- 1.ସାରା ବିଶ୍ୱରେ ପିଲାଙ୍କ ଦୃଷ୍ଟିଶକ୍ତି ଖରାପ ହେବାରେ ଲାଗିଛି ଏବଂ ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ଏବେ ନିକଟ ଦୃଷ୍ଟିଦୋଷ ବା ମାୟୋପିଆ ରୋଗରେ ପୀଡ଼ିତ। ଯାହା ୨୦୫୦ ସୁଦ୍ଧା ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି।
-
2.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ମଞ୍ଚରୁ ରାଜ୍ୟର ହଜାର ହଜାର ପୁଲିସ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପୁଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଯେପରି କୌଣସି ନାଗରିକ ହଇରାଣ ନ ହୁଅନ୍ତି ସେଥିପ୍ରତି ସେମାନେ ଯତ୍ନବାନ ହେବା ଉଚିତ।
-
3.କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବେଙ୍ଗାଲୁରୁର ଏକ ଅଦାଲତ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଟଙ୍କା ଆଦାୟ ଅଭିଯୋଗରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
4.ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନଭେମ୍ବର ୨୬ ତାରିଖ ପୂର୍ବରୁ ନିର୍ବାଚନ ଶେଷ କରିବାକୁ ପଡ଼ିବ ବୋଲି କହିଛନ୍ତି।
-
5.ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା।
-
6. ପଞ୍ଜାବ ସରକାର ୫ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସେମାନଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ ଜାରି କରିଛନ୍ତି।
-
7.ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି । ସେମାନେ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି ।
-
8.ଇସ୍ରାଏଲ ‘ଅପରେସନ୍ ନ୍ୟୁ ଅର୍ଡର’ ଅଧୀନରେ ଏହି ବିପଜ୍ଜନକ ଆତଙ୍କବାଦୀ ସଂଗଠନର ମୁଖ୍ୟ ହସନ ନସ୍ରଲ୍ଲା ନିପାତ ହୋଇଥିବାରୁ ଏବେ ତା’ର ଉତ୍ତରାଧିକାରୀ ଖୋଜା ଚାଲିଛି।
-
9.ଜଣେ ଆଇଏଏସ୍ ଅଫିସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗ ତଦନ୍ତର କୁପରିଚାଳନା କରିବା ମାମଲାରେ ୩ ଜଣ ଶୀର୍ଷ ପୁଲିସ ଅଫିସରଙ୍କ ବିରୋଧରେ ବିଭାଗୀୟ ବିଚାରଣ ଆରମ୍ଭ କରିବାପାଇଁ କଲିକତା ହାଇକୋର୍ଟ କୋଲକାତା ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
10.ଇଣ୍ଟରନ୍ୟାଶ୍ନାଲ ସ୍ପେସ୍ ସେଣ୍ଟର(ଆଇଏସ୍ଏସ୍)ରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍ ଓ୍ବିଲ୍ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି।
-
11.ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ। ଏ ବାବଦରେ ଆଲୋଚନା ଆରମ୍ଭ ହୋଇଛି।
-
12.୭ ବର୍ଷୀୟା ଜଣେ ନାବାଳିକାଙ୍କୁ ପୃଥକ ଦୁଇଟି ସ୍ଥାନରେ ଗଣଦୁଷ୍କର୍ମ ଘଟଣା ଇସ୍ପାତ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୁଲିସ୍ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ।
-
13.ରାଜ୍ୟ ସରକାର ହାଇକୋର୍ଟର କର୍ମଚାରୀମାନଙ୍କ ପାଇଁ ୫୫୦ଟି ଆବାସିକ ଘର ନିର୍ମାଣ କରିବେ। ଏହାର ନିର୍ମାଣ କାମ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
-
14.ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ଟି ବିଭିନ୍ନ ଦିଗ, ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପଂହଁଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା (୮୫% ସରକାର ଦେବେ ୧୫%ଚାଷୀ), ବାଛୁରୀମାନଙ୍କୁ ଖାଦ୍ୟ ଯୋଗାଣ, ସମବାୟ ଚାଷୀଙ୍କୁ ଲୀନ ସମୟ ରେ ସମହାୟ, ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡକୁ ସଶକ୍ତ ପାଇଁ ସହାୟତା, ଫଡର ଚାଷ ପାଇଁ ଇନସେଟିଭ ପାଇଁ ପ୍ରସ୍ତାବ ପାରିତ ହୋଇଛି।
-
15.ସାଧାରଣ ବଂଟନ ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ୫୨୯୧ଜଣ ଘରୋଇ ଡିଲରଙ୍କ କାର୍ଯ୍ୟକାଳ ଆଉ ଦେଢ଼ବର୍ଷ ବୃଦ୍ଧି ପାଇଛି । ସେହିପରି ବିଭିନ୍ନ କୋର୍ଟ ଓ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଡଭୋକେଟ୍ ଜେନେରାଲଙ୍କ ଫି’କୁ ମଧ୍ୟ ସରକାର ହାରାହାରି ୫ଗୁଣ ବଢ଼ାଇଛନ୍ତି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.