• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରୁଷ୍‌ର କୁର୍ସ୍କ ଅଂଚଳରେ ୟୁକ୍ରେନ ସେନାର ଅତିକ୍ରମଣ ଓ ରୁଷୀୟ ଅଂଚଳ ଦଖଲ ଜବାବରେ ପଶ୍ଚିମ ୟୁକ୍ରେନ୍‌ରେ ରୁଷ୍‌ ସେନା ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି।

  2. 2.ଭାରତ ଜିମ୍ବାୱେ ଓ ମାଲାୱିକୁ ମାନବୀୟ ସହାୟତା ଭାବେ ୧ହଜାର ମେଟ୍ରିକ୍ ଟନ୍ ଲେଖାଏଁ ଚାଉଳ ପଠାଯାଇଛି। ସେହପରି ଜାମ୍ବିଆକୁ ୧୩ଶହ ମେଟ୍ରିକ ଟନ୍ ମକା ପଠାଇଛି ।

  3. 3.ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ   ‘କ୍ୱାଡ୍’ର ଶିଖର ସମ୍ମିଳନୀ  ସେପ୍ଟେମ୍ବର ୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଜ ସହର ଡେଲାୱେରର ୱିଲ୍‌ମିଙ୍ଗଟନରେ  ଅନୁଷ୍ଠିତ ହେବ।

  4. 4.କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

  5. 5.ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ‘ବେପରୁଆ ପଦକ୍ଷେପ’କୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଜହର ସରକାର ରବିବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

  6. 6.ଦେଶର ଜରୁରୀକାଳୀନ ପରିସ୍ଥିତି, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଆଦିକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଇମର୍ଜେନ୍‌ସି’କୁ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫ୍‌ସି) ପକ୍ଷରୁ ଅନୁମତି ମିଳିଛି। ସିବିଏଫ୍‌ସି ଫିଲ୍ମରେ ୧୦ଟି ସଂଶୋଧନ ପାଇଁ ଦେଇଥିବା ପ୍ରସ୍ତାବକୁ ମଧ୍ୟ ନିର୍ମାତା ଗ୍ରହଣ କରିଛନ୍ତି।

  7. 7.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗଣହତ୍ୟା  ଅଭିଯୋଗ ସଂକ୍ରାନ୍ତ ବିଚାରର ସମ୍ମୁଖୀନ ହେବେ। ଏଥିପାଇଁ ବାଂଲାଦେଶ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ ପଠାଇବା ପାଇଁ ଯୋଜନା କରୁଛି ।

  8. 8.ଏକ ଦେଶରୁ ଭାରତ ଆସିଥିବା ଜଣେ ଯୁବ ପୁରୁଷ।  ତାଙ୍କର ଭ୍ରମଣ ଇତିହାସରୁ ଜଣାପଡ଼ିଛି ଯେ ଏମ୍‌ପକ୍ସ ସଂକ୍ରମଣର ସମ୍ମୁଖୀନ ହୋଇ ଫେରିଛନ୍ତି। ଚିହ୍ନଟ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ପୃଥକ ବ୍ୟବସ୍ଥାରେ ରଖାଯାଇଛି।

  9. 9.ବିହାରର ବକ୍ସର-ପାଟନା ରେଳ ସେକ୍ସନର ରଘୁନାଥପୁର ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ର  କପ୍‌ଲିଂ ଭାଙ୍ଗିଯିବାରୁ ଟ୍ରେନ୍‌ଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି।

  10. 10ଶନିବାର ଭିନେଶ ହରିୟାଣା ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କୁ ଭେଟି କହିଥିଲେ ଯେ ତାଙ୍କର ନୂତନ ଯାତ୍ରା କେବଳ ରାଜନୀତି ନୁହେଁ ବରଂ ଏକ ନୂତନ ପ୍ଲାଟଫର୍ମରେ ସେବା ଏବଂ ନ୍ୟାୟ ପାଇଁ ଲଢ଼େଇ।

  11. 11.ଓଡ଼ିଶାରେ ବର୍ତ୍ତମାନ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୯ଟି ଘରୋଇ ବ୍ୟାଙ୍କ, ୨ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ୫ଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏବଂ ଗୋଟିଏ ରାଜ୍ୟ ସମବାୟ ବ୍ୟାଙ୍କକୁ ମିଶାଇ ମୋଟ ୩୯ଟି ବ୍ୟାଙ୍କ ବ୍ୟବସାୟ କରୁଛନ୍ତି। କିନ୍ତୁ ଉଦ୍‌ବେଗର ବିଷୟ ହେଲା ଏଥିରୁ ୧୬ଟି ବ୍ୟାଙ୍କ ଚଳିତ ଆର୍ଥିକବର୍ଷର ପ୍ରଥମ ୩ ମାସରେ ଟଙ୍କାଟିଏ ଶିକ୍ଷା ଋଣ ପ୍ରଦାନ କରିନାହାନ୍ତି।

  12. 12.୨୦୨୫ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍‌, କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି।

  13. 13.ବହୁ ପ୍ରତିକ୍ଷିତ ସି.ଏମ୍‌. କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

  14. 14.ଚଳିତବର୍ଷ ଦୁର୍ଗାପୂଜା ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି । ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି ।

  15. 15.ଦମ୍ପତି ହେଉଛନ୍ତି ସି ଜୀଭା ଏବଂ ଜେ ଡାଏନା। ଉଭୟଙ୍କର ୨ ବର୍ଷର ଏକ ଝିଅ ଥିଲା। ଅଗଷ୍ଟ ୨୭ରେ ତାମିଲନାଡ଼ୁ ଭେଲୋରର ଏକ ହସ୍ପିଟାଲରେ ଆଉ ଏକ ଝିଅ ଜନ୍ମ ହୋଇଥିଲା। ଝିଅ ହେବାରୁ ନବଜାତ ଶିଶୁଟିକୁ ବିଷ ଦେଇ ମାରିବା ପରେ ଘର ପଛପଟେ ପୋତି ଦେଇଥିଲେ।

  16. 16.ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

  17. 17.ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାଇମ୍ ମାଗାଜିନ୍ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଭାବେ ମନୋନୀତ କରିଛି। ଏହି ତାଲିକାର “ଶେପର” ବର୍ଗରେ ଶ୍ରୀ ବୈଷ୍ଣବଙ୍କ ନାମ ରହିଛି।

  18. 18.୨୦୩୦ରେ ଯୁବ ଅଲିମ୍ପିକ୍ସ ଓ ୨୦୩୬ରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ବିଡ୍ କରିବ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ କହିଛନ୍ତି।

  19. 19.ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଏଥର ସର୍ବାଧିକ ପଦକ ହାସଲ କରି ଅଭିଯାନ ସାରିଛି । ମୋଟ ୨୯ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ ପଦକ ରହିଛି। ଏହି ବିଜୟ ସହ ଭାରତ ପଦକ ତାଲିକାରେ ୧୮ ନଂ ସ୍ଥାନ ଅଳଙ୍କୃତ କରିଛି।

  20. 20.ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା ଦଳକୁ ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.