- 1.ଜୟପୁରରେ ଅନୁଷ୍ଠିତ ହୋଇଥିବା ମିସ ୟୁନିଭର୍ସ ଇଣ୍ଡିଆ-୨୦୨୪ରେ ଗ୍ରାଣ୍ଡ ଫିନାଲେରେ ରିୟା ସିଂଘା ବିଜୟିନୀ ହୋଇଛନ୍ତି। ୨୦୧୫ରେ ମିସ ୟୁନିଭର୍ସ ଇଣ୍ଡିଆର ବିଜୟିନୀ ହୋଇଥିବା ଉର୍ବଷି ରୌତେଲା ରିୟାଙ୍କୁ ମୁକୁଟ ପିନ୍ଧାଇଥିଲେ ।
-
2.ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ବାଲି ତଳେ ବହୁ ପୁରାତନ ମୂର୍ତ୍ତି ପୋତି ହୋଇରହିଛି। ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥା (ଏନ୍ଜିଆର୍ଆଇ) ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ମିଳିତ ଭାବେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର (ଜିପିଆର୍) ସର୍ଭେରୁ ଏହା ଜଣାପଡ଼ିଛି।
-
3.ଦେଶରେ କ୍ଲାଡ ୧ବି ପ୍ରଜାତିର ପ୍ରଥମ ଏମ୍ପକ୍ସ ମାମଲା ଚିହ୍ନଟ ହୋଇଛି। ଏହି ପ୍ରଜାତି ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ) ଏମ୍ପକ୍ସକୁ ଗତମାସରେ ଦ୍ବିତୀୟ ଥର ପାଇଁ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛି।
-
4.ଭାରତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ନିବେଶ କରିବାକୁ ଗୁଗଲ୍ ଓ ଏନ୍ଭିଡିଆ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି।
-
5.ଚଳିତ ବର୍ଷ ଜୁଲାଇରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ରେକର୍ଡ ୨୦ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି।
-
6.ଇସ୍ରାଏଲୀ ସେନା ଲେବାନନ୍ ଉପରେ ଆକ୍ରମଣକୁ ଜୋର୍ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ ଆହତ ହୋଇଛନ୍ତି।
-
7.ସଂପ୍ରତି ଦିଲ୍ଲୀରେ ଅତିଶି ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଣୁ ଆଉ ପୂର୍ବ ସମସ୍ୟା ନାହିଁ। ଏଭଳି ସ୍ଥିତିରେ ଆସନ୍ତା ୩ ସପ୍ତାହ ମଧ୍ୟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ବନ୍ଦୀଙ୍କ ‘କ୍ଷମା ଯାଚନା’ ଉପରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ସାଧାରଣ ଅଧିବେଶନରେ ବୈଶିକ ଶାନ୍ତି ଉପରେ ଗୁରୁତ୍ବାରୋପ କରିଛନ୍ତି। ଜାତିସଂଘ ସାଧାରଣ ଅଧିବେଶନରେ ସମିଟ୍ ଅଫ୍ ଦି ଫ୍ୟୁଚର୍ରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ‘ ମାନବିକତାର ସଫଳତା ଆମ ସାମୁହିକ ଶକ୍ତିରେ ରହିଛି, ଯୁଦ୍ଧକ୍ଷେତ୍ରରେ ନୁହେଁ’।
-
9.ଶିଶୁ ପର୍ନୋଗ୍ରାଫି ଛାପିବା, ସେୟାର କରିବା ପୂର୍ବରୁ ଅପରାଧ ଥିଲା ଏବଂ ଏବେ ଏଥିରେ ଶିଶୁ ପର୍ନୋଗ୍ରାଫି ସୃଷ୍ଟି କରିବା ଏବଂ ଡାଉନଲୋଡ୍ କରିବା ଯୋଡ଼ି ହେଲା।
-
10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘରେ ଆୟୋଜିତ ଲୋକ 'ଭବିଷ୍ୟତର ଶିଖର ସମ୍ମିଳନୀ'କୁ ସମ୍ବୋଧିତ କରିଛନ୍ତି। ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବା ସମ୍ଭବ ବୋଲି ଆମେ ଭାରତରେ ପ୍ରଦର୍ଶନ କରିଛୁ। ନିରନ୍ତର ବିକାଶ ଦ୍ୱାରା ସଫଳତା ମିଳିଥାଏ।
-
11.ପାକିସ୍ତାନର ପୃଷ୍ଠପୋଷକତାରେ ବହରାଇଚର ରୁପାଇଡିହାଠାରେ ଭାରତୀୟ ସୀମାଠାରୁ ୬ କିଲୋମିଟର ଦୂରରେ ଥିବା ନେପାଳଗଞ୍ଜରେ ୨୫୦୦ ଜିହାଦୀଙ୍କୁ ତାଲିମ ଦିଆଯାଉଛି। ନେପାଳର ମୁସଲମାନ ଯୁବକମାନଙ୍କୁ ବିରୋଧୀ କାର୍ଯ୍ୟରେ ନିୟୋଜିତ କରାଯାଉଛି
-
12.ପ୍ରଖ୍ୟାତ କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି।
-
13.ମାଲକାନଗିରି ଜିଲ୍ଲା ସୀମାନ୍ତରେ ଜଳ ପ୍ରପାତରେ ବୁଡ଼ି ୨ଡାକ୍ତରୀ ଛାତ୍ରୀ ମୃତ ଓ ଜଣେ ଡାକ୍ତରୀ ଛାତ୍ରୀ ଉଦ୍ଧାର, ୩ଜଣ ନିଖୋଜ।
-
14.ରାଜ୍ୟରେ ୮୬ଟି ଥାନା ପାଇଁ କିଣାଯାଇଥିବା ପ୍ରାୟ ୬୦ ଲକ୍ଷ ଟଙ୍କାର ସିସି କ୍ୟାମେରା ଓ ଅନ୍ୟ ଉପକରଣ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଖତ ଖାଉଛି। କରୋନା ମହାମାରୀ ଆରମ୍ଭରୁ ଏହି କ୍ୟାମେରାଗୁଡ଼ିକ ମୁଖ୍ୟାଳୟରେ ପଡ଼ିରହିଛି।
-
15.ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ ବର୍ଷ ଅକ୍ଟୋବର ୨ ରୁ ମଜୁରି ବୃଦ୍ଧି ନେଇ ଘୋଷଣା କରିଛନ୍ତି
-
16.କଟକରେ ନକଲି ସସ୍, ହଳଦୀ ଗୁଣ୍ଡ, ଜର୍ଦା, ଘିଅ ଆଦି ଠାବ ହେବା ପରେ ବର୍ତ୍ତମାନ ତାଲିକାରେ ସାମିଲ ହୋଇଛି ନକଲି କ୍ଷୀର । କଟକ ଜଗତପୁର ଥାନା ଆତୋଡା ଛକରେ ଥିବା ନକଲି କ୍ଷୀର କମ୍ପାନୀରେ ସୋମବାର ଚଢାଉ ହୋଇଛି।
-
17.ଲାପତା ଲେଡିଜ୍'କୁ ଓସ୍କାର ପୁରସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ଚୟନ କରାଯାଇଛି ।
-
18.ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଦ୍ଵାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ବଢୁଥିଲେ ହେଁ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ୭ ଦିନ ପୂର୍ବରୁ ରାଜ୍ୟରେ ୫୩୫୭ ଡେଙ୍ଗୁ ଚିହ୍ନଟ ହୋଇଥିଲେ।
-
19.ଭାରତର ଚନ୍ଦ୍ରଯାନ-୩ ଅଭିଯାନ ୨୦୨୩ରେ ସଫଳ ହୋଇଥିଲା। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଥିଲା। ସେବେଠାରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରୁ ନୂଆ ନୂଆ ତଥ୍ୟ ଆବିଷ୍କାର କରିବା ସହିତ ସେସବକୁ ଭାରତକୁ ପଠାଉଛି।
-
20.ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ ପାଇଁ ଚମତ୍କାର ଖେଳିଛନ୍ତି। ଚେସ ଅଲିମ୍ପିଆଡ଼ର ଓପନ୍ ସେକ୍ସନରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.