-
1.ଭାରତରେ ୧୮୮୧ ମସିହାରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଛି । ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା। ମୋଦୀ ସରକାର ନିଜର ୩ୟ କାର୍ଯ୍ୟକାଳରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
-
2.ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ବଡ଼ ଯୋଜନା କରୁଛି। ଇରାନଠାରୁ ସିଧାସଳଖ ସାମରିକ ସହାୟତା ହାତେଇ ଥିବା ହେଜବୁଲ୍ଲା ଲେବାନନ୍ ଓ ୟେମେନରୁ ଇସ୍ରାଏଲ ଉପରେ ଶତାଧିକ ରକେଟ୍ ମାଡ଼ କରିଛି।
-
3.ସମସ୍ତ ମନ୍ତ୍ରୀଙ୍କ ୨୦୨୩-୨୪ ବର୍ଷର ସ୍ଥାବର ଓ ଅସ୍ଥାବର ସଂପତ୍ତି ବିବରଣୀକୁ ସାର୍ବଜନୀନ କରାଯାଇଛି। ଅଶ୍ବିନୀଙ୍କ ୨୦୨୨-୨୩ରେ ତାଙ୍କ ସମ୍ପତ୍ତି ୧୧୮ କୋଟି ୨୮ ଲକ୍ଷ ୨୧ ହଜାର ୧୮୦ ଟଙ୍କା ଥିବା ବେଳେ ଏହା ୧୧.୫୬ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୧୩୧ କୋଟି ୯୩ ଲକ୍ଷ ୧୩ ହଜାର ୮୦୩ ଟଙ୍କାରେ ପହଞ୍ଚିଛି।
-
4.ହାଇତିର ଦକ୍ଷିଣ ଭାଗରେ ଶନିବାର ଏକ ଗ୍ୟାସ୍ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ ପୋଡ଼ିଯାଇ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।
-
5.ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆଉ ପୂର୍ବଭଳି ନାହିଁ।
-
6.ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ। ସେ ରାହୁଲ ଗାନ୍ଧିଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି।
-
7.ଯେଉଁମାନେ ଇ- କେୱାଇସି ପ୍ରକ୍ରିୟା ସମାପ୍ତ କରିନାହାନ୍ତି ସେମାନଙ୍କର ରାସନ ବନ୍ଦ ହେବ। ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଇ-କେୱାଇସି ପାଇଁ ଶେଷ ତାରିଖ ୩୧ ଅକ୍ଟୋବର ଭାବରେ ସ୍ଥିର କରାଯାଇଛି।
-
8.ଲକ୍ଷ୍ମୌ-ଆଗ୍ରା ଏକ୍ସପ୍ରେସୱେରେ ମାଇଲଷ୍ଟୋନ୍ ୭୯ ନିକଟରେ ଏକ ଦୁର୍ଘଟଣା କାରର ଟାୟାର ହଠାତ ଫାଟି ଯାଇଥିବା ହେତୁ କେସର ପାନ ମସାଲା କମ୍ପାନି ମାଲିକ ହରିଶ ମଖିଜାଙ୍କ ପତ୍ନୀ ପ୍ରୀତି ମଖିଜା ପ୍ରାଣ ହରାଇ ଦେଇଥିଲେ।
-
9.ଜାମିନ ମିଳିବାର ଦୁଇ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁଷ୍ଠିତ ଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।
-
10.ମୁମ୍ବାଇର ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଠୱାନୀଙ୍କୁ ଅସଦାଚରଣ ଓ ନିର୍ଯାତନା ମାମଲାରେ ସମ୍ପୃକ୍ତ ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଆନ୍ଧ୍ରପ୍ରଦେଶ ସରକାର ନିଲମ୍ବିତ କରିଛନ୍ତି।
-
11.ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
-
12.ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି ଥରେ ଚାର୍ଜ ହେଲେ ୯୦ ଦିନ ପର୍ଯ୍ୟନ୍ତ ଉଡ଼ିପାରିବ।
-
13.ନିର୍ବାଚନ ଆୟୋଗ କହିଛନ୍ତି ଯେ, ବର୍ତ୍ତମାନ ସମୟ ପୂର୍ବରୁ ଦିଲ୍ଲୀରେ ନିର୍ବାଚନ ହେବାର ସମ୍ଭାବନା ନାହିଁ। ଏତେ କମ୍ ସମୟ ମଧ୍ୟରେ ବିଧାନସଭା ନିର୍ବାଚନ ସମ୍ଭବ ନୁହେଁ ବୋଲି ଆୟୋଗ କହିଛନ୍ତି।
-
14.ଅନ୍ଲାଇନ ପ୍ଲାଟ୍ଫର୍ମରେ ଅନେକ ସୁବିଧା ଓ ଇ-କର୍ମସ କମ୍ପାନୀଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ଓ ହୋମ୍ ଡେଲିଭରି ସୁବିଧା ଯୋଗାଇଦେଉଥିବାରୁ ପ୍ରାୟ ୭୩% ଭାରତୀୟ ଅନ୍ଲାଇନ ଶପିଂକୁ ପସନ୍ଦ କରୁଥିବା ଆମାଜନ୍ ଇଣ୍ଡିଆ ଦ୍ୱାରା ଇପ୍ସୋସ୍ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
-
15.ଫ୍ଲିପକାର୍ଟ ଏବଂ ଆମାଜନ ଏକ ବମ୍ପର ସେଲ୍ ଆରମ୍ଭ ହେବାକୁ ଯାଉଛି। ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ’ରେ ଗ୍ରାହକଙ୍କ ଜବରଦସ୍ତ ଅଫର୍ ମିଳିବ। ଗ୍ରାହକଙ୍କୁ ୨୪ ସ୍ମାର୍ଟଫୋନ ଉପରେ ରିହାତି ମିଳିବ।
-
16.ସମସ୍ତ ଡାକ୍ତରଙ୍କର ଏକକ ପରିଚୟପତ୍ର ରହିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ଭାରତରେ ଚିକିତ୍ସା କରିବାକୁ ଯୋଗ୍ୟ ସମସ୍ତ ଏମ୍ବିବିଏସ୍ ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ସଦ୍ୟ ଲଞ୍ଚ୍ ହୋଇଥିବା ପୋର୍ଟାଲରେ ଆରମ୍ଭ କରିଛି।
-
17.ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍ ଧାରଣା ଜନ୍ମାଇ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ରାୟରେ କହିଛନ୍ତି।
-
18.ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୬୮୫ମି.ମି. ବର୍ଷା ହୋଇଥିବା ବେଳେ ବାଲିଆପାଳ ବ୍ଲକରେ ସର୍ବାଧିକ ଓ ସିମୁଳିଆରେ ସର୍ବନିମ୍ନ ରେକର୍ଡ଼ ହୋଇଛି।
-
19.ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ ୧୭ କିଲୋମିଟର।
-
20.ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍ଲେଟିକ୍ସ ଫେଡେରେଶନ୍ (ସାଫ୍) ଚାମ୍ପିୟନଶିପ୍ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ ୪୮ ପଦକ ସହ ଭାରତ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.