• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ କୃଷି ଓ ଖାଦ୍ୟ ନିରାପତ୍ତା ପାଇଁ ୧୩,୯୬୬ କୋଟି ଟଙ୍କାର ପ୍ୟାକେଜ୍‌କୁ ମଞ୍ଜୁର କରାଯାଇଛି।

  2. 2.ବିଶ୍ବର ୧୮୫ଟି ଦେଶ ବାସିନ୍ଦାଙ୍କ ଖାଦ୍ୟାଭାସ ଉପରେ ଏକ ସଂସ୍ଥା ତରଫରୁ ଅଧ୍ୟୟନ କରାଯାଇଥିଲା। ବିଶ୍ବର ୫୦୦ କୋଟିରୁ ଅଧିକ ଲୋକ ଆବଶ୍ୟକ ପରିମାଣର ଆୟୋଡିନ, ଭିଟାମିନ୍‌ ଇ ଏବଂ କ୍ୟାଲିୟମଯୁକ୍ତ ଖାଦ୍ୟ ଖାଉନଥିବା ରିପୋର୍ଟରେ ଦର୍ଶଯାଇଛି।

  3. 3.ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆରେ ପୁରୁଷ ଓ ମହିଳା କ୍ୟାଲସିୟମଯୁକ୍ତ ଖାଦ୍ୟ କମ୍‌ ପରିମାଣରେ ଖାଉଥିବା ଜଣାପଡ଼ିଛି। ଉପଯୁକ୍ତ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ ନ ଖାଇବା ଫଳରେ ସେମାନେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟଙ୍କ ଖାଦ୍ୟରେ ରାଇବୋଫ୍ଲୋବିନ, ଫୋଲେଟ୍‌ ଆଦିର ଅଭାବ ରହିଥିବା ଜଣାପଡ଼ିଛି।

  4. 4.୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ଶାରଦା ମୁରଲୀଧରନ କେରଳର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବ ଶାରଦା ମୁରଲୀଧରନ ତାଙ୍କ ସ୍ବାମୀଙ୍କ ଠାରୁ ଗ୍ରହଣ କରିଛନ୍ତି।  ଅମଲାତାନ୍ତ୍ରିକ ଇତିହାସରେ ପ୍ରଥମଥର ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

  5. 5.ଆମେରିକାର ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ତାତିକୁ ସାମ୍ନା କରୁଥିବା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ କଂଗ୍ରେସ ଦ୍ବେତ ସ୍ବାର୍ଥ ଅଭିଯୋଗ ଆଣିଛି। ସେବିରେ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ସତ୍ତ୍ବେ ସେ ଘରୋଇ ଆଇସିଆଇସିଆଇ ବ୍ୟାଙ୍କରୁ ବେତନ ପାଉଥିଲେ ବୋଲି କଂଗ୍ରେସ କହିଛି। 

  6. 6.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୬,୯୦୦ରୁ ଊର୍ଦ୍ଧ୍ୱ ଦୁର୍ନୀତି ମାମଲାର ତଦନ୍ତ କରିଥିବାବେଳେ ସେଗୁଡ଼ିକ ବିଭିନ୍ନ ଅଦାଲତରେ ବିଚାର ଅପେକ୍ଷାରେ ପଡ଼ିରହିଛି।

  7. 7.ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ବୁଲଡ୍ରୋଜର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ହୋଇଥିବା କେତେକ ପିଟିସନର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟ କରିଛନ୍ତି। ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଘର ଭଙ୍ଗା ଯାଇପାରିବ ନାହିଁ।

  8. 8.ପଛୁଆ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ସାମାଜିକ-ଅର୍ଥନୈତିକ ଜାତିଗତ ଜନଗଣନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।

  9. 9.ଲୋକସଭା ନିର୍ବାଚନ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପର୍କକୁ ନେଇ ଜେପି ନଡ୍ଡା ଦେଇଥିବା ବୟାନକୁ ଉଲ୍ଲେଖ କରି ସଂଘ କହିଛି ଯେ ଏହା ଏକ ପାରିବାରିକ ମାମଲା ଥିଲା ଏବଂ ଏହାର ସମାଧାନ କରାଯାଇଛି।

  10. 10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତିଟି ଓଡ଼ିଆଙ୍କ ମୁଣ୍ଡରେ ୨୦,୭୩୬ ଟଙ୍କାର ଋଣ ରହିଥିବା ବେଳେ ସରକାରଙ୍କ ଖାତାରେ ୯୬,୩୧୦.୪୦ କୋଟି ଟଙ୍କାର ଋଣ ରହିଛି।

  11. 11.ଓଡିଶା ୨୦୨୩-୨୪ ଆର୍ଥିକ ବର୍ଷରେ ପାନ ମସଲା ଓ ଗୁଟ୍‌ଖାରୁ ୧୦୧୨.୫୬ କୋଟି ଟଙ୍କାର ଟିକସ ଆଦାୟ କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ଜୁଲାଇ ସୁଦ୍ଧା ଏବାବଦରେ ୩୫୭.୧୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି।

  12. 12.ଭିଜିଲାନ୍ସ ବିଭାଗ ଏହାର ଡ୍ରାଇଭକୁ ଜୋରଦାର କରିଛି ଏବଂ ଏପର୍ଯ୍ୟନ୍ତ ଏହା ୮ ଟି ପ୍ରଥମ ଶ୍ରେଣୀ ଅଧିକାରୀ, ୨ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଏବଂ ଜଣେ ତୃତୀୟ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ୧୧ ଟି ଆୟ ବହିର୍ଭୁତ ସମ୍ପତ୍ତି (ଡିଏ) ମାମଲା ରୁଜୁ କରିଛି। ଏହି ତଥ୍ୟ ଜୁନ୍ ୧୨ ରୁ ଅଗଷ୍ଟ ୨୫, ୨୦୨୪ ପର୍ୟ୍ୟନ୍ତ ଅଟେ।

  13. 13.ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବ୍ୟବସାୟୀ ତଥା ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ ବିଜୟ ନାୟରଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

  14. 14.କୋଲକାତା ବଳାତ୍କାର ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ସୋମବାର ଗିରଫ କରିଥିବା ସୂଚନା ମିଳିଛି।

  15. 15.ମଣିପୁର ବିଜେପି ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ଜ୍ବାଇଁ ରାଜକୁମାର ଇମୋ ସିଂହ ମଣିପୁରରେ ଲଗାତାର ହିଂସା ଘଟଣା ପାଇଁ କ୍ଷୁବ୍‌ଧ ହୋଇଯାଇଛନ୍ତି। ମଣିପୁରରେ ଏବେ ପାଖାପାଖି ୬୦ ହଜାର କେନ୍ଦ୍ରୀୟ ବାହିନୀଙ୍କ ଉପସ୍ଥିତି ଅଛି କିନ୍ତୁ ସେମାନେ ରାଜ୍ୟରେ ଶାନ୍ତି ରକ୍ଷା କରିବାରେ ବିଫଳ ହୋଇଛନ୍ତି।

  16.  16.ଶମ୍ଭୁ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କ ଅଭିଯୋଗଗୁଡ଼ିକୁ ଭଲଭାବେ ସମାଧାନ କରିବା ପାଇଁ ସୋମବାର ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି କମିଟି ଗଠନ କରିଛନ୍ତି। ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ନବାବ ସିଂ ଏହି କମିଟିରେ ଅଧ୍ୟକ୍ଷତା କରିବେ। 

  17. 17.ରାଜ୍ୟ ସଭା ସଦସ୍ୟ ସ୍ବାତି ମାଲିଓ୍ବାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

  18. 18.ବାୟୁସେନାର ଟ୍ରେନିଂବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବାର୍ମେର ସେକ୍ଟରରେ  ବାୟୁସେନାର ଏମଆଇଜି-୨୯ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

  19. 19.ପ୍ୟାରିସ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ବ୍ୟାଡମିଣ୍ଟନରେ ମିଳିଛି ଡବଲ ପଦକ। ମହିଳା ବ୍ୟାଡମିଣ୍ଟନର ଏସ୍‌ୟୁ ୫ ବର୍ଗରେ ଭାରତକୁ ମିଳିଛି ରୌପ୍ୟ ଓ ବ୍ରୋଞ୍ଜ ପଦକ। ଦେଶ ପାଇଁ ତୁଳସୀମାଠି ମୁର୍ଗେସନ ରୌପ୍ୟ ଜିତିଥିବା ବେଳେ ମନୀଷା ରାମଦାସ ବ୍ରୋଞ୍ଜ ଜିତିଛନ୍ତି।

  20. 20.ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି । ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.