-
1.ୟୁକ୍ରେନ୍ ସେନାର କୁର୍ସ୍କ ଅଞ୍ଚଳରେ ଆକ୍ରମଣ ଯୋଗୁଁ ରୁଷ୍ର ୫୬ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୬ ଆହତ ହୋଇଛନ୍ତି।
-
2.ଭାରତ ରେଳବାଇର ମିଶନ ରଫତାର ଅଭିଯାନ ଅଧୀନରେ କୋଟା ରେଳ ଡିଭିଜନରେ ନୂତନ କବଚ ସିଷ୍ଟମ ଟେକ୍ନୋଲୋଜିର ପରୀକ୍ଷଣ କରାଯାଇଛି।
-
3.ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ଲଡୁ ବିବାଦର ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିବାଦ ବଢ଼ୁଥିଲେ ବି ୪ଦିନରେ ୧୪ଲକ୍ଷ ଲଡ଼ୁ ବିକ୍ରି ହୋଇଥିବା ସାମ୍ନାକୁ ଆସିଛି ।
-
4.‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ଯୋଜନାକୁ କାର୍ଯ୍ୟକାରୀ କରାଗଲେ ୨୦୨୯ରେ ପ୍ରାୟ ୮ ହଜାର କୋଟି (୭୯୫୧ କୋଟି) ଟଙ୍କା ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ। ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଆକଳନ କରାଯାଇଛି।
-
5.ତାମିଲନାଡୁର ଜଣେ ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଫେରାର ହୋଇଯାଇଥିଲେ।
-
6.ଶ୍ରୀଲଙ୍କାର ଅନୁରା କୁମାର ଦିଶାନାୟକ ରାଷ୍ଟ୍ରପତି ହେବା ପରେ ନୂଆ ପ୍ରଧାନମନ୍ତ୍ରୀ ହରିନୀ ଅମରାସୂର୍ଯ୍ୟା ମଧ୍ୟ ଶପଥ ନେଇଛନ୍ତି। ସେ ହୋଇଛନ୍ତି ଶ୍ରୀଲଙ୍କାର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ।
-
7.୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲୱାମାର ଜମ୍ମୁକଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତ ବିଲାଲ ଅହମ୍ମଦ କୁଚାଇର ଗତସୋମବାର ରାତିରେ ହୃଦଘାତରେ ମୃତ୍ୟୁ।
-
8. ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୧ତମ ଏସ୍ଏଲ୍ଏସଡବ୍ଲୁସିଏ ବୈଠକରେ ୩୧ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାହାର ମୋଟ ମୂଲ୍ୟ ୪ ହଜାର ୯୫୪.୨୬ କୋଟି ଟଙ୍କା।
-
9.ଭାରତରେ ଘରୋଇ କଲେଜରେ ପାଠ ପଢ଼ିବା ପାଇଁ ଆବଶ୍ୟକ ହେଉଥିବା କୋର୍ସ ଫି’ ପିଲାମାନଙ୍କ ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୋଇଛି। ଅନେକ ପିଲା ଟଙ୍କା ପାଇଁ ନିଜ ଇଚ୍ଛାର ବଳିଦାନ ଦେବାକୁ ବାଧ୍ୟ ହେଉଛନ୍ତି।
-
10.ଏସ୍ସିବି ମେଡିକାଲ କଲେଜରେ ‘ସାଇନାପ୍ସ’-୨୦୨୪ ଉଦ୍ଘାଟିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହାକୁ ଉଦ୍ଘାଟନ କରି ଆଗାମୀ ୫ ବର୍ଷରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯିବ ବୋଲି କହିଥିଲେ।
-
11.ଭାରତୀୟ ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ(ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ୨୦୨୩-୨୪ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କ ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି।
-
12.ଭଦ୍ରକ ଜିଲ୍ଲାରେ ନେପ୍ଚୁନ୍ସ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ବିତ ଜାହାଜ ତିଆରି କାରଖାନା ସ୍ଥାପନ କରିବ।
-
13.କଟକ ଦଶହରାରେ ପୂଜାମଣ୍ଡପଗୁଡ଼ିକରେ ପାଖାପାଖି ୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’।
-
14.ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
-
15.ବାଲେଶ୍ୱର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହର ମରାମତି ପାଇଁ ୧ଲକ୍ଷ ୨୦ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କାଘର ମରାମତି ପାଇଁ ୬୫୦୦ଟଙ୍କା, କଚ୍ଚାଘର ଆଂଶିକ ନଷ୍ଟ ପାଇଁ ୪ହଜାର ଟଙ୍କା, ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮ହଜାର ଟଙ୍କା ଓ ଗୁହାଳ ଘର ନଷ୍ଟ ପାଇଁ ୩ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.