• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଆଜି ସେପ୍ଟେମ୍ବର ୫ ତାରିଖ। ମହାନ୍‌ ଦାର୍ଶନିକ, ଶିକ୍ଷାବିତ୍‌ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର୍‌ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିକୁ ଗୁରୁଦିବସ ବୋଲି ପାଳନ କରାଯାଏ।

  2. 2. ଦୁନିଆର ସବୁଠୁ ବଡ ନଦୀ ମଧ୍ୟରେ ଗଣାଯାଉଥିବା ଆମାଜନ ଶୁଖିବାରେ ଲାଗିଛି | ବର୍ତ୍ତମାନ ନଦୀ ୧୨୧ ବର୍ଷରେ ସବୁଠାରୁ ବଡ ଜଳାଭାବର ସମ୍ମୁଖୀନ ହୋଇଛି 

  3. 3.ବମ୍ବେ ହାଇକୋର୍ଟ ବୁଧବାର ଦିନ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର 'ଏମର୍ଜେନ୍ସି'କୁ ତୁରନ୍ତ ସାର୍ଟିଫିକେଟ୍ ଦେବାକୁ କେନ୍ଦ୍ରୀୟ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)କୁ ମନା କରିଦେଇଛନ୍ତି।

  4. 4.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନକୁ ଭଙ୍ଗାରୁଜା କରିବା ଅଭିଯୋଗରେ କୋଲକାତା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ପଦରୁ ହଟାଇବା ପାଇଁ ଏକ ହ୍ବାଟସଅରପ୍‌ ଗ୍ୟାଙ୍ଗ କାମ କରୁଥିଲା ବୋଲି ପୋଲିସ କହିଛି।

  5. 5.‘ଓ୍ବି ଓ୍ବାଣ୍ଟ ଜଷ୍ଟିସ’ ନାମରେ ଏକ ହ୍ବାଟସଆପ୍‌ ଗ୍ରୁପ୍‌ ରହିଛି। ଏହି ଗ୍ରୁପ୍‌ର ସଦସ୍ୟମାନେ ଦକ୍ଷିଣ କୋଲକାତାର କାଳିଘାଟ ଠାରେ ଏକତ୍ରିତ ହୋଇ ଏହି ବିରୋଧ ପ୍ରଦର୍ଶନ କରିବାକୁ ପ୍ଲାନିଂ କରିଥିଲେ।

  6. 6.ଚଳିତବର୍ଷ ଜୁଲାଇ ମାସରେ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ ୩୦ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେଇଛନ୍ତି।

  7. 7.ଅଭିଯୁକ୍ତଙ୍କୁ ଦସ୍ତାବିଜ ପ୍ରଦାନ କରିବା ସମୟ‌ରେ ଇଡି ବିରକ୍ତ ହେବା ଉଚିତ ନୁହେଁ।  ଏହା କ’ଣ ସମ୍ବିଧାନର ଧାରା ୨୧ ଅଧୀନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଧିକାରର ଉଲ୍ଳଂଘନ କରୁନାହିଁ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ୨୦୨୨ ସରଳା ଗୁପ୍ତା ବନାମ ଇଡି ମାମଲାର ଶୁଣାଣି ସମୟରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। 

  8. 8.ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

  9. 9.ଆମେରିକାର ସର୍ଜନ ଜେନେରାଲ ଡକ୍ଟର ବିବେକ ମୁର୍ତ୍ତୀ ପିଲାମାନଙ୍କୁ ସେମାନଙ୍କର ପିଲାଦିନରୁ ବଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ। ଏହି କାରଣରୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି ବୋଲି ସେ କହିଛନ୍ତି।  ଯେପରି ସିଗାରେଟ୍ ଏବଂ ମଦ୍ୟପାନ ଉପରେ ଚେତାବନୀ ଲେଖାଯାଇଛି, ସେହିଭଳି ସୋସିଆଲ୍ ମିଡ଼ିଆ ଆପ୍ସରେ ମଧ୍ୟ ଚେତାବନୀ ଲେଖାଯିବା ଉଚିତ୍ ବୋଲି ସେ କହିଥିଲେ। 

  10. 10.ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେପଟେ ଏନସିପି (ଶରଦ ପାୱାର ଦଳ) ସଭାପତି ତଥା ବରିଷ୍ଠ ନେତା ଶରଦ ପାୱାର କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ମହାବିକାଶ ଅଘାଡି (ଏମଭିଏ) ର କୌଣସି ଆବଶ୍ୟକତା ନାହିଁ।

  11. 11.ସିଙ୍ଗାପୁରର ଅଗ୍ରଣୀ ରିଏଲ୍ ଇଷ୍ଟେଟ୍ କମ୍ପାନୀ ୨୦୨୮ ସୁଦ୍ଧା ଭାରତରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ସିଙ୍ଗାପୁରର କ୍ୟାପିଟାଲଣ୍ଡ , ଯାହା ଏସିଆର ସର୍ବବୃହତ ରିଅଲ୍ ଇଷ୍ଟେଟ୍ ଗ୍ରୁପ, ତାହା ଆଗାମୀ ଚାରି ବର୍ଷରେ ଭାରତରେ ୪୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହା ପରେ ଭାରତରେ ଏହି ଗ୍ରୁପ୍ ର ମୋଟ ପୁଞ୍ଜିନିବେଶ ୯୦୨୮୦ କୋଟି ଟଙ୍କାକୁ ବୃଦ୍ଧି ପାଇବ |

  12. 12.୧୪ ସେପ୍ଟେମ୍ବରରେ ସମସ୍ତ ସହରରେ ଜାତୀୟ ଲୋକ ଅଦାଲତ ଆୟୋଜିତ ହେବ। ଏଥିପାଇଁ ଟ୍ରାଫିକ୍ ଚାଲାଣ କଟିଥିବା ଗାଡ଼ି ଚାଳୂକଙ୍କୁ ସେପ୍ଟେମ୍ବର ୯ ସୁଦ୍ଧା ଆବେଦନ କରିବାକୁ ପଡିବ।  ଆବେଦନ କରିବା ପରେ ଚାଳକଙ୍କୁ ଏକ ଟୋକନ୍ ନମ୍ବର ଦିଆଯିବ। ଏହି ଆଧାରରେ ୧୪ ତାରିଖ ଦିନ ଶୁଣାଣି ହେବ। ପଞ୍ଜିକରଣ ବିନା କାହାରି ଟ୍ରାଫିକ୍ ଚାଲାଣର ଶୁଣାଣି ହେବ ନାହିଁ। 

  13. 13.ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି।

  14. 14.ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ।

  15. 15.ରାଜ୍ୟର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମୋହନ ଚରଣ ମାଝି ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ଶେଷ ହୋଇଛି।

  16. 16.ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ (ସୋମ‌ବାର‌) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

  17. 17.ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ରାଜୀବ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ତ୍ରିପୁରାରୁ ରାଜ୍ୟ ସଭାର ଏକମାତ୍ର ଆସନରେ ୩୭ ଭୋଟ ବ୍ୟବଧାନରେ ଜିତିଛନ୍ତି। ଭାଜପା ରାଜ୍ୟ ୟୁନିଟ ସଭାପତି ଭଟ୍ଟାଚାର୍ଯ୍ୟ ୪୭ଜଣ ବିଧାୟକଙ୍କ ସମର୍ଥନ ପାଇଥିବାବେଳେ ୧୦ ଜଣ ବିଧାୟକ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ପ୍ରାର୍ଥୀ ସୁଦର୍ଶନ ଦାସଙ୍କୁ ଭୋଟ ଦେଇଛନ୍ତି।

  18. 18.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରିଥିବା ଏର ନୂତନ ସମୀକ୍ଷାରୁ ଜଣାପଡିଛି ଯେ, ୱାୟାରଲେସ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ସତ୍ତ୍ୱେ ମସ୍ତିଷ୍କ କର୍କଟ ରୋଗର ବୃଦ୍ଧି ଘଟି ନାହିଁ। ଏପରିକି ଯେଉଁମାନେ ଦୀର୍ଘ ସମୟ ଧରି ଫୋନ୍ କଲରେ କଥା ହୁଅନ୍ତି କିମ୍ବା ଫୋନର ବହୁଳ ବ୍ୟବହାର କରୁଛନ୍ତି, ସେମାନଙ୍କର ମଧ୍ୟ ମସ୍ତିଷ୍କ କର୍କଟ ବୃଦ୍ଧି ଘଟି ନାହିଁ।

  19. 19.୨୨ ଶହ କୋଟି ଟଙ୍କା ଅନଲାଇନ ସ୍କାମର ପର୍ଦ୍ଦାଫାସ କରିଛି ଆସାମ ପୁଲିସ। ଅନଲାଇନ ଷ୍ଟକ୍ ମାର୍କେଟରେ ଟଙ୍କା ଇନଭେଷ୍ଟ (ପୁଞ୍ଜି ନିବେଶ) କଲେ ଦୁଇ ଗୁଣା ଟଙ୍କା ଫେରି ପାଇବା ଲୋଭ ଦେଖାଇ ବିପୁଳ ପରିମାଣର ଅର୍ଥ ସ୍କାମର୍ ଲୁଟି ନେଇଛନ୍ତି ।  

  20. 20.ପ୍ୟାରିସ ପାରାଲିମ୍ପିକ୍ସରେ ବଢିଲା ଭାରତର ଆଉ ଏକ ପଦକ ସଂଖ୍ୟା। ସଟ ପୁଟ୍ (F46) ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ବିଶ୍ୱ ଚାମ୍ପିଅନ୍ ସଚିନ ଖିଲାରୀ ଏହି ସଫଳତା ଭେଟି ଦେଇଛନ୍ତି। ସଟ୍ ପୁଟରେ ରୌପ୍ୟ ସହ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.