• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.‘ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୪’ ଗୁରୁବାର ଜାରି ହୋଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଚାଇନାର ରାଜଧାନୀ ବେଜିଂକୁ ପଛରେ ପକାଇ ଏସିଆର ବିଲିୟନେୟାର କ୍ୟାପିଟାଲ ଭାବେ ଉଭା ହୋଇଛି। ସମ୍ପ୍ରତି ମୂମ୍ବାଇରେ ୩୮୬ ଜଣ ବିଲିୟନେୟାର ଥିବା ଏହି ରିପୋର୍ଟ କହିଛି।

  2. 2.ବିଦ୍ୟୁତ ବିଲ ବକେୟା ଥିବା ଗ୍ରାହକମାନଙ୍କୁ ଝାଡ଼ଖଣ୍ଡ ସରକାର ଏକ ବଡ ଉପହାର ଦେଇଛନ୍ତି। ଘରୋଇ ଗ୍ରାହକ ଯେଉଁମାନେ ପୂର୍ବରୁ ବକେୟା ବିଲ ଭାବେ ମାସକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ସର୍ବାଧିକ ବିଦ୍ୟୁତ୍‌ ଖର୍ଚ୍ଚ କରଛନ୍ତି, ସେମାନଙ୍କୁ ବକେୟା ବିଲ୍‌ ସମ୍ପୂର୍ଣ୍ଣ ଛାଡ କରାଯାଇଛି।

  3. 3.ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ମଣିଷଙ୍କ ଜୀବନକୁ ଦୁର୍ବିସହ କରିନାହିଁ, ବନ୍ୟଜନ୍ତୁ ଓ ସାମୁଦ୍ରିକ ଜୀବ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଗ୍ରୀସ୍‌ର ଭୋଲୋସ୍‌ ବନ୍ଦର ଆଖପାଖ ଅଞ୍ଚଳରେ ୧୦୦ ଟନ୍‌ରୁ ଊର୍ଦ୍ଧ୍ୱ ମଲା ମାଛ ପଡ଼ିଥିବା ଦେଖିବାକୁ ମିଳିଛି।

  4. 4.ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୪୯ କୋଟି ରହିଥିବା ବେଳେ ହାରାହାରି ଭାବରେ ପ୍ରତ୍ୟେକ ଜିଓ ଗ୍ରାହକ ପ୍ରତିମାସରେ ୩୦ ଜିବିରୁ ଅଧିକ ଡାଟା ବ୍ୟବହାର କରୁଛନ୍ତି।। ଜିଓର ଏହି ସଫଳତା ସହିତ ଭାରତ ବିଶ୍ୱର ସର୍ବବୃହତ ଡାଟା ବଜାରରେ ପରିଣତ ହୋଇଛି।

  5. 5.୨୦୨୨ ମସିହା ଆତ୍ମହତ୍ୟା ମାମଲା ଭିତରେ ୫୩ ପ୍ରତିଶତ ପୁରୁଷ ରହିଥିଲେ। ୨୦୨୧ ଓ ୨୦୨୨ ମଧ୍ୟରେ ପୁରୁଷ ଆତ୍ମହତ୍ୟା ମାମଲା ୬ ପ୍ରତିଶତ କମିଥିବା ବେଳେ ମହିଳାଙ୍କ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ବୃଦ୍ଧି ପାଇଛି।

  6. 6.ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୁଚ କହିଛନ୍ତି ଯେ ୧୫-୧୬ ଅକ୍ଟୋବରରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାଗ ନେବାକୁ ଅନେକ ଦେଶକୁ ନିମନ୍ତ୍ରଣ ପଠାଯାଇଛି। ସେ କହିଛନ୍ତି ଯେ କେତେକ ଦେଶ ଏସସିଓ ବୈଠକରେ ଅଂଶଗ୍ରହଣ ନିଶ୍ଚିତ କରିସାରିଛନ୍ତି।

  7. 7.ତ୍ରିପୁରାରେ ଅଗଷ୍ଟ ୧୯ରୁ ୨୩ ତାରିଖ ମଧ୍ୟରେ ଲଗାଣ ବର୍ଷା ହୋଇଥିଲା। ବର୍ତ୍ତମାନ ମଧ୍ୟ   ୩୬୯ଟି ରିଲିଫ୍‌ କ୍ୟାମ୍ପ୍‌ ଚାଲିଛି। ଏଥିରେ ୫୩ ହଜାର ୩୫୬ ଜଣ ଆଶ୍ରୟ ନେଇଛନ୍ତି।

  8. 8.ସୁପ୍ରିମ୍‌କୋର୍ଟର ପୂର୍ବତନ ଓକିଲ ତଥା ରାଜନୈତିକ ସମୀକ୍ଷକ ଏଜି ନୁରାନୀଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି।  ଆଇନ କ୍ଷେତ୍ରର ଏହି ଖ୍ୟାତିସଂପନ୍ନ ବିଦ୍ବାନ ‘ଦ କାଶ୍ମୀର କୁଶ୍ଚିନ୍‌’, ‘ବଦରୁଦ୍ଦିନ ତୟବଜୀ’, ‘ମିନିଷ୍ଟର୍ସ ମିସ୍‌କଣ୍ଡକ୍ଟ’ ସମେତ   ଅନେକ ପୁସ୍ତକ ଲେଖିଛନ୍ତି।

  9. 9.ଓଡିଶା ରାଜ୍ୟରେ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ୬୨.୬ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି।

  10. 10.ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ କରାଯାଇ ଏହାର ଉତ୍ପାଦନ କ୍ଷମତାକୁ ୪.୫ ନିୟୁତ ଟନ୍‌ରୁ ୯ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ ବୋଲି ଇସ୍ପାତ ସଚିବ ସୂଚନା ଦେଇଛନ୍ତି।

  11. 11.ଫ‌ା‌ଲ୍‌କନ୍ ମେରାଇନ୍ ଆଣ୍ଡ୍ ଏକ୍ସପୋର୍ଟସ୍‌ର ପ୍ରତିଷ୍ଠାତା ତାରାରଞ୍ଜନ ପଟ୍ଟନାୟକ ଓ ତାଙ୍କ ପରିବାରକୁ ହୁରୁନ୍ ଭାରତ ଧନୀ ତାଲିକା ୨୦୨୪ରେ ସ୍ଥାନ ମିଳିଛି। ସେ ତାଲିକାର ୫୪୦ତମ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ୪୯୦୦ କୋଟି ଟଙ୍କା ଥିବା ଆକଳନ କରାଯାଇଛି।

  12. 12.ଜାତୀୟ ପରିବାର ଗଣନା ୨୦୨୦ର ମୁଣ୍ଡପିଛା ପୋଷାକ ବ୍ୟବହାର ତଥ୍ୟ ଆଧାରରେ ହିସାବ କରାଯାଇଛି ଯେ ଓଡିଶା ରାଜ୍ୟର ବସ୍ତ୍ର ବଜାର ଆକାର ହେଉଛି ୧୭,୭୬୯.୯୮ ଲକ୍ଷ ବର୍ଗମିଟର। ସେଥିରେ ରାଜ୍ୟ ହସ୍ତତନ୍ତର ଭାଗ ହେଉଛି ମାତ୍ର ୧.୧୨ ପ୍ରତିଶତ (୧୯୮.୪୬ ଲକ୍ଷ ମିଟର)।

  13. 13.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ପଡ଼ୁଥିବାରୁ ୯ ତାରିଖ ସୋମବାର ମଧ୍ୟ ଛୁଟି ରହିବ।

  14. 14.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର ହୋଲ୍ଡର୍‌ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ରିଲାଏନ୍ସ ଏହାର ୩୫ ଲକ୍ଷ ଶେୟାର ହୋଲ୍ଡର୍‌ଙ୍କୁ ଏକ ବଡ ଉପହାର ଦେଇଛି।

  15. 15.ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍‌ର ପ୍ରମୁଖ ଅନୁଷ୍ଠାନ ଦିବ୍ୟ ଯୋଗ ମନ୍ଦିର (ଟ୍ରଷ୍ଟ)କୁ ନିକଟରେ ଜାତୀୟ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ନ୍ୟାଶନାଲ କାଉନସିଲ ଫର୍‌ ଭୋକଶନାଲ ଏଜୁକେଶନ ଆଣ୍ଡ ଟ୍ରେନିଂ ବା ଏନ୍‌ସିଭିଇଟି)ର ମାନ୍ୟତା ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.