-
1.ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି।
-
2.ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶାଙ୍କୁ ପୁରସ୍କାର ବାବଦରେ ୭ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।
-
3.ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡ୍ମିଣ୍ଟନ ଖେଳାଳି ତାନ୍ଭି ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ହୋଇଛି। ସେମାନଙ୍କୁ ପୁରସ୍କାର ଆକାରରେ ଦେଢ଼ ଲକ୍ଷ ଲକ୍ଷ ଟଙ୍କା ଲେଖାଏଁ ସହିତ ମାନପତ୍ର ପ୍ରଦାନ କରାଯିବ।
-
4.ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।
-
5.ଦେଶ ବାହାରକୁ ଚୋରା ଚାଲାଣ ହୋଇଥିବା ୨୯୭ଟି ପ୍ରାଚୀନ କଳାକୃତିକୁ ଆମେରିକା ଭାରତକୁ ହସ୍ତାନ୍ତର କରିଛି।
-
6.ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ଏନପିପିର ଅନୁରା ଦିସାନାୟକଙ୍କୁ ୫୨% ଭୋଟ୍ ମିଳିଥିବା ବେଳେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳ ନେତା ସଜିତ ପ୍ରେମଦାସାଙ୍କୁ ୨୩% ଭୋଟ୍ ମିଳିଛି। ଅନୁରା ହିଁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
-
7.ହେଜବୁଲ୍ଲା ଲେବାନନ୍ରୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ଉପରେ ଶତାଧିକ ରକେଟ୍ ଆକ୍ରମଣ ହୋଇଥିବା ବେଳେ ଏଥିରୁ ୯୫ ପ୍ରତିଶତ ରକେଟ୍କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବସ୍ତ କରିଦେଇଛି।
-
8.ଶେଖ୍ ହସିନା ସରକାର ରାଜନୈତିକ ନିର୍ଯାତନାର ଶିକାର ହୋଇ ଜେଲରେ ଥିବା ସମସ୍ତ ରାଜନୈତିକ କଏଦୀଙ୍କୁ ମୁକ୍ତ କରିବାକୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ନିଷ୍ପତ୍ତି ନେଇଛନ୍ତି।
-
9.ସେପ୍ଟେମ୍ବର ୧୫ ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ନିଲାମ ପାଇଁ ଥର ରୋକ୍ସର ପ୍ରଥମ ୟୁନିଟ୍ ରଖିଥିଲା | ଏହାର ନମ୍ବର ପ୍ଲେଟ୍ କ୍ରମିକ ସଂଖ୍ୟା ହେଉଛି ‘ଭିଆଇଏନ ୦୦୦୧’ | ଏହି କ୍ରମିକ ନମ୍ବର ସହିତ ଥର ରୋକ୍ସର ନିଲାମ ୧.୩୧ କୋଟି ଟଙ୍କାରେ ଶେଷ ହୋଇଛି |
-
10.ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି।
-
11.କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି।
-
12.ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
-
13.କୋରାପୁଟ ଜିଲ୍ଲାରେ ବଢି ଚାଲିଛି ସଡକ ଦୁର୍ଘଟଣା। ଗତ ୫ବର୍ଷ ମଧ୍ୟରେ ୧୨୦୬ ସଡକ ଦୁର୍ଘଟଣାରେ ୭୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୧୬ ଜଣ ଗୁଗୁତର ଆହତ ହୋଇଛନ୍ତି।
-
14.ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଆଇଟି କମ୍ପାନୀ ସେମାନଙ୍କ କ୍ୟାମ୍ପସ୍ ନିଯୁକ୍ତି ଡ୍ରାଇଭକୁ ପୁନଃ ଆରମ୍ଭ କରୁଛନ୍ତି। ୬ରୁ ୯ ଲକ୍ଷ ଟଙ୍କା ଦରମା ମଧ୍ୟରେ କୁଶଳୀ ପ୍ରୋଗ୍ରାମର ଏବଂ ଡିଜିଟାଲ୍ ବିଶେଷଜ୍ଞଙ୍କ ପାଇଁ ଆଇଟି ଫାର୍ମଗୁଡ଼ିକ ବିଭିନ୍ନ ମହାବିଦ୍ୟାଳୟ ଉପରେ ନଜର ରଖିଛନ୍ତି।
-
15.ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଏହି ବିଜୟ ସହିତ ୯୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.