• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜେଏମଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ସୁପ୍ରିମୋ ହେମନ୍ତ ସୋରେନ ଆଜି ଚତୁର୍ଥ  ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

  2. 2.କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି।

  3. 3.ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି।

  4. 4.ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି।

  5. 5.ଲାନସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ଦୁଇ ଦଶନ୍ଧିରେ  ଚାଷଜମିରେ ନଡ଼ାପୋଡ଼ି, ଜଙ୍ଗଲ ନିଆଁ ଏବଂ ମାନବକୃତ ନିଆଁ ଆଦି ଯୋଗୁ ସୃଷ୍ଟ ବାୟୁପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଭାରତରେ ଅତି କମ୍‌ରେ ୨.୫ ନିୟୁତ (୨୫ ଲକ୍ଷ) ଲୋକଙ୍କ ମୃତ୍ୟୁ ହୋଇଛି। 

  6. 6.ଜମିୟତ ଉଲେମା-ଏ-ହିନ୍ଦ ପରେ ଦେଶର ବିଭିନ୍ନ ସ୍ଥାନରେ ମସଜିଦ ଓ ଦରଘାରେ ଦାବିକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ କୁ ନେଇ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ (ଏଆଇଏମପିଏଲବି) ମଧ୍ୟ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି।

  7. 7.ରାଜ୍ୟ ସରକାର ମହିଳା ବିରୋଧୀ ଅପରାଧକୁ ଆଦୌ ବରଦାସ୍ତ କରିବେନି। ଏହି ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ରାଜ୍ୟରେ ଚାରିଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ବିଚାର ବିମର୍ଷ ଚାଲିଛି।

  8. 8.ଆଉ ୬ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖରେ ପାଳିତ ହେବାକୁ ଯାଉଛି ନୌସେନା ଦିବସ। ପ୍ରଥମ ଥର ପାଇଁ ଓଡ଼ିଶାର ପୁରୀ ବେଳାଭୂମିରେ ଏହି ଦିବସ ପାଳନ କରିବାକୁ ଯାଉଛି ନୌବାହିନୀ।

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସିବେ।

  10. 10.ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ ଘର।

  11. 11.ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼ ଆବର୍ଜନା ପଡିରହିଛି।

  12. 12.ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। 

  13. 13.ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ।

  14. 14.ଓଡ଼ିଶାର ଶୀତକାଳୀନ ହାତୀ ଗଣନା ୨୦୨୪ ରିପୋର୍ଟ। ମୋଟ ୩୮ ଟି ଡିଭିଜନରେ ଅନୁଷ୍ଠିତ ହୋଇଥିବା ଏହି ଗଣନା ଅନୁଯାୟୀ ସାମାନ୍ୟ ବୃଦ୍ଧି ସହିତ ଓଡ଼ିଶାରେ ଏବେ ୨୦୧୩ ଟି ହାତୀ ରହିଛନ୍ତି। 

  15. 15.ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.