• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରୀରୁ ଛୁଟି ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।

  2. 2.ଓଡିଶା ହାଇକୋର୍ଟରେ ଗତ ୫ ବର୍ଷରେ ୫୫ ହଜାର ୨୦୩ଟି ମାମଲାର ଫଇସଲା ହୋଇଥିବା ବେଳେ ଏବେବି ଗଡୁଛି ଲକ୍ଷେ ଉପରେ ମାମଲା । ହାଇକୋର୍ଟରେ ମୋଟ ୧ଲକ୍ଷ ୪୨ହଜାର ୮୫୮ ମାମଲା ବିଚାରଧୀନ ଅବସ୍ଥାରେ ପଡିଛି ।

  3. 3.୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡିଶା ରାଜ୍ୟ ସରକାର ଅବକାରୀ ନୀତି ଆଣିଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ବଳବତ୍ତର ରହିବ।

  4. 4.ଚିନି ମିଲ୍‌ କ୍ଷେତ୍ରରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଓଡିଶା ସରକାର ଗତ ବର୍ଷ ଲଗାଇଥିବା କଟକଣାକୁ ପ୍ରତ୍ୟାହାରକରି ଇଥାନଲ୍‌ ଯୋଗାଣ ବର୍ଷ (ଇଏସ୍‌ଓ୍ବାଇ) ୨୦୨୪-୨୫ରେ ଇଥାନଲ୍‌ ଉତ୍ପାଦନ ପାଇଁ ଆଖୁରସ ଏବଂ ଚିନି ସିରପ ବ୍ୟବହାରକୁ ଅନୁମତି ଦେଇଛନ୍ତି।

  5. 5.ବିମାନ କମ୍ପାନୀ ଏୟାର ଇଣ୍ଡିଆ ସହ ଭିସ୍ତାରାର ହେବ ମିଶ୍ରଣ। ଏହି ମିଶ୍ରଣ ଚୁକ୍ତି ଚୂଡ଼ାନ୍ତ ହୋଇଛି। କାରଣ ସିଙ୍ଗାପୁର ଏୟାରଲାଇନ୍ସ ଏୟାର ଇଣ୍ଡିଆ ସହ ମିଶି ଭାରତରେ ବ୍ୟବସାୟ କରିବ। ନଭେମ୍ବର ୧୧ରେ ବିମାନ କମ୍ପାନୀ ଶେଷ ଥର ପାଇଁ ଉଡ଼ାଣ ଭରିବ।

  6. 6.ସରକାରୀ ତୈଳ ଏବଂ ଗ୍ୟାସ୍‌ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ରୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପରେ ୧୯ କେଜି କମର୍ସିଆଲ ସିଲିଣ୍ଡର ମହଙ୍ଗା ହୋଇଛି। ତେବେ ଖୁସିର କଥା କି ଘରୋଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ କୌଣସି ବି ପରିବର୍ତ୍ତନ ହୋଇନାହିଁ।

  7. 7.ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’କୁ ଶନିବାର ବ୍ରାଜିଲ ବ୍ୟାନ୍‌ କରିଛି। ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ଡେଡ୍‌ଲାଇନ ଜାରି କରିଥିଲେ। ତେବେ ଏକ୍ସ’ ପକ୍ଷରୁ ବ୍ରାଜିଲରେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନ ଥିବାରୁ ଜଷ୍ଟିସ୍‌ ଆଲେକଜାଣ୍ଡର ଡି ମାରିଆସ ଦେଶବ୍ୟାପୀ ଏହାକୁ ବ୍ୟାନ୍‌ କରିବା ପାଇଁ ଆଦେଶ ଜାରି କରିଛନ୍ତି।

  8. 8.ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନୂଆ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି।ଯୁବତୀଯୁବକମାନଙ୍କ ମଧ୍ୟରେ କଣ୍ଡମ ଏବଂ ଗର୍ଭନିରୋଧକ ଔଷଧର ବ୍ୟବହାର ହ୍ରାସ ପାଉଛି, ଯାହା ଚିନ୍ତାର ବିଷୟ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ୟୁରୋପୀୟ ଦେଶମାନଙ୍କରେ ପ୍ରାୟ ଏକ ତୃତୀୟାଂଶ ଯୁବତୀଯୁବକ ସ୍ବୀକାର କରିଛନ୍ତି, ସେମାନେ ଶେଷଥର ଶାରୀରିକ ସମୟରେ କଣ୍ଡମ କିମ୍ବା ଗର୍ଭନିରୋଧକ ବଟିକା ଗ୍ରହଣ କରି ନ ଥିଲେ।

  9. 9.ବାତ୍ୟା ‘ଶାନ୍‌ଶାନ୍‌’ ଜାପାନରେ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

  10. 10.ଅକ୍ଟୋବର ୧ ତାରିଖ ବଦଳରେ  ହରିୟାଣାରେ ଅକ୍ଟୋବର ୫ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ଅକ୍ଟୋବର ୪ ତାରିଖ ବଦଳରେ ଅକ୍ଟୋବର ୮ ତାରିଖରେ ଭୋଟ୍‌ ଗଣତି ହେବ।

  11. 11.୨୦୨୨ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଅପରାଧରେ ଜଣେ ନେପାଳୀ ଯୁବକକୁ ଗିରଫ କରାଯାଇଥିଲା। ଫରିଦାବାଦ ମେଟ୍ରୋ ଷ୍ଟେସନ ନିକଟରେ ମହିଳା ଜଣକ ଏକାକୀ ବସିଥିବା ବେଳେ ଏଭଳି ଅପରାଧ ଘଟାଇଥିବା ମନୋଜ ନେପାଳୀ ନାମକ  ଜଣେ ନେପାଳୀ ଯୁବକକୁ ଗୁରୁବାର ଏକ ସ୍ଥାନୀୟ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି।

  12. 12.ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ଚଳଚ୍ଚିତ୍ର ‘ଇମର୍ଜେନ୍ସି’ର ମୁକ୍ତିଲାଭ ଉପରେ ରୋକ୍ ଲଗାଇବା ପାଇଁ ଦାବିକରି ହୋଇଥିବା ଆବେଦନର ଶୁଣାଣି ଶନିବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ହୋଇଛି।

  13. 13.ନିୟନ୍ତ୍ରଣ ରେଖା ନିକଟ ନୌଶେରାନାଡ଼ରେ ପାକିସ୍ତାନୀ ସେନା ଦ୍ୱାରା କରାଯାଉଥିବା ନିର୍ମାଣ କାର୍ଯ୍ୟକୁ ରୋକିବା ପାଇଁ ଭାରତୀୟ ସେନାକୁ ଚେତାବନୀ ଗୁଳି ଚଳାଇବାକୁ ପଡ଼ିଥିଲା। ଭାରତୀୟ ସେନାର ଗୁଳିଚାଳନା ଭୟରେ ପାକିସ୍ତାନ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଥିବା ସୂଚନା ମିଳିଛି।

  14. 14.ଚୀନର ଏକ ଯୁଦ୍ଧ  ଜାହାଜ ଜାପାନର ଜଳସୀମାରେ ଅନୁପ୍ରବେଶ କରିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।

  15. 15.ଆରଜି କର ମେଡଲିକାଲ୍‌ କଲେଜ୍‌ର ଟ୍ରେନି ଡାକ୍ତରଙ୍କ ହତ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ସେ ଶନିବାର କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ତୁରନ୍ତ ନ୍ୟାୟର ଆବଶ୍ୟକତା ରହିଛି।

  16. 16.ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ (ସିଜିଡି) ପ୍ରକଳ୍ପ ଅଧୀନରେ ଗେଲ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ପ୍ରାୟ ୮୬ ହଜାର ପରିବାର ପାଇଁ ପାଇପ୍‌ ଜରିଆରେ ଗ୍ୟାସ୍‌ ସଂଯୋଗ ଭିତ୍ତିଭୂମି ସୃଷ୍ଟି କରାଯାଇ ସାରିଲାଣି।

  17. 17.ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

  18. 18.ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି।

  19. 19.ରୁଷରେ ଏକ ବଡ ଅଘଟଣ ଘଟିଥିବା ନେଇ ଶନିବାର ସାମ୍ନାକୁ ଆସିଛି। ରୁଷର ଏକ ହେଲିକପ୍ଟର କାମଚାତକାରେ ନିଖୋଜ ହୋଇଯାଇଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏମଆଇ-୮ଟି ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ।

  20. 20.ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦ୍ଧବନ ବନ୍ଦରର ଶିଳାନ୍ୟାସ କରିଛନ୍ତି। ସେ ବିଭିନ୍ନ ମତ୍ସ୍ୟ ପ୍ରକଳ୍ପର ଉଦଘାଟନ କରିବା ସହ ମତ୍ସ୍ୟଜୀବୀଙ୍କୁ ଟ୍ରାନ୍ସପୋଣ୍ଡର ଓ କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.