀ ମହାରାଜାଙ୍କର ଏକ ପ୍ରତିମୂର୍ତ୍ତି ଉଦ୍ଘାଟନ କରିଥିଲେ। ବର୍ଷେ ନପୁରୁଣୁ ଆଜି ଏହି ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଛି।
-
7.ଭାରତୀୟ ନ୍ୟାୟ ସଂହିତାରେ ମହିଳାଙ୍କ ବିରୋଧରେ ଅପରାଧ ନିମନ୍ତେ କଠୋର ଦଣ୍ଡର ବିଧାନ ରହିଛି। ଅକ୍ଟୋବର ୨୦୧୯ରେ କେନ୍ଦ୍ରୀୟ ଅନୁଦାନରେ ଦେଶରେ ୩୦ ଜୁନ୍ ୨୦୨୪ ସୁଦ୍ଧା ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୦୯ଟି ପୋକ୍ସୋ କୋର୍ଟ ସହ ୭୫୨ ଫାଷ୍ଟ୍ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୫୩ହଜାର ମାମଲାର ରାୟ ପ୍ରକାଶ ପାଇଛି।
-
8.ଗୁଜରାଟରେ ପ୍ରବଳ ବର୍ଷା ହୋଇ ରାଜ୍ୟର ବିଭିନ୍ନ ଅଂଶକୁ ବୁଡ଼ାଇ ଦେଇଛି। ଗୁଜରାଟର ମୋର୍ବି ଜିଲ୍ଲାରେ ୭ ଜଣ ନଦୀଜଳରେ ଭାସି ଯାଇଛନ୍ତି।
-
9.ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ମଧ୍ୟରେ ଆସନ ବୁଝାମଣା ଫର୍ମୁଲା ଚୂଡାନ୍ତ ହୋଇଛି । ଜମ୍ମୁ-କଶ୍ମୀରରେ କଂଗ୍ରେସ ୩୨ଟି ଓ ନ୍ୟାସନାଲ କନଫରେନ୍ସ ୫୧ଟି ଆସନରେ ନିର୍ବାଚନ ଲଢ଼ିବ।
-
10.ସାଉଦି ଆରବର ସବୁଠାରୁ ଦୁର୍ଗମ ଏବଂ ବିପଦପୂର୍ଣ୍ଣ ମରୁଭୂମି, ଯେଉଁଠାରେ ଦୂରଦୂର ପର୍ଯ୍ୟନ୍ତ କେବଳ ବାଲିବାଲି ହିଁ ଅଛି। ଏଠାରେ ଜଳ, ଗଛ, ଉଦ୍ଭିଦ ଏବଂ ଲୋକମାନଙ୍କର କୌଣସି ସନ୍ଧାନ ନଥାଏ। ଏପରି ସ୍ଥାନରେ ତେଲେଙ୍ଗାନାର ମହମ୍ମଦ ଶହାଜାଦ ଖାନ ଏବଂ ତାଙ୍କର ସାଙ୍ଗ ମୃତ୍ୟୁ ହୋଇଥିବାର ଖବର ମିଳିଛି।
-
11.ପଞ୍ଜୀକରଣ ପୋର୍ଟାଲ୍ ତଥ୍ୟ ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୧୪ ସୁଦ୍ଧା ଓଡିଶା ରାଜ୍ୟରେ ୮,୭୧,୭୬୦ ଏମ୍ଏସ୍ଏମ୍ଇ ରହିଛି। ସେଥିରୁ ୮,୫୬,୧୯୩ଟି ଅଣୁ ଉଦ୍ୟୋଗ ହୋଇଥିବା ବେଳେ ୧୪,୪୮୬ଟି ମଧ୍ୟମ ଧରଣର ଏବଂ ୧୦୮୧ଟି ମଧ୍ୟମ ଉଦ୍ୟୋଗ ରହିଛି।
-
12.ମେସେଜିଂ ଆପ୍ ଟେଲିଗ୍ରାମ୍ର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭ୍ଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯାଇଥିବା ବେଳେ ଭାରତରେ ଏହି ଆପ୍ ନିଷିଦ୍ଧ ହେବାର ଆଶଙ୍କା ଦେଖାଦେଇଛି।
-
13.ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେବା ପାଇଁ ଦ୍ୱିତୀୟ ନ୍ୟାଶନାଲ ଜୁଡିସିଆଲ ପେ’ କମିଶନ (ଏସ୍ଏନ୍ଜେପିସି)ଙ୍କ ସୁପାରିସ୍କୁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ କରିନାହାନ୍ତି।
-
14.ଓଡ଼ିଶାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବରେ ସାଧାରଣ ଲୋକେ କିଛିଦିନ ଚିକେନ ଖାଇବାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।
-
15.୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ଜାଲ୍ ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ନେଇ ୧,୦୮୪ଟି ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯୨ ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
-
16ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ସୋମବାର ୫୦ କେଜି ସୁନା ଓ ୨୦୦ କେଜି ରୁପା ଜବତ ହୋଇଛି। ଦୁଇଟି ଲଜିଷ୍ଟିକ୍ ଗାଡ଼ିରୁ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର (ସିଟି ଆଣ୍ଡ ଜିଏସ୍ଟି) ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଏହାକୁ ଧରିବା ପରେ ତଦନ୍ତ ଆରମ୍ଭ ହୋଇଛି।
-
17ଓଏସ୍ଆର୍ଟିସିର ଚିଫ୍ ଆକାଉଣ୍ଟ ଅଫିସର(ସିଏଓ) ବିଜୟ ମଙ୍ଗରାଜ ଶନିବାର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ତାଙ୍କୁ ଗିରଫ କରିଛି। ବିଜୟଙ୍କର ଖାଲି ଓଡ଼ିଶାରେ ନୁହେଁ କେରଳରେ ମଧ୍ୟ ଘର ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି।
-
18.ଛତିଶଗଡ ବିଜାପୁରରେ ୨୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୁଲିସ ନିକଟରେ ଏହି ୨୫ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ଭିତରେ ୩ ଜଣ ପିଏଲଜିଏ ସଦସ୍ୟ ଥିବା ସୂଚନା ମିଳିଛି ।
-
19.ଗତକାଲି ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ମଥୁରା ଥିଲା । ଶ୍ରୀକୃଷ୍ଣ ଜନ୍ମଭୂମି ସ୍ଥାନରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା ଚାଲିଥିଲା । ମନ୍ଦିରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂଜାର୍ଚ୍ଚନା ଓ ଆଳତି କରିଥିଲେ ।
-
20.ଓଡ଼ିଶାର ଉଦୀୟମାନ ବ୍ୟାଡ୍ମିଣ୍ଟନ ତାରକା ତନ୍ବୀ ପତ୍ରୀ। ପ୍ରଥମ ଓଡ଼ିଆ ତଥା ତୃତୀୟ ଭାରତୀୟ ଭାବେ ତନ୍ବୀ ଏସୀୟ ଜୁନିୟର ବ୍ୟାଡ୍ମିଣ୍ଟନ ଚମ୍ପିଆନସିପର ୧୫ ବର୍ଷରୁ କମ୍ ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.