- 1.ସମଗ୍ର ବିଶ୍ୱରେ ୫୫ ନିୟୁତରୁ ଅଧିକ ଲୋକ ଆଲଜାଇମର୍ସ ଏବଂ ଏହା ଦ୍ୱାରା ହେଉଥିବା ଡିମେନ୍ସିଆ (ଭୁଲିବାରୋଗ) ସହିତ ସଂଘର୍ଷ କରୁଛନ୍ତି । ଏକ ପରିସଂଖ୍ୟାନ ଅନୁଯାୟୀ ପ୍ରତିବର୍ଷ ବିଶ୍ଵରେ ୧୦ ନିୟୁତରୁ ଅଧିକ ଲୋକ ଆଲଜାଇମର୍ସ ଏବଂ ଡିମେନ୍ସିଆର ଶିକାର ହେଉଛନ୍ତି। ଏହା ମୁଖ୍ୟତଃ ବୟସ୍କ ଲୋକମାନଙ୍କଠାରେ ଦେଖାଦେଉଥିଲେ ବି ଆଜିକାଲି ୩୦-୪୦ ବର୍ଷର ଯୁବକମାନଙ୍କଠାରେ ବି ଏହା ଦେଖାଗଲାଣି ।
- 2.ଗ୍ରୀନ୍ ହାଉସ୍ ଗ୍ୟାସ୍ର ସ୍ତର ୨୦୨୩ରେ ଏକ ନୂତନ ରେକର୍ଡ ଛୁଇଁଛି। କେବଳ ଗତ ୨ ଦଶନ୍ଧି ମଧ୍ୟରେ ୧୦%ରୁ ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ବୃଦ୍ଧି ପାଇଛି ବୋଲି ସୋମବାର ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍ଓ) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି। ଡବ୍ଲ୍ୟୁଏମ୍ଓର ବାର୍ଷିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ବୁଲେଟିନ ଅନୁଯାୟୀ, ୨୦୨୩ରେ ଅଙ୍ଗାରକାମ୍ଳ ନିର୍ଗମନ ସର୍ବାଧିକ ସ୍ତରରେ ପହଞ୍ଚିଛି।
- 3.ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ପରେ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଡେପସାଙ୍ଗ ଓ ଡେମ୍ଚୋକ୍ରୁ ୮୦ରୁ ୯୦ ପ୍ରତିଶତ ଭାରତ-ଚୀନ୍ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି।
- 4.ରାଜ୍ୟରେ ମଠ-ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପରିଚାଳନା ପାଇଁ ଖୁବଶୀଘ୍ର ମୋହନ ମାଝୀଙ୍କ ସରକାର ଏକ ନୂଆ ଯୋଜନା ଆଣିବେ । ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’ ରଖାଯାଇଛି । ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ମଠ-ମନ୍ଦିରର ସାମଗ୍ରିକ ବିକାଶ ଓ ସୁରକ୍ଷା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ।
- 5.ମଙ୍ଗଳବାରଠାରୁ ସାରା ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨। ୭୦ ବର୍ଷରୁ ଅଧିକ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ ବୀମା। କିନ୍ତୁ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀରେ ହେବାରେ ସାମାନ୍ୟ ବିଳମ୍ବ ହେବ।
- 6.କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ୨୦୨୧ ଜନଗଣନା କାର୍ଯ୍ୟ ସରକାର ଆସନ୍ତାବର୍ଷ ଆରମ୍ଭ କରିପାରନ୍ତି। ୨୦୨୫ରେ ଦେଶର ଜନଗଣନା ଆରମ୍ଭ ହୋଇ ୨୦୨୬ରେ ଶେଷ ହେବ। ଜନଗଣନା ଶେଷ ହେବ।
- 7.ଗୁଜରାଟର ବଡ଼ୋଦରାଠାରେ ଦେଶର ପ୍ରଥମ ଘରୋଇ ସାମରିକ ବିମାନ କାରଖାନା ଉଦ୍ଘାଟିତ ହୋଇଛି। ଟାଟା ଆଡ୍ଭାନ୍ସଡ୍ ସିଷ୍ଟମ୍ସ ନାମରେ ଏହି କାରଖାନା ଏୟାରବସ୍ ସ୍ପେନ୍ ସହଯୋଗରେ ଟାଟା ଆଡ୍ଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ କ୍ୟାମ୍ପସରେ ସ୍ଥାପିତ ହୋଇଛି। ଏଠାରୁ ସି-୨୯୫ ବିମାନ ନିର୍ମାଣ କରାଯିବ।
- 8.ଫେଡେରାଲ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ମ୍ୟାକଡୋନାଲ୍ଡର କ୍ୱାର୍ଟର ପାଉଣ୍ଡର୍ସ ସହ ଲିଙ୍କ୍ ଥିବା ଇଶ୍ଚେରିଆ କୋଲି ସଂକ୍ରମଣ କାରଣରୁ ୧୩ଟି ରାଜ୍ୟରେ ଅତି କମରେ ୭୫ ଜଣ ସଂକ୍ରମିତ ହୋଇଛନ୍ତି। ୨୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
- 9.ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରି ଇସ୍ରାଏଲ ସେନା ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।
- 10.ମାଲାୟାଲମ ଫିଲ୍ମର ନିର୍ଦ୍ଦେଶକ ରଣଜିତ ବାଲକ୍ରିଷ୍ଣନଙ୍କ ଅଡ଼ୁଆ ବଢ଼ିଛି। ନିଜର ନିର୍ଦ୍ଦେଶନା ପାଇଁ ୩ ଥର ଜାତୀୟ ପୁରସ୍କାର ଜିତିଥିବା ରଣଜିତଙ୍କ ବିରୋଧରେ ପୁରୁଷ ଯୌନ ନିର୍ଯାତନା ମାମଲା ଆସିଛି ।
- 11.ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇତିମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ୧୭୬ ଜଣ ସାମ୍ବାଦିକଙ୍କ ଜୀବନ ଗଲାଣି।
- 12.ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ୫ ନଭେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଛି।
- 13.ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା ଦିଆଯାଇଛି।
- 14.ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
- 15.ଶିଳ୍ପପତି ଗୌତମ ଆଦାନି ସିମେଣ୍ଟ ବ୍ୟବସାୟ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଖୁବ୍ଶୀଘ୍ର ଏକ କାରଖାନା ଓଡ଼ିଶାରେ ସ୍ଥାପନ ହେବ।
- 16. କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲେ। ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ପରେ ପଡିଥିଲା। ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି।
- 17.ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ୫ବର୍ଷିଆ ଲିଜରେ ଦେବେ ସରକାର । ଏହି ଏୟାରଷ୍ଟ୍ରିପଗୁଡ଼ିକ ଅଧିକ ବ୍ୟବସାୟିକ ଉପଯୋଗୀକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ ଅନ୍ତର୍ଗତ ପ୍ରାବଧାନ ଆଧାରରେ ରାଜ୍ୟ ସରକାର ୮ଟି ଏୟାରଷ୍ଟ୍ରିପରେ ଫ୍ଲାଇଟ୍ ଟ୍ରେନିଂ ଅର୍ଗାନାଇଜେସନ (ଏଫଟିଓ) ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ।
- 18.ରାଜ୍ୟର ତଳମୁଣ୍ଡରେ ଅଧିକ ଜଳପ୍ରବାହ ଯୋଗୁ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ୨୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ‘ବନ୍ଧ ସୁରକ୍ଷା ଓ ଉନ୍ନତିକରଣ କାର୍ଯ୍ୟ’ ନାଁରେ ଏହି ନୂଆ ଯୋଜନାରେ ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମଗୁଡ଼ିକର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ କରାଯିବ ବୋଲି ଜଣାପଡ଼ିଛି ।
- 19.ନିଜ ଅନୁଗାମୀମାନଙ୍କୁ ମୋହ-ମାୟାରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ଆଧ୍ୟାତ୍ମିକ ପ୍ରବଚିକା ଜୟା କିଶୋରୀ ଧରୁଛନ୍ତି 2 ଲକ୍ଷ ଟଙ୍କାର ଦାମୀ ବ୍ୟାଗ।
- 20.ପାକିସ୍ତାନ କ୍ରିକେଟ ଦଳରେ ନୂଆ ଅଧିନାୟକ ନିଯୁକ୍ତ ହେବା ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି ଗ୍ୟାରୀ କିର୍ଷ୍ଟନ୍। ପିସିବି ସହ ବାରମ୍ବାର ଅସହମତି ପ୍ରକାଶ ପାଇବାରୁ କିର୍ଷ୍ଟନ ଇସ୍ତଫା ଦେଇଥିବା କୁହାଯାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.