• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମିସ ୟୁନିଭର୍ସ-୨୦୨୪ର ବିଜେତା ଡେନମାର୍କର ଭିକ୍ଟୋରିଆ କଜେର ଥେଲଭିଗ ହୋଇଛନ୍ତି। ଭିକ୍ଟୋରିଆ କଜେରଙ୍କୁ ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ମୁକୁଟ ପିନ୍ଧାଇଥିଲେ।ମିସ ୟୁନିଭର୍ସ-୨୦୨୪ର ବିଜେତାଙ୍କୁ ପିନ୍ଧା ଯାଇଥିବା ମୁକୁଟରେ ଖଞ୍ଜାଯାଇଛି ୨୩ଟି ସୁବର୍ଣ୍ଣ ମୋତି।

  2. 2.ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଦିନରେ ରସାୟନ, ପେଟ୍ରୋ ରସାୟନ, ଅକ୍ଷୟ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟବସାୟିକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।

  3. 3.ଦିଲ୍ଲୀ ରାଜନୀତିରେ ଆଜି ଆମ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି | ଆମ୍ ଆଦମୀ ପାର୍ଟିର ଆତିଶି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ୍ ମନ୍ତ୍ରୀ ପଦ ତଥା ଦଳରୁ ଇସ୍ତଫା ଦେଇଛନ୍ତି।

  4. 4.ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି। ଗୋଟିଏ କାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ ଲାଇସେନ୍ସ ରଦ୍ଦ କରିଛି କେରଳ ପୁଲିସ।

  5. 5.ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।

  6. 6.ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ଓ ଅସ୍ବାଭାବିକ ମୌସୁମୀ ଯୋଗୁଁ ୨୦୨୪ରେ ବାଂଲାଦେଶରେ ୪୦୦ରୁ ଅଧିକ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି।

  7. 7.ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ କାର୍ଯ୍ୟକ୍ରମ ଚାଲି ପାରିବ। ସମୟ କଟକଣା ଯୋଗୁଁ ଗତ କାଲି ଅସୀମା ପଣ୍ଡାଙ୍କ ସୋ’ ଅଧାରୁ ବନ୍ଦ ହୋଇଥିଲା।

  8. 8.ମଣିପୁରରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ବିରେନ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ତେବେ ଏହା ଦ୍ଵାରା ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ । କାରଣ ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ବିଜେପିର ୩୨ ସଦସ୍ୟ ଅଛନ୍ତି ।

  9. 9.ଗୁଜରାଟ ମୋରବୀରେ ଝୁଲା ପୋଲ ଦୁର୍ଘଟଣାରେ ୧୩୫ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଓରେଭା ଗ୍ରୁପ୍‌ର ପ୍ରମୋଟର ତଥା ଅଜନ୍ତା ଉତ୍ପାଦନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଗୁଜରାଟ ମୋରବୀରେ ଝୁଲା ପୋଲ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଜୟସୁଖ ପଟେଲଙ୍କୁ ଗିରଫ କରାଯାଇଥିଲା। ପଟେଲଙ୍କୁ ନିକିତିରେ ଲଡ଼ୁ ସହିତ ଓଜନ କରାଯାଇଥିଲା। ଏହି ଲଡ଼ୁକୁ ୬୦,୦୦୦ ଡବ୍ବାରେ ଭର୍ତ୍ତି କରି ପାଟିଦାର ପରିବାରରେ ବଣ୍ଟା ଯାଇଥିଲା

  10. 10.ଲେବନାନ୍ ନ୍ୟୁଜ୍ ଆଉଟଲେଟ୍ ଅଲ୍ ମାୟାଦିନ୍ ଅନୁଯାୟୀ, ଇସ୍ରାଏଲ୍ ସେନା ଏକାଧିକ ଏୟାରଷ୍ଟ୍ରାଇକ୍ କରି ସିଧାସଳଖ ଆବାସିକ କୋଠାଗୁଡ଼ିକୁ ଟାର୍ଗେଟ୍ କରିଥିଲା।

  11. 11.ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ ବୋଲି ମୁଡିସ୍‌ ରେଟିଂରେ ଆକଳନ କରାଯାଇଛି।

  12. 12.ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି ଘୋଷଣା କରିଛି। ଏଥିଯୋଗୁ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ପଡିଛି। ତେବେ ସଂଶୋଧିତ MCLR ନଭେମ୍ବର ୧୫,୨୦୨୪ରୁ ଲାଗୁ ହେବ।

  13. 13.ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।

  14. 14.ବିଦେଶରେ ଥିବା ସଂପତ୍ତି କିମ୍ବା ବିଦେଶରୁ ହେଉଥିବା ଆୟ ସଂପର୍କିତ ସୂଚନା ୨୦୨୪-୨୫ ଆକଳନ ବର୍ଷର ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫର୍ମରେ ‌ଦେବାକୁ କୁହାଯାଇଛି। ଉକ୍ତ ସୂଚନା ଦେବାକୁ ବିଫଳ ହେଲେ କଳାଟଙ୍କା ନିରୋଧ ଆଇନ ୨୦୧୫ ଅନୁସାରେ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି।

  15. 15.ଅଜୟ ଦେବଗନ୍ କହିଛନ୍ତି ଯେ ଅଭିନେତାମାନେ ସ୍କ୍ରିପ୍ଟ, ଚଳଚ୍ଚିତ୍ର ଏବଂ ପ୍ରୋଜେକ୍ଟ ଅନୁଯାୟୀ ଫି ନିଅନ୍ତି । ବେଳେବେଳେ ସେ ଲାଭାଂଶ ମଧ୍ୟ ପାଇନାହାଁନ୍ତି ଏବଂ ତାଙ୍କୁ କୌଣସି ପାରିଶ୍ରମିକ ବିନା ବି କାମ କରିବାକୁ ପଡେ |

  16. 16.ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଥିବା  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଶନିବାର ଦୁଇଟି ବୋମା ମାଡ଼ ହୋଇଥିଲା ଏବଂ ଏହା ଏକ ବଗିଚାରେ ବିସ୍ଫୋରଣ ହୋଇଛି। 

  17. 17.ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବଦ୍ବିତା କରିଥିବା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଳା ହାରିସ ପ୍ରଚାର ଅଭିଯାନରେ ୧୨ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୦୧ କୋଟି ଟଙ୍କା) ଖର୍ଚ୍ଚ କରିଥିବା ଜଣାପଡିଛି।

  18. 18.ଦିଲ୍ଲୀର ବାୟୁ ପ୍ରଦୂଷଣ ଅତି ସଂଗିନ (ସିଭିୟର ପ୍ଲସ) ସ୍ତରକୁ ଖସିଆସିଛି। ରବିବାର ସକାଳ ୭ରେ ଦିଲ୍ଲୀର ୨୪ ଘଣ୍ଟିଆ ହାରହାରି ବାୟୁ ମାନକ ସୂଚୀ (ଏକ୍ୟୁଆଇ) ୪୫୭ ରହିଥିବା ରେକର୍ଡ କରାଯାଇଛି।

  19. 19.ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ଶେଖ ୟୁନୁସ୍ କୁ ୧୦୦ ଦିନ ପୂରଣ ଅବସରରେ ରବିବାର ​ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

  20. 20.ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସନ୍ତାନର ପିତା ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.