• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସମୁଦ୍ର ଭିତରେ ଥିବା ଖଣିରୁ ଗୁରୁତ୍ବପୂର୍ଣ୍ଣ ଧାତବ ସାମଗ୍ରୀ ଉତ୍ତୋଳନ ହେବ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୩ଟି ଖଣିର ନିଲାମ ପ୍ରକ୍ରିୟା ନିକଟରେ ଆରମ୍ଭ କରିଛନ୍ତି।ଭାରତରେ ଇଇଜେଡ୍‌ (ଏକ୍ସକ୍ଲୁସିଭ ଇକୋନୋମିକ୍‌ ଜୋନ୍‌)ରେ ଥିବା ଖଣିଜସାମଗ୍ରୀଗୁଡ଼ିକ ଭିତ୍ତିଭୂମି, ବିଦ୍ୟୁତ ଯାନ ଏବଂ ଅକ୍ଷୟ ଶକ୍ତି, ଆଦି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶଳ ଦିଗରେ ଆଗକୁ ନେବ।

  2. 2.ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତଭାବେ ଅଷ୍ଟମ ସପ୍ତାହ ପାଇଁ ହ୍ରାସ ପାଇଛି। ନଭେମ୍ବର ୨୨ରେ ଶେଷ ହୋଇଥିବା ସପ୍ତାହରେ ଏଥିରେ ୧.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୬୫୬.୫୮୨ ବିଲିଅନ ଡଲାରକୁ କମିଛି।

  3. 3. ୨୦୧୦ ମସିହା ବେଳକୁ ଓଡ଼ିଶାର ପାଖାପାଖି ୧୮ ଜିଲ୍ଲାରେ ନକ୍ସଲଙ୍କ ଦବ୍‌ଦବା ଥିଲା। ୨୦୦୪ ମସିହା ପରଠୁ ଓଡ଼ିଶାରେ ନକ୍ସଲଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିବାରେ ଲାଗିଥିଲା।ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ନକ୍ସଲମାନେ ଓଡ଼ିଶାରେ ନେତୃତ୍ବ ନେଉଛନ୍ତି। 

  4.  4.ସମଲିଙ୍ଗୀ ଯୌନ ସଂପର୍କ(ଏମ୍‌ଏସ୍‌ଏମ୍‌) କାରଣରୁ ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ ବଢ଼ୁଛି। ବିଗତ କିଛିବର୍ଷ ହେବ କଲେଜ ପିଲା ଓ ଯୁବଗୋଷ୍ଠୀ ଏଥିପାଇଁ ଏଚ୍‌ଆଇଭିର ଶିକାର ହେଉଥିବା ନଜରକୁ ଆସିଛି। ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ‌ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର(ଟିପିଆର)ଠାରୁ ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି।

  5. 5.ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହେବାକୁ ୨ଦିନ ହେଲାଣି। ଏହାଭିତରେ ବଜାରରେ ଆଳୁ ଦର ବଢ଼ିଗଲାଣି। ଲୋକମାନେ କେଉଁଠି ଆଳୁ କେଜି ୪୦ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କାରେ କିଣୁଛନ୍ତି।

  6. 6.କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍‌ସିବି ଟ୍ରମା ୟୁନିଟ୍‌ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି।

  7. 7.ଭୁବନେଶ୍ବର ମେଟ୍ରୋ ଟ୍ରେନ୍‌ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ କଟକ ସହ ଭୁବନେଶ୍ୱର ଓ କଟକ ସହର ଅନ୍ୟ ଅଂଚଳରେ ଚଳାଚଳ କରିବ।

  8. 8.୨୦୨୩-୨୪ରେ ଇପିଏଫଓ ୪.୪୫ କୋଟିର ଦାବି ସମାଧାନ କରି ୧.୮୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। ଚଳିତ ଆର୍ଥିକବର୍ଷରେ ବର୍ତ୍ତମାନ ସୁଦ୍ଧା ୩.୮୩ କୋଟି ସଂଖ୍ୟକ ଦାବିର ସମାଧାନ କରାଯାଇ ୧.୫୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି।

  9. 9.‘ଦ ଟେଲିଗ୍ରାଫ୍’କୁ ଜେଲେନସ୍କି କହିଛନ୍ତି, ଆମେ ନିଜ ଦେଶର ଅଧିକୃତ ଜମି  କେବଳ  ‘ନାଟୋ’ର ଛତ୍ରଛାୟା  ଅଧୀନରେ ହିଁ ହସ୍ତାନ୍ତର କରିବୁ।  ନାଟୋ ମାଧ୍ୟମରେ ଏହି ଚୁକ୍ତି ସଂପାଦନ ହେଲେ ଆମେ ନିଜ ଅଂଚଳ ଅସ୍ଥାୟୀ ଭାବେ ଛାଡ଼ିଦେବୁ। ଯଦି  ରୁଷ୍‌ ଏହାକୁ ଗ୍ରହଣ କରିବ ତା’ହେଲେ ଆମେ ଅଧିକୃତ ଅଂଚଳ ରୁଷ୍‌କୁ ଛାଡ଼ିବୁ ବୋଲି ସେ କହିଛନ୍ତି।

  10. 10.ଆମେରିକାର ଆମେରିକୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଜାନୁଆରୀ ୨୦ ପୂର୍ବରୁ ନିଜ ନିଜ ଦେଶକୁ ଫେରିବାକୁ କହିଛନ୍ତି।

  11. 11.ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ କ୍ୟାବିନେଟ ଧର୍ମାନ୍ତରଣ ବିରୋଧୀ ବିଲକୁ ଅନୁମୋଦନ କରିଛି । ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।

  12. 12.୫୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ ୨୦୨୪) ଗୋଆର ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଶେଷଦିନରେ ଫିଲିପ୍‌ ନୋୟସେଙ୍କୁ ସତ୍ୟଜିତ ରାୟ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିବାବେଳେ ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର ଦିଆଯାଇଛି।

  13. 13.ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଫେଙ୍ଗାଲ’ର ରୂପ ନେଇଥିବାବେଳେ ଶନିବାର ରାତିରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ ଲାଗିରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି।

  14. 14.ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଡିସେମ୍ବର ପହିଲାରୁ ଆପଣଙ୍କୁ ନିଜ ଫୋନ୍‌ରେ ମେସେଜ୍‌ ଏବଂ ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ(ଓଟିପି) ପାଇବାକୁ ବିଳମ୍ବ ହୋଇପାରେ। ନୂଆ ଟ୍ରେସେବିଲିଟି ନିୟମକୁ ସ୍କାମ୍‌, ସ୍ପାମ୍‌ ଏବଂ ଫିଶିଂ ଭଳି ସାଇବର ଅପରାଧକୁ ରୋକିବାକୁ ଏବଂ କମର୍ଶିଆଲ ମେସେଜ୍‌କୁ ଟ୍ରାକ୍‌ କରିବାକୁ ନେଇ ଟ୍ରାଇ ଆଣିଛି।

  15. 15.ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ପ୍ରାୟ  ୨୦୦ ଦୁଇଚକିଆ ଯାନ ଜଳିଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.