• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶ ଚତୁର୍ଥୀ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦିପନା ସହ ପୂଜା ପାଇବେ ଗଜାନନ।
  2. 2.ଅବଦୁଲ କଲାମ ଦ୍ୱୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪ ମିଜାଇଲର ୯ ନମ୍ବର ଭର୍ସନର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ରହିଛି।

  3. 3.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା।

  4. 4.ଭୌଗୋଳିକ ସ୍ଥିତି, ଦକ୍ଷ ମାନବ ସମ୍ବଳ, ଲଜିଷ୍ଟିକ୍ସ ଭିତ୍ତିଭୂମି ଦୃଷ୍ଟିରୁ ଦେଶର ପେଟ୍ରୋକେମିକାଲ୍‌ସ ହବ୍ ହେବା ଲାଗି ଓଡ଼ିଶା ପାଖରେ ବ୍ୟାପକ ସୁଯୋଗ ରହିଛି ବୋଲି କେନ୍ଦ୍ର ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‌ କହିଛନ୍ତି।

  5. 5.ରାଜ୍ୟରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ମହିଳା ଓ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ୍ ପ୍ରତିବର୍ଷ ହାରାହାରି ୧୧୪ଜଣ ଆଦିବାସୀ ବର୍ଗର ଛାତ୍ରୀ ଓ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

  6. 6.କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ବିଶାଖାପାଟଣା ଅନ୍ତର୍ଜାତୀୟ ବିମାନବନ୍ଦରରେ ୯ଟି ବିମାନବନ୍ଦର ପାଇଁ ଡିଜି ଯାତ୍ରା ସୁବିଧାର ଉଦଘାଟନ କରିବା ସହ ଅନ୍ୟ ୮ଟି ବିମାନବନ୍ଦର କୋଏମ୍ବାଟୁର, ଡାବୋଲିମ୍, ଇନ୍ଦୋର, ବାଗଡୋଗ୍ରା, ରାଞ୍ଚି, ପାଟନା, ରାୟପୁର ଏବଂ ଭୁବନେଶ୍ୱର ବିମାନବନ୍ଦର ପାଇଁ ଏହି ସୁବିଧାର ଭର୍ଚୁଆଲ ଶୁଭାରମ୍ଭ କରିଛନ୍ତି।

  7. 7ଜାତୀୟ କ୍ରୀଡ଼ା ଦିବସ ୨୦୨୪ ପାଳନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୭, ୨୦୨୪ଠାରୁ ଅଗଷ୍ଟ ୩୦, ୨୦୨୪ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଏବଂ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି।

  8. 8.ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରୋନିକ୍ କାର୍ ବଜାରରେ ଧମାଲ ମଚାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି।  ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରିକ୍ କାର୍ ସମେତ ବ୍ୟାଟେରୀ ତିଆରି କରିବାକୁ ଯୋଜନା ପ୍ରସ୍ତୁତ କରିଛି।

  9. 9.ମୁମ୍ବାଇରୁ ଫ୍ରାଙ୍କଫର୍ଟ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର ଏକ ବିମାନକୁ ସୁରକ୍ଷା କାରଣରୁ ତୁର୍କୀର ଏର୍ଜୁରମ୍ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ବୋମା ଆତଙ୍କ ପରେ ବିମାନର ଜରୁରୀକାଳୀନ ଅବତରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । 

  10. 10.କୋଲକାତା ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ବଡ଼ ସୂଚନା ମିଳିଛି। ମହିଳା ଡାକ୍ତରଙ୍କୁ ହସ୍ପିଟାଲରେ କୌଣସି ପ୍ରକାରର ଗଣଦୁଷ୍କର୍ମ କରାଯାଇ ନାହିଁ। ତଦନ୍ତ ବେଳେ ମିଳିଥିବା ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ ସଞ୍ଜୟ ରୟ ହିଁ ପୂରା ଘଟଣାର ଏକମାତ୍ର ଅଭିଯୁକ୍ତ।

  11. 11.ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ବିଚ୍ଛିନ୍ନତାବାଦୀ ଧାରା ୩୭୦ ଏବେ ଇତିହାସ ପାଲଟି ଯାଇଛି। କୌଣସି ମତେ ଏହା ଆଉ ଫେରିପାରିବ ନାହିଁ ବୋଲି ଜମ୍ମୁ ଓ କଶ୍ମୀର ନିର୍ବାଚନ ନିମନ୍ତେ ଦଳୀୟ ଇସ୍ତହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

  12. 12.ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ କୋର୍‌ ଏରିଆ ମଧ୍ୟରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାୟ ୨୦୦ ହରିଣ/କୁଟୁରା/ସମ୍ବରଙ୍କୁ ସାତକୋଶିଆର କୋର୍‌ ଏରିଆକୁ ସ୍ଥାନାନ୍ତର କରାଯିବ। ତ‌ା’ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ(ଏସ୍‌ଟିପିଏଫ୍‌)ଙ୍କୁ ନିୟୋଜିତ ହୋଇଛନ୍ତି।

  13. 13.ସମଗ୍ର ଭାରତରେ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ଯୋଗୁ କେତେକ ବନ୍ୟାପ୍ରବଣ ଅଞ୍ଚଳରେ ମରୁଡ଼ି ପଡ଼ିବା ସହ ମରୁଡ଼ିପ୍ରବଣ ଅଞ୍ଚଳରେ ବନ୍ୟା ହେଉଛି ବୋଲି ଶୁକ୍ରବାର ଏକ ଗ୍ଲୋବାଲ ଆଡ୍‌ଭାଇଜରି ଆଣ୍ଡ୍ ଇମ୍ପ୍ଲିମେଣ୍ଟେସନ୍ ସର୍ଭିସ୍ ଗ୍ରୁପ୍ ଓ ଜିଓଗ୍ରାଫିକ୍ ଇନ୍‌ଫର୍ମେସନ୍ ସିଷ୍ଟମ୍ ସଲ୍ୟୁସନ୍ ପ୍ରୋଭାଇଡର୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

  14. 14.ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ତେବେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଭିନେଶ ରେଳବାଇରୁ ଇସ୍ତଫା ଦେଇଥିଲେ |

  15. 15.କ୍ରିକେଟ ତାରକା ଇରଫାନ ପଠାନଙ୍କ ନେତୃତ୍ବରେ ‘କୋଣାର୍କ ସୂର୍ଯ୍ୟସ’ ନାମରେ ଏକ ଦଳ ଗଠନ କରାଯାଇଛି। ନୂତନ ଦଳ ‘କୋଣାର୍କ ସୂର୍ଯ୍ୟସ’ ଘୋଷଣା କାର୍ଯ୍ୟକ୍ରମରେ ଯୋଗଦେଇ ଟିମକୁ ଶୀର୍ଷରେ ପହଞ୍ଚାଇବା ସହ ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେବାକୁ ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.