• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରୁଷ ସହିତ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ଆମେରିକୀୟ କ୍ଷେପଣାସ୍ତ୍ର ପ୍ରୟୋଗ କରିଛି । ରୁଷର ପରମାଣୁ ହମଲା ଧମକ ସତ୍ତ୍ୱେ ୟୁକ୍ରେନ ପକ୍ଷରୁ ଆମେରିକା ନିର୍ମିତ ୬ଟି ଲଙ୍ଗ ରେଞ୍ଜ ମିସାଇଲ ମସ୍କୋ ଉପରେ ମାଡ଼ କରାଯାଇଛି।

  2. 2.୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଏବଂ ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ ୩୮ଟି ଆସନ ପାଇଁ ବୁଧବାର ମତଦାନ ହେବ। ୨୩ ତାରିଖ (ଶନିବାର) ଭୋଟ୍ ଗଣତି ହେବ।

  3. 3.ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ସବୁ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଆଇନଜୀବୀ ଏବଂ ଲୋକଙ୍କୁ ଅନୁମତି ଦେଇଛନ୍ତି।

  4. 4.ବିଶ୍ବ ପ୍ରସିଦ୍ଧ ବେଙ୍ଗଲୀ ଚଳଚ୍ଚିତ୍ର ‘ପଥେର୍ ପାଞ୍ଚାଲି’ର ଦୁର୍ଗା ଭୂମିକାରେ ଅଭିନୟ କରିଥିବା ଉମା ଦାଶଗୁପ୍ତାଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି । ୧୯୫୫ରେ ନିର୍ମିତ ‘ପଥେର୍ ପାଞ୍ଚାଲି’ ଚଳଚ୍ଚିତ୍ର ସତ୍ୟଜିତ୍ ରାୟଙ୍କର ଅନ୍ୟତମ ଶ୍ରେଷ୍ଠ କୃତି ଯାହା ବିଶ୍ବବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା ।

  5. 5.୪ଟି ବ୍ୟାଙ୍କର ପୁଞ୍ଜି ପ୍ରତ୍ୟାହାର କରିବା ନେଇ ସରକାର ଯୋଜନା କରୁଛନ୍ତି ସେଗୁଡ଼ିକ ହେଲା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ୍‌ ଆଣ୍ଡ୍‌ ସିନ୍ଦ୍‌ ବ୍ୟାଙ୍କ।

  6. 6.ଦିଲ୍ଲୀରେ ୧୦୦ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି।

  7. 7.ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍‌ କୋଚ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ ଜିଏସ୍ କୋଚ୍ ସାମିଲ ଦ୍ୱାରା ଦୈନିକ ପ୍ରାୟ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ‌ରେଳବାଇ ପକ୍ଷରୁ କୁହାଯାଇଛି।

  8. 8.ନିର୍ମାଣ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟଯନ୍ତ୍ରୀ, ଓବିସିସି, ଅଧୀକ୍ଷଣ ଯନ୍ତ୍ରୀ ଓ ପୂର୍ତ୍ତ ବିଭାଗର ସମସ୍ତ ମୁଖ୍ୟଯନ୍ତ୍ରୀଙ୍କୁ ସମସ୍ତ ସରକାରୀ କୋଠାରେ ଏକ ୟୁନିଫର୍ମ କଲର୍‌ କୋଡ୍ (ସମାନ ରଙ୍ଗ)ର ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦେଶ ରହିଛି। ନୂଆ ସରକାରୀ କୋଠା, ପୁରୁଣା ସରକାରୀ କୋଠାର ମରାମତି ବା ନବୀକରଣ ବେଳେ ବାହାର କାନ୍ଥର ରଙ୍ଗ କମଳା (ଅରେଞ୍ଜ୍‌ ସେଡ୍‌) ଆରଜିବି ମିକ୍ସ କଲର କୋଡ୍‌ ନମ୍ବର (୨୫୪, ୧୯୦, ୧୫୨) ରହିବ।

  9. 9.ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଛନ୍ତି।

  10. 10.ବିଜେପି ନେତା ବିନୋଦ ତାବଡେଙ୍କ ବ୍ୟାଗରୁ ଟଙ୍କା ମିଳିବା ପରେ ଉଦ୍ଧବ ଠାକରେ ଦୁର୍ନୀତି ବୃଦ୍ଧି କରୁଥିବା ସରକାରକୁ ରାଜ୍ୟରୁ ଶେଷ କରିବା ପାଇଁ ’ମା’ ତୁଳଜା ଭବାନୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

  11. 11.ଭାରତୀୟ ସେନାରେ ଧୀରେ ଧୀରେ ନେପାଳୀ ଗୋର୍ଖାଙ୍କ ଆଗମନ କମିବାରେ ଲାଗିଛି ଓ କୁହାଯାଉଛି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ସେନାରେ କୌଣସି ନେପାଳୀ ଗୋର୍ଖା ନଥିବେ ।

  12. 12.ଆସନ୍ତା ୨୬ ତାରିଖଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ୨୫ ତାରିଖ ଦିନ ଅନୁଷ୍ଠିତ ହେବ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।

  13. 13.ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହ୍ରାସ ପାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓଡ଼ିଶା କ୍ରିକେଟ ସଂଘ।

  14. 14.‘ରାଜ୍ୟ ସୂଚନା କମିଶନ’ରେ ୪ଟି କମିଶନର(ସଦସ୍ୟ) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ଯୋଗ୍ୟ ପ୍ରାର୍ଥୀଙ୍କୁ ସର୍ବାଧିକ ୫ବର୍ଷ ଅବା ୬୫ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ।

  15. 15.ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରବଳ ପ୍ରଦୂଷଣ ଯୋଗୁଁ ବନ୍ଦ ନିଷ୍ପତ୍ତି।  ଅନଲାଇନରେ ହେବ ପାଠପଢା।  ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଅନଲାଇନରେ ହେବ ପାଠପଢା ।

  16. 16.ବିଭିନ୍ନ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଡିସେମ୍ବର ୬ରେ କୃଷକମାନେ ଦିଲ୍ଲୀ ଯାତ୍ରା କରିବେ ବୋଲି ଜଣାପଡିଛି। ସୋମବାର ଏକ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଓ ‘କିଷାନ ମଜଦୁର ମୋର୍ଚ୍ଚା’ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

  17. 17.ବିଜେପି ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାୱଡ଼େ ଏବଂ ଅନ୍ୟ ବିଜେପି ନେତାମାନେ ପାଲଘର ଜିଲ୍ଲାର ବିରାରରେ ଥିବା ଏକ ହୋଟେଲରେ ନଗଦ ଟଙ୍କା ବଣ୍ଟନ କରିଛନ୍ତି। ବହୁଜନ ବିକାଶ ଘାଡି (ବିଭିଏ) କହିଛି,  ନାଲାସୋପାରାର ବିଜେପି ପ୍ରାର୍ଥୀ ରାଜନ ନାଏକ ତାୱଡ଼େଙ୍କ ଉପସ୍ଥିତିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା ବାଣ୍ଟୁଥିଲେ।

  18. 18.ଓଡିଶାରେ ୫୦୦ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିସହ ୬ ହଜାର ବର୍ଷାଜଳ ମାପିବା ଯନ୍ତ୍ର ଲଗାଇବା ଦିଗରେ ପଦକ୍ଷେପ ନିଆଯାଉଛି। ପାଣିପାଗର ସଠିକ୍‌ ଓ ଆଗୁଆ ପୂର୍ବାନୁମାନ କରିବାକୁ ବାଲେଶ୍ୱର ଓ ସମ୍ବଲପୁରରେ ଡପଲାର ରାଡାର ପ୍ରତିଷ୍ଠା କାର୍ଯ୍ୟ ଚାଲିଛି।

  19. 19.ସିକିଲ୍‌ସେଲ୍‌ ରୋଗର ଚିହ୍ନଟ ଓ ଚିକିତ୍ସା ସହ ଗବେଷଣା ପାଇଁ କେନ୍ଦ୍ର ସରକାର ଦେଶରେ ୬ଟି ଦକ୍ଷତା କେନ୍ଦ୍ର(ସେଣ୍ଟର ଅଫ କମ୍ପିଟାନ୍‌ସ) ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଓଡ଼ିଶାର ଏସ୍‌ସିବି ମେଡିକାଲ କଲେଜ ଏଥିରେ ସାମିଲ ରହିଛି।

  20. 20.ରାଜ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସମ୍ବଲପୁର ଫରେଷ୍ଟ ସର୍କଲ୍‌ର ରେଢାଖୋଲ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ତିନି ହାତୀଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.