-
1.ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଉଦ୍ଘାଟନ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗଦେବେ।
-
2.ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଲିଯାତ୍ରା ଓ ଓଡିଶା ପର୍ବର ସଫଳ ଆୟୋଜନ ସମ୍ପର୍କରେ କହିବା ସହ ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ଓ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ନେଇ କହିଥିଲେ।
-
3.ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା କାରବାର ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଙ୍ଗଲ ସୁରକ୍ଷାରେ ଅଲ୍-ଟେରେନ୍ ଭେହିକିଲ୍ (ଏଟିଭି), ଅଗ୍ନି ନିରାକରଣ ସହାୟତା ୟୁନିଟ୍ ସହ ୧୩୯ ଅତ୍ୟାଧୁନିକ ଯାନକୁ ସାମିଲ କରିଛି ଜଙ୍ଗଲ ବିଭାଗ।
-
4.ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଜାତୀୟ ରାଜପଥ ନଂ୧୬ ଗୁରାପଲ୍ଲି ଟୋଲ୍ଗେଟ ନିକଟରେ ଖଲ୍ଲିକୋଟ ପୋଲିସର ଗାଡ଼ି ଯାଞ୍ଚବେଳେ ଏକ କାର୍ରୁ ୮୮ କେଜି ରୁପା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ ଟଙ୍କା ଜବତ ହୋଇଛି। ଏହି କାର୍ରେ ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଏହି ରୁପା ଇଟା ଚାଲାଣ ହେଉଥିବା ବେଳେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଥିଲା।
-
5.ଓପିଜିସି ହେଉଛି, ଓଡ଼ିଶାର ବୃହତ୍ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର। ରାଜ୍ୟର ମୋଟ୍ ବିଜୁଳି ଚାହିଦାର ୩୦% ଓପିଜିସି ପୂରଣ କରିଥାଏ। ଏପରିକି ଏକ ବିଶ୍ୱସ୍ତରୀୟ ସ୍ବଚ୍ଛ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଉତ୍ପାଦନ କରିବାରେ ଓପିଜିସି ପ୍ରତିଶ୍ରୁତିବଦ୍ଧ ରହିଛି।
-
6.ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସଜିଦ୍ ସର୍ଭେ ସଂକ୍ରାନ୍ତରେ କୌଣସି ରାୟ ନଦେବା ପାଇଁ ସୁପ୍ରିମକୋର୍ଟ ସମ୍ଭଲ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
7.ଓଡ଼ିଶା ହାଇକୋର୍ଟରେ ୨୯ ନଭେମ୍ବର ୨୦୨୪ ସୁଦ୍ଧା ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦରୁ ବର୍ତ୍ତମାନ ୧୯ ଜଣ କାର୍ଯ୍ୟ କରୁଛନ୍ତି। ନ୍ୟାୟପାଳିକାରେ ସମଗ୍ର ଦେଶରେ ୫ ହଜାର ୬୦୦ରୁ ଅଧିକ ବିଚାରପତି ପଦବୀ ଖାଲି ପଡ଼ିଛି ବୋଲି ସରକାର ସୂଚନା ଦେଇଛନ୍ତି।
-
8.୯୦ଟି କ୍ଷେପଣାସ୍ତ୍ର ଓ ୧୦୦ଟି ଡ୍ରୋନ୍ ସହ ରୁଷ୍ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଗୁରୁବାର ରାତିସାରା ଆକ୍ରମଣ କରିଥିଲା। ଫଳରେ ପ୍ରବଳ ଶୀତ ସମୟରେ ଏବେ ୧୦ ଲକ୍ଷରୁ ଅଧିକ ଲୋକ ବିଜୁଳି ଅଭାବରୁ ବିନା ହିଟରରେ ଓ ଅନ୍ଧାରରେ ରହୁଛନ୍ତି।
-
9.ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସି ଆସିଛି, ଯାହା କି ପାଖାପାଖି ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର।
-
10.ଖୁଚୁରା ବଜାରରେ ଦରଦାମ୍ ସ୍ଥିତି କିଭଳି ପରିବର୍ତ୍ତନ ହେଉଛି ତାହା ଜଣାଇବା ଲାଗି ପ୍ରତି ମାସ ଖୁଚୁରା ମୁଦ୍ରାସ୍ଫୀତି ଘୋଷଣା କରାଯାଉଛି ଯାହା ଏବେ ୬ ପ୍ରତିଶତରୁ ଅଧିକ ରହୁଛି ।
-
11.ଡିସେମ୍ବର ୧ ତାରିଖରୁ ମୋବାଇଲକୁ କୌଣସି ଓଟିପି ଆସିବ ନାହିଁ । ବିନା ଓଟିପିରେ କିଭଳି କାମ କରାଯିବ ତାହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏ ଖବରକୁ ନେଇ ଟ୍ରାଇ ଲୋକମାନଙ୍କୁ ଚିନ୍ତା ନକରିବାକୁ ସୂଚନା ଦେଇଛି।
-
12. ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଦାନୀ ଋଣର ସମୀକ୍ଷା ଆରମ୍ଭ କରାଯାଇଛି।
-
13. ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ୨୦୨୫ ଜାନୁଆରୀ ୧ ତାରିଖରୁ ସପ୍ତାହକୁ ୪ଦିନ ଇନ୍ଦୋର ଅଭିମୁଖେ ଇଣ୍ଡିଗୋ ବିମାନ ଯାତ୍ରା କରିବ। ଡେରାଡୁନ୍କୁ ସପ୍ତାହକୁ ୩ ଦିନ ବିମାନଯାତ୍ରା କରିପାରିବେ ଯାତ୍ରୀ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ବିମାନ ସେବା ଯୋଗାଯିବ। ଏହାବ୍ୟତୀତ କୋଚିନକୁ ସପ୍ତାହରେ ୭ଦିନଯାକ ଏୟାରଇଣ୍ଡିଆ ସେବା ଯୋଗାଇବ ।
-
14.ଦୁବାଇରେ ଆୟୋଜିତ ଗ୍ଲୋବଲ ୱମେନ ଫୋରମରେ ଭାଗ ନେବା ସମୟରେ ସ୍କ୍ରିନରୁ କଟିଲା ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ସାଙ୍ଗିଆ। ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ମନରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।
-
15.ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ଅଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.