• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦ୍ରୌପୁଦୀ ମୁର୍ମୁଙ୍କୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି କରିବା ବିଜେପିର ସୌଭାଗ୍ୟ ଥିଲା।  ମୋଦୀ ‘ପିଏମ୍‌ ଜନମନ ଯୋଜନା’ର ସବୁ ଶ୍ରେୟ ରାଷ୍ଟ୍ରପତି ମୁର୍ମୁଙ୍କୁ ଦେଇଛନ୍ତି।

  2. 2.ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶୁକ୍ରବାର ଦିନ ଦିଲ୍ଲୀରୁ ୮୦ କି‌ଲୋ‌ଗ୍ରାମରୁ ଊର୍ଦ୍ଧ୍ବ ‌କୋକେନ୍‌ ଜବତ କରିଛି। ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ହେବ। ଆଜି ଏନ୍‌ସିବି,  ଭାରତୀୟ ନୌସେନା ଏବଂ ଗୁଜରାଟ ଏଟିଏସ୍‌ ଗୁଜରାଟ ଉପକୂଳରୁ ୭୦୦ କିଲୋଗ୍ରାମ ମେଟାମ୍‌ଫେଟାମାଇନ୍‌ ଜବତ କରିବା ଦିନ ହିଁ ଆଜି ପୁଣି ଦିଲ୍ଲୀରୁ ୯୦୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଛି।

  3. 3.ନାବାଳିକା ପତ୍ନୀଙ୍କ ସହ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି ଏବଂ ଏଭଳି କାର୍ଯ୍ୟ ପାଇଁ ଆଇନଗତ ସୁରକ୍ଷାକୁ ଆଇନ ଅନୁଯାୟୀ ଗ୍ରହଣ କରାଯାଇପାରିବ ନାହିଁ।

  4. 4.ଭାରତୀୟ ଟଙ୍କା ତୁଳନାରେ ଆମେରିକୀୟ ଡଲାର ଶକ୍ତିଶାଳୀ ହୋଇପଡ଼ିବାରୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ବିକ୍ରି କରୁଛି।

  5. 5.ଓଡ଼ିଶାରେ ସୌରଶକ୍ତି ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କ୍ଷମତା ୧୪୦ ଗିଗାୱାଟ୍‌ ରହିଛି। ଏହି ସୁଯୋଗକୁ  ବାସ୍ତବତାରେ ପରିଣତ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ହବ୍‌ କରିବା ଯୋଜନା ହୋଇଛି।

  6. 6.ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ଅଳ୍ପ ଦିନରେ ଶେଷ ହେବାକୁ ଯାଉଛି।

  7. 7.ରାଜ୍ୟର ଚାରି ଡିସ୍‌କମ୍‌କୁ ଅଧିଗ୍ରହଣ କରି ପରିଚାଳନା କରୁଥିବା ଟାଟା ପାୱାର ଏକ ବିଦ୍ୟୁତ୍‌ ସଞ୍ଚରଣ ସ୍ପେସାଲ୍‌ ପରପସ୍‌ ଭେଇକିଲ୍ (ଏସ୍‌ପିଭି)କୁ ଅଧିଗ୍ରହଣ କରିଛି।

  8. 8.ଉତ୍ତରପ୍ରଦେଶର ଝାନସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି ।

  9. 9.ସାଇବର ଠକେଇର ନୂଆ ଫଣ୍ଡା ଏବେ ଡିଜିଟାଲ ଆରେଷ୍ଟ ବା ଗିରଫଦାରୀ। ଠକମାନେ ବିଭିନ୍ନ ନିରୀହ ଲୋକଙ୍କୁ ଡିଜିଟାଲ ଆରେଷ୍ଟ ଜାଲରେ ଫସାଇ ସର୍ବସ୍ୱ ଲୁଟି ନେଉଛନ୍ତି। ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର ସାଇବର ଠକମାନେ ଦୀର୍ଘ ୮ ଘଣ୍ଟା କାଳ ଡିଜିଟାଲ ଆରେଷ୍ଟ ନାଁରେ ଅଟକ ରଖି ୧୦ କୋଟି ଟଙ୍କାର ନେଇ ଯାଇଛନ୍ତି।

  10. 10.ମଇଁଷି ଅନମୋଲ ପ୍ରତିଦିନ ୨୫୦ ଗ୍ରାମ ପେସ୍ତା ବାଦମ, ୩୦ଟି କଦଳୀ, ୪ କେଜି ଡାଲିମ୍ବ, ୫ ଲିଟର କ୍ଷୀର ଓ ୨୦ଟି ଅଣ୍ଡା ଖାଉଛି।ହରିୟାଣାରେ ଏମିତି ଏକ ବିଶାଳକାୟ ମଇଁଷି ରହିଛି ଯାହାର ଦାମ ହେଉଛି ୨୩ କୋଟି ଟଙ୍କା।

  11. 11.ରାଉରକେଲା ଫର୍ଟିଲାଇଜର ବାଲିଯୋଡି ଏବିସି କଲୋନିର ଜୟକୃଷ୍ଣ ସ୍ବାଇଁ ୭୮ ବର୍ଷରେ ପବ୍ଲିକ ଆଡମିନିଷ୍ଟ୍ରେସନ୍‌ରେ ୭୦% ନମ୍ବର ରଖି ସମ୍ବଲପୁରସ୍ଥ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

  12. 12.ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ପାଇଁ ଲାଗିଥିବା ଦର୍ଶନ କଟକଣା ହଟାଇ ଦିଆଯାଇଛି। ଶନିବାରଠାରୁ ପୁଣି ଥରେ ଚାରିଦ୍ବାରରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି।

  13. 13.ବରଗଡ଼ ଜିଲ୍ଲା ପାଇକମାଳ ଥାନା ସୋଡ଼ା ଗ୍ରାମରେ ଏକ ୫ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ବେଲ୍‌ଟରେ ତଣ୍ଟି ଚିପି ହତ୍ୟା କରିଛି ଦୁର୍ବୃତ୍ତ। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ ପାଇଁ ଶିଶୁର ମୁହଁକୁ ପଥରରେ ଛେଚି ଦେଇଛି।

  14. 14.ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ରାଜ୍ୟ ସରକାର ବଡ଼ ଭେଟି ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ୧,୫୩୫ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

  15. 15.ଗୁଜରାଟର ଅହମଦାବାଦରେ ନିର୍ମିତ ସାବରମତୀ ରିଭର୍‌ଫ୍ରଣ୍ଟ ଶୈଳୀରେ ମହାନଦୀ ରିଭର୍‌ଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଆହୁରି ୧୫୦ କୋଟି ଟଙ୍କା ଏଥିପାଇଁ ଦିଆଯିବ ବୋଲି ଆଜି ଐତିହାସିକ ବାଲିଯାତ୍ରା କଟକ ମହୋତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।

  16. 16.ବିବାହ ବେଦୀରେ ବରଣମାଳ ପିନ୍ଧା ବେଳେ ୩୦ଲକ୍ଷ ଟଙ୍କାର ଯୌତୁକ ଦାବି କରି ବର ରବି କୁମାର ଗିରଫ ହୋଇଛନ୍ତି । ଆଗ୍ରାରେ ପୁଲିସ କନଷ୍ଟେବଳ ଭାବେ  କାର୍ଯ୍ୟରତ ରବି କୁମାର।

  17. 17.ସମ୍ପ୍ରତି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଚାଲିଥିଲାବେଳେ ୨୦୧୯ ନିର୍ବାଚନର ଭୂତ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ଶିଳ୍ପପତି ଗୌତମ ଅଦାନୀ ଓ ବିଜେପି ମଧ୍ୟରେ ସମ୍ପର୍କ ଏବଂ ୨୦୧୯ରେ ବିଜେପି ସହ ଏନ୍‌ସିପି ମେଣ୍ଟ ପାଇଁ ଅଦାନୀଙ୍କ ମଧ୍ୟସ୍ଥତା ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି।

  18. 18.ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)ରେ ଲଗାତାର ଦ୍ଵିତୀୟ ଥର ପାଇଁ ସ୍ଥାନ ପାଇଛି କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ଷ୍ଟଲ।

  19. 19.ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମାଜିକ ଗଣମାଧ୍ୟମ ଏକ୍ସ ‘ରେ ଶେୟାର କରିଛନ୍ତି।

  20. 20.ଦକ୍ଷିଣ ଆଫ୍ରିକା ଶେଷ ତଥା ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ। ବିଶେଷ କରି ଓପନର ସଞ୍ଜୁ ସାମସନ ଓ ୩ନଂରେ ବ୍ୟାଟିଂ କରୁଥିବା ତିଲକ ବର୍ମାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ବଡ଼ବଡ଼ ଶଟ। ଜୋହାନ୍ସବର୍ଗରେ କେବଳ ଭାରତୀୟ ବ୍ୟାଟରଙ୍କ ବ୍ୟାଟରୁ ବାହାରିଛି ବଡ଼ବଡ଼ ଛକା। ସଞ୍ଜ ସାମସନ ଓ ତିଲକ ହାସଲ କରିଛନ୍ତି ବିସ୍ଫୋରକ ଶତକ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.