• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଗାମୀ ୫ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ‘ଏକ ଦେଶ, ଏକ ନିର୍ବାଚନ’ କୁ ଲାଗୁ କରାଯିବ। ସାରା ଦେଶରେ ଏକସମୟରେ ନିର୍ବାଚନ ପ୍ରକ୍ରିୟା ତ୍ଵରାନ୍ବିତ କରିବା ଲାଗି ୨୦୨୩ ସେପ୍ଟେମ୍ବର ୨ରେ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଗତ ମାର୍ଚ୍ଚ ମାସରେ କମିଟି ୧୮ ହଜାର ୬୨୬ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲେ।  

  2. 2.କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆନିମେସନ୍, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଆଣ୍ଡ ଏକ୍ସଟେଣ୍ଡେଡ୍ ରିଆଲିଟି (ଏଭିଜିସି-ଏକ୍ସଆର) ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର (ଏନସିଓଇ) ପ୍ରତିଷ୍ଠା କୁ ମଞ୍ଜୁର କରାଯାଇଛି । 

  3. 3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କ୍ୟାବିନେଟ ଚନ୍ଦ୍ରାୟନ-୪ ମିଶନକୁ ସବୁଜ ସଂକେତ ଦେଇଛନ୍ତି |

  4. 4.ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ସୂଚନାନୁସାରେ, ସେପ୍ଟେମ୍ବର ୨୧ (ଶନିବାର) ରେ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି।

  5. 5.କ୍ୟାବିନେଟ୍ କମିଟି ବୈଠକରେ ‘ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ’କୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିପାଇଁ ୭୯,୧୫୬ କୋଟି ଟଙ୍କାର ବ୍ୟୟବରାଦ ରହିଛି।

  6. 6.ସାହାରା ଗ୍ରୁପ୍‌ର ଜମାକାରୀଙ୍କୁ ଫେରସ୍ତ କରାଯାଉଥିବା ଟଙ୍କାର ସୀମାକୁ କେନ୍ଦ୍ର ସରକାର ୫୦ ହଜାର ଟଙ୍କାକୁ ବଢ଼ାଇଛନ୍ତି। ପୂର୍ବରୁ ଏହି ସୀମା ୧୦ ହଜାର ଟଙ୍କା ଥିଲା।

  7. 7.ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢିଲା । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଲେ ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ କାର୍ଯ୍ୟକାଳ ବଢାଯାଇଛି ।

  8. 8.ରାଜ୍ୟରେ ଏବେ ବର୍ଷକୁ ୬୮ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହେଉଥିବାବେଳେ ରାଜ୍ୟ ସରକାର ଧାନର ଏମ୍‌ଏସ୍‌ପି ୩୧୦୦ଟଙ୍କାକୁ ବଢ଼ାଇଥିବାରୁ ଅଧିକ ଧାନ ଫସଲ ହୋଇଥିବା କୁହାଯାଉଛି।

  9. 9.ସାମାଜିକ ଅନୁଷ୍ଠାନ ଭାରତ ସମନ୍ବିତ ସମାଜ କଲ୍ୟାଣ ସଂସ୍ଥା (ବିଶ୍ଵ)ର ପ୍ରତିଷ୍ଠାତା କ୍ଷୀରୋଦ ମଲ୍ଲିକ (୬୮)ଙ୍କର ବୁଧବାର ସମ୍ବଲପୁର ଦାନିପାଲିସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି।

  10. 10.ସୁଭଦ୍ରା ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ସୁଇଚ୍‌ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

  11. 11.ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋାସଦ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ୍‌ କରିବା ପାଇଁ ଅସମ୍ଭବକୁ ସମ୍ଭବ କରିଦେଖାଇଛି। ସମଗ୍ର ଇସ୍ରାଏଲରେ ହେଜବୁଲ୍ଲା ସଦସ୍ୟଙ୍କୁ ଟାର୍ଗେଟ୍‌ କରିବା ନିମନ୍ତେ ସେମାନେ ବ୍ୟବହାର କରୁଥିବା ପ୍ରତିଟି ପେଜର୍‌କୁ ବୋମାରେ ପରିଣତ କରିବା ପାଇଁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି  ସଫଳ ହୋଇଛି। ଲେବାନନରେ ପେଜର ବିସ୍ଫୋରଣରେ ପ୍ରାୟ ୩୦୦୦ ଲୋକ ଆହତ ହେବା ସହ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

  12. 12.ଏଥର ଲାପଟପ, ୱାକି ଟକି ଏବଂ ମୋବାଇଲରେ ବିସ୍ଫୋରଣ ଘଟିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ,  ଦେଶର ଦକ୍ଷିଣରେ ଏବଂ ରାଜଧାନୀର ଦକ୍ଷିଣ ଉପାନ୍ତରେ ହିଜବୁଲ ବ୍ୟବହାର କରୁଥିବା ହ୍ୟାଣ୍ଡହେଲ୍ଡ ରେଡିଓ(ୱାକି ଟକି) ବିସ୍ଫୋରଣ ହୋଇଛି।

  13. 13.ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ୨୪ଟି ଆସନରେ ମତଦାନରେ ଅପରାହ୍ନ ୫ଟା ସୁଦ୍ଧା ୫୮.୧୯ ପ୍ରତିଶତ ଭୋଟ୍ ରେକର୍ଡ ହୋଇଥିଲା |

  14. 14.ଫିଲ୍ମ 'ପଠାନ୍' ଏବଂ 'ଯବାନ୍' ପରେ 'ଗଦର ୨' ଏବଂ 'ଆନିମଲ' ବକ୍ସ ଅଫିସରେ(ହିନ୍ଦୀ ଭାଷାରେ) ୫୦୦କୋଟି ଟଙ୍କା ଅତିକ୍ରମ କରିଥିଲା। ଏବେ 'ସ୍ତ୍ରୀ-୨' ସବୁ ଫିଲ୍ମକୁ ପଛରେ ପକାଇ ନଂ ୧ ହିନ୍ଦୀ ଫିଲ୍ମ ହୋଇଛି।

  15. 15.ଆଜି ଗୁରୁବାରଠୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.