• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦକ୍ଷିଣ ଆମେରିକୀୟ ଦେଶ ଗୁୟାନାରେ ୨ ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ସେ ଗୁୟାନା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ।

  2. 2.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ ସମୟରେ ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଭିଏତନାମ ଓ ଜାପାନ ଭଳି ଦେଶର ୪୦୦ରୁ ଅଧିକ ନିବେଶକଙ୍କ ସହ ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା ହୋଇଛି।

  3. 3.ଜ୍ୟୋତିର୍ବିଜ୍ଞାନୀମାନେ ଟ୍ରାନଜିଟ୍ ପଦ୍ଧତିରେ ଏକ ସର୍ବକନିଷ୍ଠ ଗ୍ରହକୁ ଠାବ କରିଛନ୍ତି। ଆଇଆର୍‌ଏଏସ୍‌ ୦୪୧୨୫+୨୯୦୨ବି ନାମକ ଏହି ଶିଶୁ ଗ୍ରହର ବୟସ ମାତ୍ର ୩ ନିୟୁତ ବର୍ଷ ଏବଂ ଏହା ୪୩୦ ଆଲୋକବର୍ଷ ଦୂରରେ ନବଜାତ ନକ୍ଷତ୍ରରେ ପରିପୂର୍ଣ୍ଣ ଏକ ନକ୍ଷତ୍ରୀୟ ନର୍ସରୀ ଟାଉରସ୍ ମଲିକ୍ୟୁଲାର କ୍ଲାଉଡ୍‌ରେ ବାସ କରେ।

  4. 4.ସିରିଆର ପାଲମିରା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୬୮ ଜଣ ଇରାନ ସମର୍ଥକ ଆତଙ୍କବାଦୀ ନିହତ ହୋଇଛନ୍ତି।  ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଇରାନ ସମର୍ଥକ ସିରିଆ ଗୋଷ୍ଠୀର ୪୨ ଜଣ, ୨୬ ଜଣ ବିଦେଶୀ 

  5. 5.ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଆଇଏଏସ୍‌ ମନିଷ ଅଗ୍ରୱାଲ ବିଚାର (ଟ୍ରାଏଲ୍‌)ର ସମ୍ମୁଖୀନ ହେବେ। ସୁପ୍ରିମକୋର୍ଟରୁ ଶ୍ରୀ ଅଗ୍ରୱାଲଙ୍କୁ ଝଟକା ଲାଗିଛି।

  6. 6.ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ ନିକଟରେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି।

  7. 7.ହିଣ୍ଡେନ୍‌ବର୍ଗର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିବାର କିଛି ମାସ ବିତି ନଥିବା ବେଳେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ୨୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆଣିଛି।

  8. 8. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ  ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧର ଅଭିଯୋଗ ଆସିଛି ।

  9. 9.ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ରୁ ଆରମ୍ଭ,୨୩ରେ ମନ୍ତ୍ରୀ ପରିଷଦ ବୈଠକ,୨୬ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ।

  10. 10.୨ଟି ପର୍ଯ୍ୟାୟରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିସାରିଛି। ଆଉ ୩ଦିନର ଅପେକ୍ଷା ପରେ ୨୦ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ।

  11. 11.ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆରମ୍ଭ।ଏପର୍ଯ୍ୟନ୍ତ ୨୯୫୯ ଛାତ୍ରଛାତ୍ରୀ ଅନୁଷ୍ଠାନରେ ନାମଲେଖାଇ ସାରିଲେଣି।

  12. 12.ବଙ୍ଗୋପସାଗରରେ ଘନେଇଲା ପୁଣି ବାତ୍ୟା ଆଶଙ୍କା, ଓଡ଼ିଶାରେ ପଡି ନ ପାରେ ପ୍ରଭାବ।

  13. 13.ଉତ୍କଳ  ,ରମାଦେବୀ ମହିଳା ଓ ଗଙ୍ଗାଧର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା। ଆସନ୍ତା ୨୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଛି। ଏହାର ଦୁଇ ଦିନ ପରେ ଅର୍ଥାତ୍‌ ୨୫ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ୨୬ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ  କୁଳପତି ପ୍ରଫେସର ଏନ୍‌. ନାଗରାଜୁଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।

  14. 14.ନଭେମ୍ବର ୩୦ ସୁଦ୍ଧା ଆଧାର ଆଧାରିତ ଓଟିପି ଜରିଆରେ ହେବ ୟୁଏଏନ ସକ୍ରିୟକରଣ।

  15. 15.ଓଡ଼ିଶା ଛତିଶଗଡ ସୀମାରେ ଦୁଇ ରାଜ୍ୟ ପୁଲିସର ମିଳିତ କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା।  ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।

  16. 16.ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇଛି। ଖାଇବର ପଖତୁନଖ୍ୱାରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।

  17. 17.ୟୁକ୍ରେନ୍ ଉପରକୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ।

  18. 18.ଆମେରିକାର ମେରିଲ୍ୟାଣ୍ଡରେ ନାବାଳକ ଛାତ୍ର ସହ ଶାରିରୀକ ସମ୍ପର୍କ ରଖି ୩୦ ବର୍ଷ ପାଇଁ ଜେଲ ଯାଇଛନ୍ତି ଜଣେ ଶିକ୍ଷୟିତ୍ରୀ। 

  19. 19. ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରୋକ୍ ହାଇକୋର୍ଟ ଲଗାଇଛନ୍ତି।

  20. 20. ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.