-
1.ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ
-
2.ସେପ୍ଟେମ୍ବର ୨୭ରେ ବେରୁତରେ ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ ପରେ ଇରାନ୍ ସମର୍ଥିତ ହେଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲାର ଗୁପ୍ତ ବଙ୍କର ଭିତରେ ବିଷାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା।
-
3.ଇରାନ ମଙ୍ଗଳବାର ଇସ୍ରାଏଲ ଉପରକୁ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହା ସହିତ ଇରାନ ଓ ଇସ୍ରାଏଲ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ବଢିଯାଇଛି । ଇରାନ ଏହାର ଭୟଙ୍କର ପରିଣାମ ଭୋଗିବ ବୋଲି ଇସ୍ରାଏଲ ଧମକ ଦେଇଛି ।
-
4.ଇସ୍ରାଏଲ ଜାରି ଆକ୍ରମଣ ବିଷୟରେ ଆମେରିକାକୁ ଅବଗତ କରାଇଛି, କିନ୍ତୁ ଇସ୍ରାଏଲ ଏକ ବଡ଼ ଅପରେସନ ପାଇଁ ଯୋଜନାଗୁଡ଼ିକର ସମୟ ବିଷୟରେ କୌଣସି ସୂଚନା ଦେଇନାହିଁ। କେବଳ ଏତିକି ନୁହେଁ, ଏହି ଆକ୍ରମଣ ପାଇଁ ଇସ୍ରାଏଲ ସେନାକୁ ମଧ୍ୟ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।
-
5.ଜନସାଧାରଣଙ୍କ ସୁରକ୍ଷା ସର୍ବୋପରି ଏବଂ ରାସ୍ତା, ଜଳାଶୟ କିମ୍ବା ରେଳ ଲାଇନ୍ ଉପରେ ଜବରଦଖଲ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
-
6.କିଛି ଆଇନଜୀବୀ ବାରମ୍ବାର ସମାନ ମାମଲାଗୁଡ଼ିକର ଉଲ୍ଲେଖ କରି ତାହାକୁ ତାଲିକାଭୁକ୍ତ କରିବାକୁ ଦାବି କରୁଥିବାରୁ ଏନେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
-
7.ଚଳିତ ବର୍ଷ ଛଟେଇ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ୧ ଲକ୍ଷ ସ୍ତର ଅତିକ୍ରମ କରିଛି। କିଛି କମ୍ପାନି ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ଛଟେଇ ଆରମ୍ଭ କରିଦେଲେଣି। ଆଇବିଏମ୍ ଏହାର ପ୍ରୋଗ୍ରାମର, ସେଲ୍ସ ଓ ସପୋର୍ଟ ଷ୍ଟାଫ୍ ସଂଖ୍ୟା କମ୍ କରୁଛି। ସ୍ବାସ୍ଥ୍ୟକ୍ଷେତ୍ରର ଷ୍ଟାର୍ଟଅପ୍ ଡୋଜି ୪୦ କର୍ମଚାରୀଙ୍କୁ ବିଦା କରିଛି। ୱିଟ୍ରାନ୍ସଫର ଏହାର ୭୫ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ସିସ୍କୋ ଏହାର ୬୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି।
-
8.ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ୧.୭୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୫୯୬ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ ହୋଇଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।
-
9.ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ବିଏନ ପାର୍ବତର ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ନେଇଛି। ତାଙ୍କୁ କ୍ଷତିପୂରଣ ବାବଦରେ ମିଳିଥିବା ୧୪ଟି ଦାମୀ ପ୍ଲଟକୁ ସେ ମୁଦାକୁ ଫେରାଇ ଦେବାକୁ ଚାହୁଁଥିବା କହିଥିଲେ। ଏହି ପ୍ରସ୍ତାବକୁ ଗ୍ରହଣ କରି ମୁଦା ମଧ୍ୟ ପ୍ଲଟ ଗୁଡ଼ିକ ଫେରାଇ ନେବାକୁ ସହମତି ପ୍ରକାଶ କରିଛି।
-
10ଓଡିଶାରେ ୨୦୨୩-୨୪ ଶିକ୍ଷାବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ‘ହଣ୍ଟର ଗ୍ରିନ୍’ କରାଯାଇଥିଲା। ଏବେ ତାହାକୁ ବଦଳାଯାଇ ବାଦାମି ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ହୋଇଛି।
-
11.ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍କର୍ମକାରୀକୁ ସମ୍ବଲପୁର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଫାଶି ଦଣ୍ଡ ଶୁଣାଇଛନ୍ତି। କୋର୍ଟ ଦୋଷୀ ପ୍ରଶାନ୍ତ ବଘାରକୁ ୧ କୋଟି ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଏଥି ସହିତ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଛି।
-
12.ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ମଙ୍ଗଳବାର ହାକକୋର୍ଟ ତାଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି।
-
13.ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦକୁ ନେଇ ଚାଲିଥିବା SIT ତଦନ୍ତ ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ SIT ତଦନ୍ତ ହୋଇପାରିବ ନାହିଁ।
-
14.ମହାରାଷ୍ଟ୍ର ସହ ଦେଶର ବିଭିନ୍ନ ସ୍ଥାନରେ ସନାତନ ଧର୍ମର ଓକିଲାତି କରୁଥିବା ମହନ୍ତ ରାମଗିରିଙ୍କ ବିରୋଧରେ ୬୭ଟି ଏଫଆଇଆର ପଞ୍ଜୀକୃତ ହୋଇଛି। ନାଶିକର ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ସେ ଇସଲାମ ଓ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ।
-
15.ଦୁଇ ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଚାରି ବର୍ଷ ହେବ ଜେଲରେ ଅଛନ୍ତି ରାମ ରହିମ। ମାତ୍ର ଏହି ଚାରି ବର୍ଷ ମଧ୍ୟରେ ତାଙ୍କୁ ୧୫ ଥର ପାରୋଲ ମିଳିଳାଣି। ଗତ ୯ ମାସ ମଧ୍ୟରେ ସେ ତିନି ଥର ଜେଲରୁ ବାହାରିଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.