• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇଂଲାଣ୍ଡର ସାଉଥ୍‌ଆମ୍ପଟନ୍‌ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଦୀର୍ଘସ୍ଥାୟୀ ସଂରକ୍ଷଣ ପ୍ରଣାଳୀରେ ଏବେଠାରୁ ବିଲୁପ୍ତପ୍ରାୟ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଜିନୋମ୍‌କୁ ଭବିଷ୍ୟତ ପାଇଁ ସୁରକ୍ଷିତ ଭାବେ ସାଇତା ଯାଇପାରିବ। ଅତ୍ୟୁଚ୍ଚ ତାପମାତ୍ରାରେ ମଧ୍ୟ ଏହି ୫ଡି ମୋମୋରି କାର୍ଡରେ ୩୬୦ ଟେରାବାଇଟ୍‌ ଯାଏ ତଥ୍ୟ କୋଟି କୋଟି ବର୍ଷ ଧରି ଅକ୍ଷୁଣ୍ଣ ରହିପାରିବ ବୋଲି ଗବେଷକମାନେ କହିଛନ୍ତି। 

  2. 2.ଓଡିଶା ରାଜ୍ୟରେ ୫,୩୫,୯୧୦ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ରହିଛି। ସେଥିରୁ ୨୫ ପ୍ରତିଶତ ରୁଗ୍‌ଣ ହୋଇପଡ଼ିଥିବା ବେଳେ ତିଷ୍ଠିବାକୁ ସଂଘର୍ଷ ଜାରି ରଖିଛନ୍ତି।  

  3. 3.କର୍ଣ୍ଣାଟକା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ଶ୍ରୀସାନନ୍ଦଙ୍କ ବିରୋଧରେ ଚାଲିଥିବା ଆବେଦନରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଜଷ୍ଟିସ ଶ୍ରୀସାନନ୍ଦ ନିଜର ପାକିସ୍ତାନ ବୟାନ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିବା ପରେ ସୁପ୍ରିମକୋର୍ଟ ଏପରି ପଦକ୍ଷେପ ନେଇଛନ୍ତି।

  4. 4.ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ରିପୋର୍ଟ ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରେ ଏଫ୍‌ ଆଣ୍ଡ୍‌ ଓରେ ରାଜ୍ୟର ୧ ଲକ୍ଷ ୬୦ ହଜାରରୁ ଅଧିକ ଟ୍ରେଡର୍‌ ଅଂଶଗ୍ରହଣ କରିଥିଲେ। ସେହିବର୍ଷ ଓଡ଼ିଶା ଟ୍ରେଡର୍‌ଙ୍କ ହାରାହାରି ମୁଣ୍ଡପିଛା କ୍ଷତି ୯୯ ହଜାର ଟଙ୍କା ରହିଛି। 

  5. 5.ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି।

  6. 6.ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ। ଏଥିପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ।

  7. 7.ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ରୁଷ୍‌ର ପରମାଣୁ କ୍ଷମତା ସଂକ୍ରାନ୍ତ‌ରେ  ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କରିଛନ୍ତି। ଆବଶ୍ୟକ ସ୍ଥଳେ ଶତ୍ରୁର ମୁକାବିଲା ପାଇଁ ଆମ ପରମାଣୁ ନୀତି ବଦଳିବ ବୋଲି ପୁଟିନ କହିଛନ୍ତି। ପୁଟିନ୍‌ଙ୍କ ଏହି ବାର୍ତ୍ତାକୁ ନାଟୋ ରାଷ୍ଟ୍ରମାନେ ଗମ୍ଭୀରତାର ସହ ନେଇଛନ୍ତି।

  8. 8.ଗତ ୩ ଦିନର ସଂଘର୍ଷରେ ଲେବାନନ୍‌ରେ ଛାରଖାର ଅବସ୍ଥା ଦେଖିବାକୁ ମିଳିଛି ଏବଂ ୯୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବୋମା ବର୍ଷାରେ   ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ସମୂଳେ ଧ୍ବଂସ ହୋଇଛି।

  9. 9.ଜମ୍ମୁ କଶ୍ମୀରରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୨୬ ବିଧାନସଭା ଆସନରେ ମତଦାନ ଶେଷ ହୋଇଛି।  ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୬ଟା ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ୫୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

  10. 10.ଏକଛତ୍ରବାଦ ଓ ନିରଙ୍କୁଶ ଶାସନର ଏକ ନମୁନା ସାଉଦି ଆରବରୁ ମିଳିଛି। ସରକାରଙ୍କ କାର୍ଯ୍ୟବ୍ୟବସ୍ଥା ସମ୍ପର୍କ‌ରେ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କ ନିମନ୍ତେ ମହଙ୍ଗା ପଡ଼ିଛି। ଶିକ୍ଷକଙ୍କ ମୃତ୍ୟୁଦଣ୍ଡକୁ ବଦଳାଇ ସାଉଦୀ କୋର୍ଟ ୩୦ବର୍ଷ ଜେଲ୍‌ଦଣ୍ଡ ପ୍ରଦାନ କରିଛି।

  11. 11.ପାରାସିଟାମୋଲ୍ ଟାବଲେଟ୍ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଏହା ବ୍ୟତୀତ କ୍ୟାଲସିୟମ ଏବଂ ଭିଟାମିନ୍ ଡି-୩ ସପ୍ଲିମେଣ୍ଟସ୍, ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସହିତ ୫୦ରୁ ଅଧିକ ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା କରାଯାଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଥିବା ଜଣାପଡିଛି।

  12. 12.ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଶ୍ରମିକମାନଙ୍କୁ ପୂଜାଭେଟି ଦେଇଛନ୍ତି।  ଦିଲ୍ଲୀର ଅସଂଗଠିତ କ୍ଷେତ୍ରର କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି |

  13. 13.ବେଙ୍ଗାଲୁରୁରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଝୁଲନ୍ତା ଅବସ୍ଥାରେ ଓଡ଼ିଶାର ଭଦ୍ରକରୁ ମିଳିଛି।

  14. 14.ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପୁଲିସ ଦିଲ୍ଲୀର ଶକରପୁରରୁ ଗିରଫ କରିଛି। ସେ ଭଡ଼ାରେ ଘର ଦେଇଥିବା ଜଣେ ଯୁବତୀଙ୍କ ଉପରେ ନଜର ରଖିବା ପାଇଁ ବେଶ ଚତୁରତାର ସହ ବାଥରୁମ ଓ ବେଡରୁମରେ ଲାଗିଥିବା ବଲବରେ ଗୁପ୍ତ କ୍ୟାମେରା ଖଞ୍ଜି ଥିଲେ। 

  15. 15.ଇତିହାସ ରଚିଛନ୍ତି ୧୮ ବର୍ଷୀୟ କ୍ରିକେଟର ଦ୍ରୋଣ ଦେଶାଇ। ସେ ମଣିନଗରର ଜେଏଲ ଇଂଲିଶ ସ୍କୁଲ ବିପକ୍ଷରେ ମାରିଛନ୍ତି ୪୯୮ ରନ। ଗୁଜରାଟର ଗାନ୍ଧିନଗରରେ ଥିବା ଶିବାୟ କ୍ରିକେଟିଂ କ୍ଲବରେ ଚାଲିଥିବା ଡିୱାନ ବାଲୁଭାଇ କପ(ଅଣ୍ଡର-୧୯)ରେ ସେ ଏପରି ବଡ଼ ଇନିଂସ ଖେଳିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.