• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ସରକାର ୮ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି।  ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଏବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।
  2. 2.ଓଡ଼ିଶାରେ କୌଣସି ବ୍ୟକ୍ତି ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ଆଜି ରାଜ୍ୟ ସରକାର ସ୍ପଷ୍ଟ କରିବା ସହ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଏହାକୁ ନେଇ ଭୟଭୀତ ନହେବା ମଧ୍ୟ ରାଜ୍ୟବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି । 

  3. 3.୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତ। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

  4. 4.ଆପ୍‌ (ଆମ୍‌ ଆଦମୀ ପାର୍ଟି) ନେତ୍ରୀ ଆତିଶୀ ମାର୍ଲେନା ସିଂହ ଆଜି ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆତିଶୀଙ୍କ ସହ ଆଜି ୫ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଶପଥ ଗହଣ କରିଛନ୍ତି।୪୨ ବର୍ଷ ବୟସ‌ରେ ଆତିଶୀ ଭାରତରେ ୧୭ତମ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

  5. 5.ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧ ଜଣଙ୍କ ମୃତ୍ୟୁ ଘଟିଛି।

  6. 6.୫୨ ବର୍ଷିୟ ଜୋଙ୍ଗ ୫୮ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ସେ ଏଥିପାଇଁ ପୁରୁଷଙ୍କଠାରୁ ୬୦ମିଲିୟନ ୟୁଆନ ଲାଞ୍ଚ ନେଉଥିଲେ ବୋଲି କୁହାଯାଉଛି। ମହିଳାଙ୍କ ସୌନ୍ଦର୍ଯ୍ୟ ହେତୁ ସେ ସୁନ୍ଦର ରାଜ୍ୟପାଳ (ବିୟୁଟିଫୁଲ ଗଭର୍ନର) ଭାବରେ ମଧ୍ୟ ଜଣାଶୁଣା। ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ ଡଲାର୍‌ (୧୫୨୭୬୯୨୨.୩୫ଟଙ୍କା) ଜୋରିମାନା କରାଯାଇଛି

  7. 7.ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି।

  8. 8.ଆସନ୍ତା ୨୭ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ହେବ । ରାଜ୍ୟରେ କ୍ଷମତାକୁ ଆସିବାର ପ୍ରାୟ ସାଢ଼େ ୩ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ଡାକିଛନ୍ତି ।

  9. 9.ଓଡ଼ିଶାରେ ଓଡ଼ିଆ ଅସ୍ମିତା ପାଇଁ ସରକାରଙ୍କ ପଦକ୍ଷେପ ନେଇଛନ୍ତି। ଓଡିଶୀ ନୃତ୍ୟ ତାଲିମ ନେବେ ଯୁବ ନୃତ୍ୟଶିଳ୍ପୀ। ବିଭିନ୍ନ ଜିଲ୍ଲାରେ ଏହି ନୃତ୍ୟଶିଳ୍ପୀଙ୍କୁ ଖୋଜି ନୃତ୍ୟ ଶିଖାଇବେ ସ୍ଥାନୀୟ ନୃତ୍ୟଗୁରୁ। ଶ୍ରେଷ୍ଠ ନୃତ୍ୟଶିଳ୍ପୀମାନଙ୍କୁ ମିଳିବ ସୁଯୋଗ।

  10. 10.ଝାଡ଼ଖଣ୍ଡରେ ଥିବା ଚାନ୍ଦିଲି ଡ୍ୟାମ୍‌ରେ ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ଆସିଲା। ଫଳରେ ବାଲେଶ୍ବର ଜିଲ୍ଲାର ୫୬ଟି ପଞ୍ଚାୟତର ୨୬୪ଟି ଗାଁ ପାଣିରେ ବୁଡ଼ିଲା।

  11. 11.ଓଡ଼ିଶାର ଉଦ୍ୟୋଗୀ ରିତେଶ ଅଗ୍ରୱାଲଙ୍କ ଦ୍ବାରା ପ୍ରତିଷ୍ଠିତ ଓୟୋର ମୂଳ କମ୍ପାନି ଓରାଭେଲ ଷ୍ଟେଜ୍‌ ଆମେରିକାର ଜି୬ ହସ୍ପିଟାଲିଟିକୁ ବ୍ଲାକଷ୍ଟୋନ ରିଅଲ ଇଷ୍ଟେଟ୍‌ ଠାରୁ ପ୍ରାୟ ୫୨୫ ନିୟୁତ ଡଲାରରେ କିଣିଛି।

  12. 12.ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୩୪୦୦ କୋଟି ଟଙ୍କା ଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସି ଏବେ ୟୁରୋପୀୟ ଦେଶ ବେଲ୍‌ଜିୟମରେ ଅଛନ୍ତି। ଚିକିତ୍ସା ପାଇଁ ସେ ବେଲଜିୟମ ଯାଇଥିବା କୁହାଯାଉଛି।

  13. 13.ମଲୟାଲମ୍‌ ଚଳଚ୍ଚିତ୍ର ଜଗତର ଜଣେ ନାମକରା ନିର୍ଦ୍ଦେଶକ ୨୦୧୩ ମସିହା ମେ ମାସରେ ମୁକ୍ତିଲାଭ କରିଥିବା ତାଙ୍କର ଏକ ଚଳଚ୍ଚିତ୍ରରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତକୁ ସ୍ଥାନ ଦେଇଥିଲେ। ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ହେଲା, ସେ ଚଳଚ୍ଚିତ୍ରଟିର ନାଁ ମଧ୍ୟ ରଖିଥିଲେ ‘ଓଡ଼ିଶା’।

  14. 14.ଆଇଡିବିଆଇ କ୍ୟାପିଟାଲ୍‌ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଭାରତ ୨୦୩୨ ସୁଦ୍ଧା ୧୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ।

  15. 15.ଫ୍ରିଜ ଭିତରୁ ମିଳିଲା ଜଣେ ୨୬ ବର୍ଷୀୟ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜ ଭିତରେ ରଖାଯାଇଥିଲା। ବେଙ୍ଗାଲୁରୁର ଭୟାଲିକାଭାଲ ଠାରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଏପରି ଘଟଣା ଘଟିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.