• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୧୫ତାରିଖରେ ସମଗ୍ର ଦେଶରେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏଥିରୁ ଓଡ଼ିଶାରେ ୩ଟି ନୂଆ ଟ୍ରେନ ଚଳାଚଳ କରିବ ।

  2. 2.ଅଷ୍ଟ୍ରେଲିଆରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ପଇଁ ଖୁବ୍‌ଶୀଘ୍ର ଆଇନ କାର୍ଯ୍ୟକାରୀ ହେବ। ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବାନିଜ କହିଛନ୍ତି।

  3. 3.ବହୁ ଦେଶ ସମୁଦ୍ରରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ୧୭୭ଟି ଦେଶରେ ଏଥିପାଇଁ ୧୬ ହଜାର ଛୋଟବଡ଼ ଡିସାଲାଇନେସନ୍ ପ୍ଲାଣ୍ଟ କାର୍ଯ୍ୟ କରୁଛି। ୧୯୯୭ରୁ ୨୦୦୯ ମସିହା ମଧ୍ୟରେ ଉତ୍କଟ ଜଳାଭାବ ସମୟରେ ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ସମୁଦ୍ର ଜଳରୁ ବ୍ୟବହାର ଯୋଗ୍ୟ ପାଣି ଉତ୍ପାଦନ କରୁଥିଲା। ଭାରତର ତାମିଲନାଡ଼ୁରେ ମଧ୍ୟ ଏଭଳି ୨ଟି ପ୍ଲାଣ୍ଟ କାର୍ଯ୍ୟ କରୁଛି।

  4. 4.ଡିଶାରେ ପ୍ରଥମ ଥର ପାଇଁ “ROHF Scribe Awards 2024” ଆୟୋଜିତ ହୋଇଛି। ରେ ଅଫ୍ ହୋପ୍ ଫାଉଣ୍ଡେସନ୍ (ROHF) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲେଖକ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଛି।

  5. 5.ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଫିସର ଜଣେ ୱିଙ୍ଗ୍ କମାଣ୍ଡରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ-କଶ୍ମୀରର ବଡ଼ଗାମ ଥାନାରେ ଏତଲା ରୁଜୁ ହୋଇଛି।

  6. 6.ଗଣତାନ୍ତ୍ରିକ ବାତାବରଣକୁ ବିପଦରେ ପକାଇ ଭୟ ସୃଷ୍ଟି ନିମନ୍ତେ ପ୍ରୋତ୍ସାହିତ କରିବା ଅଭିଯୋଗରେ ଆଜି କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ୫୧ ଜଣ ଡାକ୍ତରଙ୍କୁ ନୋଟିସ୍ ଜାରି କରିଛନ୍ତି।

  7. 7.ସିପିଆଇ (ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ୭୨ ବର୍ଷୀୟ ଏହି ନେତା ଶ୍ୱାସନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

  8. 8.ମଣିପୁରରେ ଜାତିଆଣ ହିଂସା ଜାରି ରହିଥିବା ବେଳେ ଗତକାଲି ଅପରାହ୍ନରୁ ସମଗ୍ର ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଇମ୍ଫାଲର ଦୁଇଟି ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି।

  9. 9.ହେମା କମିଟି ରିପୋର୍ଟ ଉପରେ ପଦକ୍ଷେପ ନ ନେଇଥିବାରୁ କେରଳ ହାଇକୋର୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ ‌ପିନାରାଇ ବିଜୟନଙ୍କ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଏହି ରିପୋର୍ଟରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡ଼ନ ତଥା ନିର୍ଯାତନା ମାମଲା ପ୍ରକାଶ ପାଇଛି।

  10. 10.ଦେଶରେ ସର୍ବାଧିକ ଏନକାଉଣ୍ଟର ମାମଲା ଉତ୍ତରପ୍ରଦେଶରେ ସାମ୍ନାକୁ ଆସିଛି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଗତ ୭ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ପ୍ରାୟ ୧୩ ହଜାର ଏନକାଉଣ୍ଟର ହୋଇଛି।

  11. 11.କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସାଇବର ଠିକେଇ ପ୍ରଶମନ କେନ୍ଦ୍ର (ସିଏଫ୍ଏମସି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ସମନ୍ଵୟ ପ୍ଲାଟଫର୍ମ (ଯୁଗ୍ମ ସାଇବର ଅପରାଧ ଅନୁସନ୍ଧାନ ସୁବିଧା ପ୍ରଣାଳୀ)ର ଶୁଭାରମ୍ଭ କରିଛନ୍ତି।

  12. 12.ପୁଟିନଙ୍କର  ପ୍ରେମିକା ଏଲିନା କବେଭାଙ୍କ ଠାରୁ ଦୁଇ ଜଣ ପୁତ୍ର ସନ୍ତାନ ଅଛନ୍ତି।  ସେମାନଙ୍କର ବୟସ ୯ ବର୍ଷ ୫ ବର୍ଷ । ସେମାନଙ୍କର ନାମ ହେଉଛି ଇଭାନ୍ ଏବଂ ଭ୍ଲାଡିମିର୍ ଜୁନିଅର। ରୁଷିଆର ଅନୁସନ୍ଧାନକାରୀ ସଂସ୍ଥାର ତଥ୍ୟ ଆଧାରରେ ଫୋର୍ବସ୍ ଲେଖିଛି ଯେ ଏଲିନାଙ୍କ ଦୁଥ ପୁଅ ପୁଟିନଙ୍କ ସହ ରୁହନ୍ତି 

  13. 13.ପ୍ରଥମେ ନିଟ୍‌-ୟୁଜି ଜେଇଇ ପିଲାଙ୍କୁ ଓଡିଶା ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ତେବେ ଏଥର ଯୁକ୍ତି ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ।

  14. 14.ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ମୋଟ ୧୯୦୭.୭କିମି ଡ୍ରେନ ରହିଛି । ଏଥିରୁ ଇଡକୋ ଅଧୀନରେ ୬୫କିମି, ଏନଏଚଏଆଇ ୩୪.୫କିମି ଓ ପିଡବ୍ଲ୍ୟୁଡି ଅଧୀନରେ ୩୬୦କିମିର ଆଭ୍ୟନ୍ତରୀଣ ଡ୍ରେନ ରହିଛି । ଯାହାକୁ ସମ୍ପୃକ୍ତ ଏଜେନ୍ସୀଗୁଡ଼ିକ ଘୋଡ଼ାଇ ସାରିଛନ୍ତି ଅର୍ଥାତ୍ ଏସବୁ ମୁକୁଳା ହୋଇ ରହିନାହିଁ ।

  15. 15.୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୬ ଲକ୍ଷରୁ ଅଧିକ ଗଛ କଟାଯାଇଛି। ମଙ୍ଗଳବାର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

  16. 16.ଓଡ଼ିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ୭ ଟି ରୟାଲ ବେଙ୍ଗଲ ଟାଇଗର ସମେତ ଓଡିଶା ୫୫ ଟି ବାଘ ହରାଇଛନ୍ତି।

  17. 17.ଆପୋଫିସ୍‌ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଏହା ୨୦୨୯ରେ ପୃଥିବୀ ସହ ଧକ୍କା ହେବ ବୋଲି ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ସୂଚନା ଦେଇଛି।

  18. 18.ଭାରତରେ ପ୍ରଥମ ଥର ପାଇଁ ଏକ ୬ ଦିନିଆ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ନଭେମ୍ବର ୨୫ରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌, ଆଇଟିପିଓ, ପ୍ରଗତି ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି।

  19. 19.କ୍ରୀଡ଼ା ସହ ଭିତ୍ତିଭୂମିର ଉନ୍ନତି ଏବଂ ଓଡ଼ିଶାରେ ଆଗାମୀ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଳାନାଥ ସିଂ, କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

  20. 20.ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଚୁକ୍ତି ଉଲ୍ଲଂଘନ ମାମଲାରେ ଭାରତୀୟ ଡିଫେଣ୍ଡର ଅନଓ୍ବର ଅଲୀଙ୍କୁ ୪ ମାସ ପାଇଁ ବାସନ୍ଦ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.