-
1.ଭାରତରେ ଏବେ ୧୨.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ବିଶ୍ଵବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୧୯୯୦ ମସିହାରେ ଭାରତରେ ଉତ୍କଟ ଦାରିଦ୍ର୍ୟ (ଦୈନିକ ୨.୧୫ ଆମେରିକୀୟ ଡଲାର ବା ୧୮୧ ଟଙ୍କାରୁ କମ୍ ରୋଜଗାର କରୁଥିବା)ରେ ଥିବା ଲୋକଙ୍କ ସଂଖ୍ୟା ୪୩.୧ କୋଟି ରହିଥିଲା। କିନ୍ତୁ ୨୦୨୪ରେ ଏହା ପ୍ରାୟ ୧୨.୯ କୋଟିକୁ ଖସି ଆସିଛି
-
2.ଚଳିତ ଅକ୍ଟୋବରରୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ପକ୍ଷୀ ଶିକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଥର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ‘ଡ୍ରୋନ୍’କୁ ଅସ୍ତ୍ର କରିବାକୁ ନିଷ୍ପତ୍ତି ନେଇଛି।
-
3.କେନ୍ଦ୍ର ସରକାର ଆଜି ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି (ଏମ୍ଏସ୍ପି) ଘୋଷଣା କରିଛନ୍ତି। ହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବା ୬.୫୭ ପ୍ରତିଶତ ବୃଦ୍ଧି କରାଯାଇ ୨୪୨୫ ଟଙ୍କାରେ ରଖାଯାଇଛି। ସେହିଭଳି ବାର୍ଲି, ଚଣା, ମସୁର, ସୋରିଷ ଓ କୁସୁମର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୨.୪୧ ପ୍ରତିଶତରୁ ୭.୦୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
4.ହରିୟାଣା ପଞ୍ଚକୁଲାସ୍ଥିତ ଏକ ଔଷଧ କମ୍ପାନି ଚଳିତବର୍ଷର ଦୀପାବଳି ଉପଲକ୍ଷେ ଏହାର କର୍ମଚାରୀଙ୍କୁ କାର୍ ଉପହାର ଦେଇଛି। ଉତ୍ତମ କାର୍ଯ୍ୟ ସଂପାଦନ କରିଥିବା ୧୫ କର୍ମଚାରୀଙ୍କୁ କମ୍ପାନି ଟାଟା ପଞ୍ଚ୍ ଏବଂ ଗ୍ରାଣ୍ଡ୍ ଭିଟାରା କାର୍ ପ୍ରଦାନ କରିଛି।
-
5.ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି (ଜେ.କେ.ପି.ସି) ମୁଖ୍ୟ ତାରିକ ହମିଦ ସ୍ପଷ୍ଟ ଭାବେ କହିଛନ୍ତି ଯେ ପୂର୍ଣ୍ଣ ରାଜ୍ୟର ସ୍ଥିତି ନଆସିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଜାମ୍ମୁ କାଶ୍ମୀର କ୍ୟାବିନେଟରେ ସାମିଲ ହେବ ନାହିଁ।
-
6.ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ଅର୍ଥାତ୍ ଡିଏ ଏବଂ ଡିଆରକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୪ରୁ ଲାଗୁ ହେବ।
-
7.ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ନାଏବ ସାଇନି ହେବେ। ସେ ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ବୈଠକରେ ସର୍ବସମ୍ମତି କ୍ରମେ ନେତା ଭାବେ ନିର୍ବାଚିତ ହୋଇଛନ୍ତି।
-
8.ଭୁବନେଶ୍ବର ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ। ଚଢ଼ାଉ କଲା କମିଶନରେଟ ପୁଲିସର ସାଇବର ଟିମ । ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ।
-
9.ଉତ୍ତରାଖଣ୍ଡର ମଦ୍ରାସା ଶିକ୍ଷା ବୋର୍ଡରେ ଏଣିକି ଖୁବ୍ ଶୀଘ୍ର ସଂସ୍କୃତ ବିଷୟ ସାମିଲ୍ ହେବାକୁ ଯାଉଛି ବୋଲି ସୂଚନା ରହିଛି। ଏହି ବୋର୍ଡର ଅଧ୍ୟକ୍ଷ ମୁଫ୍ତି ସମୁନ କାସଗୀ ଏହି ସୂଚନା ଦେଇ କହିଛନ୍ତି।
-
10.ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।
-
11.ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
-
12.ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ର ଭାବେ ଶପଥ ନେବା ପରେ ପ୍ରଥମ ନିର୍ଦ୍ଦେଶ ଜାରି କରିଛନ୍ତି ଓମାର ଅବଦୁଲ୍ଲା। ତାଙ୍କ ଯିବା ଆସିବା ବେଳେ ପୁଲିସ୍ କୌଣସି ପ୍ରକାରର ଗ୍ରୀନ କରିଡର କିମ୍ବା ଟ୍ରାଫିକ ବନ୍ଦ କରିବ ନାହିଁ। ମୁଖ୍ୟମନ୍ତ୍ରୀ ଯିବା ବେଳେ ଯେମିତି ସାଧାରଣ ଲୋକ ହଇରାଣ ନ ହେବେ, ତା’କୁ ନିଶ୍ଚିତ କରିବାକୁ ସେ ପ୍ରଥମ ନିର୍ଦ୍ଦେଶରେ କହିଛନ୍ତି।
-
13.ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ କରି ଭାରତ ପ୍ରଶାସନିକ ସ୍ତରରେ ସ୍ପେକ୍ଟ୍ରମ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
14.ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଅକ୍ଟୋବର ୧୩ ତାରିଖରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ୫୦ରୁ ଅଧିକ ଗିରଫ ହୋଇଛନ୍ତି।
-
15.ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା କଳ୍ପନା ଓରଫ ସୁଜାତା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି।
-
16.ଓଡିଶା ରାଜ୍ୟ ସରକାର ଖୁବ୍ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ। କମିଶନ ଗଠନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
-
17.ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଶ୍ଚିମରେ ସାଳନ୍ଦୀ, ଦକ୍ଷିଣରେ ବୈତରଣୀ, ପୂର୍ବରେ ମନ୍ତେଇ ନଦୀ ସହ କେତେକ କେନାଲ ଓ ଯୋର ଘେରି ରହିଛି। ନଦୀକୂଳିଆ ଗାଁର ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
-
18.ଶ୍ରୀମନ୍ଦିର ମଧ୍ୟରେ କେବଳ ଓମ୍ଫେଡ ଘିଅ ବ୍ୟବହାର ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ତେବେ ଏଥିରେ ସହଯୋଗ କରିବାକୁ ଓମ୍ଫେଡ୍କୁ ଅନୁରୋଧ କରାଯାଇଛି।
-
19.ଅଭିନେତ୍ରୀ କାଜୋଲ, କ୍ରିତି ସାନନ୍ ଓ ଅଭିନେତା ଶାହିର ଶେଖ୍ଙ୍କ ଅଭିନୀତ ‘ଦୋ ପତ୍ତି’ ୨ ମିନିଟ ୩୬ ସେକେଣ୍ଡ ବିଶିଷ୍ଟ ଟ୍ରେଲରକୁ ସୋମବାର ଜାରି କରାଯାଇଛି।
-
20.କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଅଭିଯୋଗ କରିଛନ୍ତି ଯେ, ଭାରତ କାନାଡ଼ାର ସାର୍ବଭୌମତ୍ୱକୁ ଉଲଂଘନ କରି ଏକ ବଡ ଭୁଲ କରିଛି। ଦେଶର ତଦନ୍ତରେ ଭାରତ ହସ୍ତକ୍ଷେ କରିବାକୁ ଚାହୁଁଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.