• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇସ୍ରାଏଲ ଆକ୍ରମଣରେ ହମାସର ମୁଖ୍ୟ କମାଣ୍ଡର ୟାହ୍ୟା ସିନୱାରଙ୍କ ମୃତ୍ୟୁ ହୋଇଥିବା ଦାବିକୁ ହାମାସ ଖଣ୍ଡନ କରିଥିବା ବେଳେ ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଏହି ଘଟଣାକୁ ନିଶ୍ଚିତ କରିଛି।

  2. 2.ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ତାରିଖରେ ପଦରୁ ଅବସର ନେଉଥିବାରୁ ଜଷ୍ଟିସ୍ ଖାନ୍ନା ତାଙ୍କର ଉତ୍ତରାଧିକାରୀ ହେବେ। ସରକାରଙ୍କ ଅନୁମୋଦନ ପରେ ଜଷ୍ଟିସ୍ ଖାନ୍ନା ଭାରତର ୫୧ତମ ପ୍ରଧାନ ବିଚାରପତି ହେବେ। ୨୦୨୫ ମେ ୧୩ ତାରିଖରେ ଅବସର ନେବା ପର୍ଯ୍ୟନ୍ତ ସେ ୬ ମାସ ଏହି ପଦରେ କାର୍ଯ୍ୟ କରିବେ। 

  3. 3.ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସାଇନି ଏବଂ ଅନ୍ୟ ୧୩ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

  4. 4.ଜମ୍ମୁ କଶ୍ମୀରର ରାଜ୍ୟପାହ୍ୟା ଫେରାଇ ଦେବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଜରୁରୀ ଶୁଣାଣି ପାଇଁ କୋର୍ଟ ରାଜି ହୋଇଛନ୍ତି।

  5. 5.ପୁରୀରେ ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି।

  6. 6.ଟ୍ରେନ୍‌ ଟିକେଟ୍‌ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କରାଯାଇଛି। ଚାରି ମାସ ନୁହେଁ, ଏଣିକି ଦୁଇ ମାସ ପୂର୍ବରୁ ଆଡଭାନ୍ସ ବୁକିଂ କରିହେବ। ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଥିବା ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

  7. 7.ଗଜପତି ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ହେଲେ ଭୂସ୍ଖଳନରେ ଜନଜୀବନ ପ୍ରଭାବିତ ହେଉଥିବାର ଅନେକ ନଜିର ରହିଛି। ୨୦୦୬ ମସିହାରେ ଗୁମ୍ମା ବ୍ଲକ୍‌ର ମିଞ୍ଜିରିରେ ଭୂସ୍ଖଳନ ଯୋଗୁଁ ୪ ଜଣଙ୍କ ଜୀବନ ଯାଇଥିଲା। ୨୦୧୮ ମସିହାରେ ତିତ୍‌ଲି ବାତ୍ୟା ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା।

  8. 8. ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ପୂର୍ବରୁ ଥିବା ୬ଟି ଯାକ ସବ୍‌ କମିଟିକୁ ପୁନର୍ଗଠନ କରାଯାଇଛି।

  9. 9.ପରିବାର ଦାୟିତ୍ବ ଓ ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ଅବିବାହିତ ଝିଅ, ବିବାହିତ ତଥା ଅବିବାହିତ ପୁଅଙ୍କ ସହିତ ସମାନ ସ୍ତରରେ ବିବାହିତା ଝିଅଙ୍କୁ ଦେଖା ଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି।

  10. 10.ଓଡ଼ିଶା ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୧୮ଜଣ ଓଏଏସ୍‌ଙ୍କର ବଦଳି ହୋଇଛି। ଏଥିରେ ପ୍ରାୟ ୭୦ରୁ ଅଧିକ ତହସିଲଦାର ବଦଳିଛନ୍ତି।

  11. 11.କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଜାରି ରହିଛି।

  12. 12.ଭାରତୀୟ ବାୟୁ ସେନାର ଜଣେ ଫ୍ଲାଇଟ ଲେଫ୍ଟନାଣ୍ଟ ଆଗ୍ରା ଠାରେ ଆତ୍ମହତ୍ୟା କରିଥିଲେ। ଏହି ଖବର ସ୍ଥଳ ସେନାରେ କାମ କରୁଥିବା ତାଙ୍କ ପତ୍ନୀଙ୍କ ପାଖରେ ପହଞ୍ଚିଥିଲା। ସ୍ୱାମୀଙ୍କୁ ହରାଇବାର ଦୁଃଖ ସହି ନପାରି ସେନା ଅଧିକାରୀ ଜଣଙ୍କ ମଧ୍ୟ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଗୋଟିଏ ଗେଷ୍ଟ ହାଉସରେ ନିଜ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ।

  13. 13.ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେବେଠାରୁ ତାଙ୍କ ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଏହି ସମୟରେ ଦାବି କରାଯାଇଛି ଯେ, ଶେଖ ହାସିନା ଦିଲ୍ଲୀ ଛାଡ ପଳାଇଛନ୍ତି।

  14. 14.ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

  15. 15.ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହୋଇଥିଲା। ଯେଉଁଠାରେ ଭାରତୀୟ ଦଳ ମାତ୍ର ୪୬ ରନରେ ଆଉଟ୍ ହୋଇଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.