• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର୍  ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱକୁ ସମର୍ଥନ ଜଣାଇଛନ୍ତି।

  2. 2.ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ ପଞ୍ଚମ ପ୍ରୟାସରେ ନିର୍ବାଚନ ଜିତି ଜାପାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। 

  3. 3. ଇରାନ ସମର୍ଥନରେ ବଳୀୟାନ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲା ସହ ହାତ ମିଳାଇଥିବା  ୟେମେନର ହୁତି ବିଦ୍ରୋହୀମାନେ  ଇସ୍ରାଏଲକୁ ଟାର୍ଗେଟ୍‌ କରିଛନ୍ତି।

  4. 4.ଲେବାନନର ରାଜଧାନୀ ବେରୁଟରେ ହେଜ୍‌ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ହେଜ୍‌ବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାହଙ୍କୁ ମୃତ୍ୟ ହୋଇଥିବା କୁହାଯାଇଛି।

  5. 5.ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ  ଦ୍ୱାରା ଜମି ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

  6. 6.ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବୃଦ୍ଧି ପାଉଛି ଏବଂ ଏଥିରେ ଯକୃତ ସ୍ୱାସ୍ଥ୍ୟ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁଛି । ଦେଶରେ ୬୬ ପ୍ରତିଶତ ମୃତ୍ୟୁ ଅଣସଂକ୍ରାମକ ରୋଗ କାରଣରୁ ହୋଇଥାଏ। ବିପଦର ମୁଖ୍ୟ କାରଣ ହେଉଛି ତମାଖୁ ସେବନ, ମଦ୍ୟପାନ, ଖରାପ ଖାଦ୍ୟ ଅଭ୍ୟାସ, ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପର ଅଭାବ ଓ ବାୟୁ ପ୍ରଦୂଷଣ।

  7. 7.ରେଲଓ୍ବେ ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଦେଶବ୍ୟାପୀ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପ୍ରାୟ ୧ କୋଟି ଯାତ୍ରୀ ଉପକୃତ ହେବେ ।

  8. 8.ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି।

  9. 9.ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ନେଇ  ବିଜ୍ଞପ୍ତି ପ୍ରକାଶ ପାଇଛି।

  10. 10.ଆସନ୍ତା ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ।

  11. 11.‘ନାସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ଓଡ଼ିଶାରେ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ।

  12. 12.ଓଡିଶା ରାଜ୍ୟ ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ୪୦୦୦ ‌କୋଟି ଟଙ୍କା ଋଣ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

  13. 13.ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍‌କୋ) ୨୦୨୩-୨୪ରେ ୨୦୬୦ କୋଟି ଟଙ୍କାର ନିଟ୍‌ ଲାଭ କରିଛି। କମ୍ପାନିର ବିକ୍ରି ରାଜସ୍ବ ଏହି ବର୍ଷ ୧୩,୧୪୯ କୋଟି ଟଙ୍କା ଥିବା ବେଳେ ରପ୍ତାନିରୁ ଏହାର ୪୨୭୫.୭୩ କୋଟି ଟଙ୍କା ଆୟ ହୋଇଛି।

  14. 14.ନିର୍ମାତାମାନେ ଦର୍ଶକଙ୍କୁ କାର୍ତ୍ତିକ ଆରୟନ ଏବଂ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭୁଲ ଭୁଲୈୟା-୩'ର ପ୍ରଥମ ଝଲକ ଦେଖାଇଛନ୍ତି। ଫିଲ୍ମର ଟିଜର ରିଲିଜ ହେବା ମାତ୍ରେ ଦର୍ଶକଙ୍କ ମନ କିଣିବା ଆରମ୍ଭ କରିଛି।

  15. 15.ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.