• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଗୁଜରାଟର ସୁରଟରେ ଏକ ବିରଳ ଗଣେଶ ମୂର୍ତ୍ତି ଉଭା ହୋଇଛି, ଯାହାକୁ ବର୍ଷକୁ ମାତ୍ର ଥରେ ପୂଜା କରାଯାଏ । କିନ୍ତୁ ଏହି ଗଣେଶ ମୂର୍ତ୍ତିଙ୍କୁ ବିଶ୍ବର ସବୁଠାରୁ ଦାମୀ ଗଣେଶ ମୂର୍ତ୍ତି ବୋଲି କୁହାଯାଉଛି । ମୂଲ୍ୟ ଆନୁମାନିକ ପ୍ରାୟ ୬୦୦ କୋଟି ଟଙ୍କା ।

  2. 2.ରବିବାର, ସିରିୟା ଉପରେ ଇସ୍ରାଏଲ୍‌ ଅତର୍କିତ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ୱାଦି ଅଲ୍‌ ଉୟୁନ୍‌ ରାଜପଥ ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ଏଥିରେ ୧୬ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ୩୬ ଆହତ ହୋଇଛନ୍ତି।

  3. 3.ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି)ର ବରିଷ୍ଠ ପରିବେଶ ଇଞ୍ଜିନିୟର ମହମ୍ମଦ ଆରିଫ୍‌ ଜଣେ ମଧ୍ୟସ୍ଥଙ୍କ ପୁଅଠାରୁ ୯୧,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ସିବିଆଇ ଅଧିକାରୀମାନେ ତାଙ୍କୁ ଧରିଛନ୍ତି। ତାଙ୍କ ବାସଭବନରେ ଚଢ଼ଉ କରି ୨.୩୯ କୋଟି ଟଙ୍କା ଜବତ କରାଯାଇଛି।

  4. 4.ଉତ୍ତରପ୍ରଦେଶରେ ୬୯ ହଜାର ସହକାରୀ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ସୋମବାର ରୋକ୍ ଲଗାଇଛନ୍ତି ଓ ଉଭୟ ପକ୍ଷଙ୍କୁ ଲିଖିତ ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

  5. 5.୧୯୯୯ ମସିହାର ମହାବାତ୍ୟା ପରିବେଶ ଯୋଦ୍ଧା ବିଜୟ କୁମାର କବିଙ୍କ ଗାଁର ନକ୍ସାକୁ ବଦଳାଇ ଦେଇଥିଲା। ସେତେବେଳେ ବିଜୟ ପ୍ରାକୃତିକ ଦୁର୍ବିପାକ ସହ ଲଢ଼ିବା ଓ ଏହାର କୁପ୍ରଭାବ ହ୍ରାସ କରିବାକୁ କେନ୍ଦ୍ରାପଡ଼ା ଉପକୂଳର ବିଭିନ୍ନ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ଦିଗରେ କାମ ଆରମ୍ଭ କରିଥିଲେ। ତାଙ୍କର ଏହି ଅବିରତ ପ୍ରଚେଷ୍ଟାକୁ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାଧୁବାଦ ଜଣାଇଛନ୍ତି।

  6. 6.ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କାର୍ଯ୍ୟକାରୀ ହେବାର ପାଞ୍ଚ ବର୍ଷ ପୂରଣ ହୋଇଛି। ଏହି ସମୟ ଭିତରେ ଓଡ଼ିଶାର ୧,୫୭,୨୦୮ ଜଣ ଚାଷୀ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।

  7. 7.ସୁ-୩୦ ଏମ୍‌କେଆଇ ବିମାନ ଲାଗି ଇଞ୍ଜିନ ତିଆରି କରିବାର ବରାଦ ହିନ୍ଦୁସ୍ତାନ ଏରୋନୌଟିକ୍ ଲିମିଟେଡ୍‌ (ହାଲ୍‌)ର କୋରାପୁଟର ସୁନାବେଡ଼ା କାରଖାନାକୁ ପ୍ରଦାନ କରାଯାଇଛି। ୨୪୦ଟି ବିମାନ ଇଞ୍ଜିନ ତିଆରି କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ହାଲ୍ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ହାଲ୍‌କୁ ଏଥିପାଇଁ ୨୬,୦୦୦ କୋଟି ଟଙ୍କାର ବରାଦ ଦିଆଯାଇଛି।

  8. 8.ବାହନ ପୋର୍ଟାଲ ତଥ୍ୟ ଅନୁସାରେ ଚଳିତ ବର୍ଷ ବିକ୍ରି ହୋଇଥିବା ୫୩.୬୧ ପ୍ରତିଶତ ତିନିଚକିଆ, ୫ ପ୍ରତିଶତ ଦୁଇଚକିଆ ଓ ୨ ପ୍ରତିଶତ କାର୍ ହେଉଛି ଇଭି।

  9. 9.ସୂଚନା ଅନୁଯାୟୀ, ୨୦୦୦ ଟଙ୍କାରୁ କମ୍ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କାରବାର ଉପରେ ଆଦାୟ ହେଉଥିବା  ମର୍ଚ୍ଚାଣ୍ଟ ଫି ଉପରେ ଏବେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ। ପେମେଣ୍ଟ ଗେଟୱେ ଉପରେ ବି ଏହା ଲାଗୁ ହେବ।

  10. 10.୪୮ବର୍ଷ ବୟସରେ ଚାଲିଗଲା 'କସୌଟି ଜିନ୍ଦେଗି କେ'ର ଅଭିନେତା ବିକାଶ ସେଠିଙ୍କ ଜୀବନ | ଟିଭି ଇଣ୍ଡଷ୍ଟ୍ରିରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି | ଶୋଇଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା |

  11. 11.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲାଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି। ସେ କ୍ଲାଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି।

  12. 12.ମାଲାକାନଗିରି ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସ୍କୁଲରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

  13. 13. କ୍ୟାନସରର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ମେଡିସନ ଉପରେ ଜିଏସ୍‌ଟି ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ବିଭିନ୍ନ ପ୍ରକାରର କ୍ୟାନସର ଔଷଧ ଉପରେ ୧୨% ଜିଏସଟି ଲାଗୁ ହେଉଥିଲା। କିନ୍ତୁ ଏବେ ସେଗୁଡ଼ିକ ଉପରେ ୫% ଜିଏସଟି ଲାଗିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

  14. 14.ଓଡ଼ିଶା କ୍ୟାଡ଼ରର ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମା ଆଜି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ(ସିଏକ୍ୟୁଏମ) ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ସଚିବ ଭାବେ ସେ ଅଗଷ୍ଟ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ।

  15. 15.ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର ଭାରତକୁ ପଦ୍ମା ହିଲ୍‌ଶା ବା ଇଲିଶି ରପ୍ତାନି ଉପରେ କଟକଣା ଲଗାଇଛନ୍ତି।

  16. 16.ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

  17. 17.ଶ୍ୱେତା ବଚ୍ଚନ ‘କଫି ଓ୍ବିଥ୍‌ କରଣ’ରେ ଐଶ୍ୱର୍ଯ୍ୟା ରୟଙ୍କୁ ତାଙ୍କ ମା ସମାନ ବୋଲି ସ୍ବୀକାର କରିଥିଲେ। ଐଶ୍ୱର୍ଯ୍ୟା ରୟ ମଧ୍ୟ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ତାଙ୍କର ତାଙ୍କ ପାଖେ ତାଙ୍କ ଝିଅଆରାଧ୍ୟା ଅଛନ୍ତି।

  18. 18.ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି।

  19. 19.ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ କରିଛି।

  20. 20.ବାଂଲାଦେଶର ଜମାତ-ଇ-ଇସଲାମି ଦଳର ପୂର୍ବତନ ମୁଖ୍ୟଙ୍କ ପୁତ୍ର ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ‘ଆମାର ସୋନାର ବଙ୍ଗଲା’କୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.