-
1.ୱାଶିଂଟନ ଡିସିସ୍ଥିତ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ‘ଭବିଷ୍ୟତ-ପ୍ରସ୍ତୁତ ବିଶ୍ୱ ବ୍ୟାଙ୍କ ଗ୍ରୁପ’ ଶୀର୍ଷକ ଆଲୋଚନାରେ ଶ୍ରୀମତୀ ସୀତାରମଣ କହିଛନ୍ତି, ବ୍ୟାପକ ଅଂଶଗ୍ରହଣକୁ ନିଶ୍ଚିତ କରିବା, ମଧ୍ୟମ ଆୟକାରୀ ଦେଶଗୁଡ଼ିକୁ ଅଧିକ ଋଣ ନେବାକୁ ପ୍ରୋତ୍ସାହିତ କରିବା ଏବଂ ବିକାଶର ପ୍ରଭାବକୁ ଆହୁରି ଦୃଢ଼ ହେବା ଆବଶ୍ୟକ।
-
2.ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମହାକାଶ ବାୟୋଟେକ୍ନୋଲୋଜି ଗବେଷଣାରେ ସହଯୋଗ ପାଇଁ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।
-
3.ଗାଜା ଉପତ୍ୟକାରୁ ବନ୍ଧକମାନଙ୍କୁ ସୁରକ୍ଷିତ ପ୍ରତ୍ୟାର୍ପଣ ପାଇଁ ଇସ୍ରାଏଲର ପ୍ରସ୍ତାବକୁ ହାମାସ ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ ଅସ୍ତ୍ରଶସ୍ତ୍ର ତ୍ୟାଗ ପାଇଁ ମଧ୍ୟ ହମାସ ରାଜି ହୋଇନାହିଁ ।
-
4.‘ଲିବ୍ ଟେକ୍’ ନାମକ ସଂସ୍ଥା ଜାରି କରିଥିବା ରିପୋର୍ଟ ଅନୁସାରେ ୨୦୨୪ର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ୮୪ ଲକ୍ଷରୁ ଅଧିକ ମନରେଗା ଶ୍ରମିକଙ୍କ ପଞ୍ଜୀକରଣ କଟିଯାଇଛି। ସେଥିରୁ ଓଡ଼ିଶାରୁ କଟିଥିବା ଶ୍ରମିକଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୯୭୯ ରହିଛି।
-
5.ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ପୁଲିସ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୬ ଜଣ ଆଇନ ପ୍ରବର୍ତ୍ତନକାରୀ କର୍ମଚାରୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
-
6.ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ପାଇଁ ନଭେମ୍ବର ୧୩ ଓ ୨୦ରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଛି।
-
7.ସଲମାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବେଳେ ତାକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ କରଣୀ ସେନାର ଅଧ୍ୟକ୍ଷ ରାଜ ଶେଖାୱତ୍ | ଯିଏ ଲରେନ୍ସକୁ ହତ୍ୟା କରିବ, ତାକୁ ୧,୧୧,୧୧,୧୧୧ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ | ତାଙ୍କର ଏଭଳି ଘୋଷଣା ଏବେ ତାଙ୍କୁ ଭାରୀ ପଡିଛି |
-
8.ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବ ନାହିଁ ଆମ ଆଦମୀ ପାର୍ଟି। ଏନେଇ ଦଳର ଆଧିକାରୀକ ସୋଶାଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ଘୋଷଣା କରାଯାଇଛି।
-
9.ମୋତିଲାଲ ଓସୱାଲ ଫାଇନାନସିଆଲ ସର୍ଭିସେସ୍ ଲିମିଟେଡ୍ (MOFSL) ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, MCX ଉପରେ ରୁପା କିଲୋଗ୍ରାମ ପିଛା ୧,୨୫,୦୦୦ ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି।
-
10.ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ବଢ଼ି ଚାଲିଛି । ଏବେ ପୁଣି ଏକ ମାମଲା ସାମ୍ନାକୁ ଆସିଛି। JEE ପରୀକ୍ଷାରେ ସଫଳ ନହେବାରୁ ବିଲ୍ଡିଂ ଉପରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ବୟସ ୧୭ ବର୍ଷ। ଶୁକ୍ରବାର ଦିଲ୍ଲୀ ଜାମିୟା ନଗର ଅଞ୍ଚଳରେ ଏଭଳି କିଛି ଘଟଣା ଘଟିଛି।
-
11.ଭିଟାମିନ୍ D3 ଖାଉଥିଲେ ସାବଧାନ। କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛି ଏହି ମେଡିସିନ୍। କେବଳ ଭିଟାମିନ୍ D3 ନୁହେଁ କ୍ୟାଲସିୟମ ୫୦୦, କଫ୍ସିରପ, ମଲ୍ଟିଭିଟାମିନ୍, ଆଣ୍ଟି ଆଲର୍ଜି ସମେତ ୪୯ଟି ଔଷଧ କ୍ୱାଲିଟି ଟେଷ୍ଟରେ ବିଫଳ ହୋଇଛି। କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ଜାରି କରିଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି.
-
12.ଶେୟାର ମାର୍କେଟରେ ହାହାକାର। ୪୦ ଲକ୍ଷ କୋଟିସ୍ୱାହା ହୋଇଗଲା । ଗୋଟିଏ ମାସରେ ନିବେଶକ ହରାଇଲେଣି ୪୦ ଲକ୍ଷ କୋଟି ଟଙ୍କା।
-
13.ପୁଲିସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରେ ଶୁଟର ଭାବେ କାମ କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ୪୮ ଘଣ୍ଟା ଧରି ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ପୁଲିସ୍ କରୁଥିବା ଧରପଗଡ଼ ପରେ ଏପରି ଗିରଫଦାରୀ ହୋଇଛି।
-
14.ଜଣେ ଭାରତୀୟ ଛାତ୍ରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବିରୋଧରେ ଜାତିଆଣ ଭେଦଭାବ ଏବଂ ପିଏଚ୍ଡି ପ୍ରୋଗ୍ରାମ୍ରୁ ତାଙ୍କୁ ବଳପୂର୍ବକ ବାହାର କରିବା ନେଇ ଅଭିଯୋଗ ଆଣିଛନ୍ତି।
-
15.୧୯୫୫ରୁ ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ସେଇଟା ଏବେ ପୁଣେରେ ପୂରଣ ହୋଇଛି। ପୁଣେ ଟେଷ୍ଟକୁ କ୍ୱିୱି ଟିମ ୧୧୩ ରନରେ ଜିତି ଭାରତ ମାଟିରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.