-
1.ଆସନ୍ତା ମାସରେ ରୁଷ୍ରେ ବ୍ରିକ୍ସ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପୃଥକ୍ ଦ୍ବିପାକ୍ଷିକ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି।
-
2.ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ୭୨ ବର୍ଷ ବୟସରେ ପରଲୋକ ଘଟିଛି।.
-
3.ଗୁଜୁରାଟର ଭୁଜ-ଅହମ୍ମଦାବାଦ ମଧ୍ୟରେ ଚାଲିବ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍ । ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚଳାଚଳ କରିବ। ସେପ୍ଟେମ୍ବର ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେମି ହାଇସ୍ପିଡ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।
-
4.ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ ବୃଦ୍ଧି ଘଟିଛି।
-
5.ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ,ମା’-ବାପାଙ୍କ ଉପରେ ନିର୍ଭରଶୀଳ ବିବାହିତା ଝିଅ/ ସାବତ ଝିଅଙ୍କୁ ନିଯୁକ୍ତି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଥଇଥାନ ଯୋଜନାରେ ବିବାହିତା କିମ୍ବା ସାବତ ଝିଅଙ୍କୁ ଚାକିରି ମିଳିବ। ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି।
-
6.ମାଓବାଦୀ ସଂଗଠନ ଗତ ୨୦ ବର୍ଷ ମଧ୍ୟରେ ଦେଶବ୍ୟାପୀ ୫୨୪୯ ମାଓବାଦୀଙ୍କୁ ହରାଇଛି। ଏଥି ମଧ୍ୟରେ ୧ ହଜାର ମହିଳା କ୍ୟାଡର ଅଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) କେନ୍ଦ୍ରୀୟ କମିଟି ୨୫ ପୃଷ୍ଠାର ଏକ ରିପୋର୍ଟ ଜାରି କରି ଏହି ସତ୍ୟକୁ ସ୍ବୀକାର କରିଛି।
-
7.ରାଜ୍ୟ ସରକାରଙ୍କ ୭ଟି ବିଭାଗରେ ଆଜି ୪୭୬ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ଆୟୋଜିତ ଏକ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।
-
8.ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଥିବା ତିନିଦିନିଆ ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪ରେ ଓଡ଼ିଶା ସରକାର ସ୍ବତନ୍ତ୍ର ଓଡ଼ିଶା ପାଭିଲିୟନ୍ ସ୍ଥାପନ କରିଛନ୍ତି।
-
9.ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦର ମାଲିକାନା ଶିଳ୍ପପତି ଗୌତମ ଆଦାନିଙ୍କ ‘ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍’ ହାତକୁ ଯାଇଛି।
-
10ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ହରିନ୍ଦର ପାଲ ସିଂ, ପୁଲିସ ଡିଆଇଜି କେ.ଏଲ.ଧ୍ରୁବ, ଏସପି ଇନ୍ଦିରା କଲ୍ୟାଣ ଏଲେସେଲାଙ୍କ ସମ୍ମୁଖରେ ପୁରସ୍କାର ଘୋଷିତ ହାର୍ଡକୋର ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
-
11.ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ପୁନଃ ନିଯୁକ୍ତି ପାଇଁ କମିଟି ଚୟନ କରିବ। ୬୫ ବର୍ଷରୁ କମ୍ ଓ ଚାକିରିରେ ଭଲ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି।
-
12.ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଛି। ଯେଉଁ ଅଞ୍ଚଳରେ ବାର୍ଡଫ୍ଲୁ ସଂକ୍ରମଣ ହୋଇଥିଲା, ସେଠାରେ କଲିଂ କରି ସମସ୍ତ କୁକୁଡାଙ୍କୁ ମରାଯାଇଛି। ସଂକ୍ରମିତ କୁକୁଡ଼ା ଆଉ ନାହାନ୍ତି।
-
13.ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନ୍ୟାୟ ପାଇଁ ଏବଂ ଲୋକଙ୍କ ସ୍ଵାର୍ଥ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ପଦବିକୁ ନେଇ ମୁଁ ଚିନ୍ତିତ ନୁହେଁ। ଆମର ଅନୁରୋଧ ସତ୍ତ୍ବେ ଆନ୍ଦୋଳନରତ ଡାକ୍ତର ବୈଠକକୁ ଆସିଲେନାହିଁ। ୨ ଘଣ୍ଟାର ଅପେକ୍ଷା ପରେ ବି ସେମାନଙ୍କଠାରୁ କିଛି ଉତ୍ତର ମିଳିଲାନି ବୋଲି ମମତା କହିଛନ୍ତି।
-
14.ରାଜନୀତିରେ ପ୍ରବେଶ କରିବା ପରେ ବିନେଶ ଫୋଗାଟ କହିଛନ୍ତି,‘ଲୋକମାନଙ୍କ ଠାରୁ ଅନେକ ସମର୍ଥନ ପାଉଛି ଆଗକୁ ଆହୁରି ପାଇବାର ବି ଆଶା ରଖିଛି।କୁସ୍ତିକୁ ଫେରିବା ସମ୍ଭବ ନୁହେଁ।’
-
15.ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ଆହୁରି ଅଧିକ ଘନୀଭୂତ ହୋଇ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.