• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆରଏସଏସ ମୁଖ୍ୟ ମୋହନ ଭାଗବତ ଜନସଂଖ୍ୟାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଚିନ୍ତାର ବିଷୟ । ଏଥିପାଇଁ ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ ।

  2. 2.ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଦିଲ୍ଲୀ ଫେରିଯାଇଛନ୍ତି।

  3. 3.ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହା ସହ ସେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି।

  4. 4.ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ଗତ ନଭେମ୍ବର ମାସରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟି ୧ ଲକ୍ଷ ୮୨ ହଜାର କୋଟିରେ ପହଞ୍ଚିଛି । 

  5. 5.କ୍ରମାଗତ ୫ ମାସ ଧରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି।ବାଣିଜ୍ୟିକ ସିଲିଣ୍ଡରର ଦରରେ ୧୬.୫୦ଟଙ୍କା ବୃଦ୍ଧି ପାଇଛି। 

  6. 6.ରାଜ୍ୟ ଓ୍ବକଫ୍‌ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।

  7. 7.ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି।

  8. 8.ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍‌ଲାଇନ୍‌ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍‌ ବ୍ୟବହାରକାରୀଙ୍କ ଉପରେ ପଡ଼ିବ।

  9. 9.ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ର ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।

  10. 10.ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି ୧୨ ଶହ ୧୫ କୋଟି ଟଙ୍କା। ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ।ଅନାଦେୟ ଜରିମାନ ଅର୍ଥ ଆଦାୟ କରିବାକୁ ଏବେ ୱାନ୍ ଟାଇମ୍ ସେଟେଲମେଣ୍ଟ ବା OTS ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର।

  11. 11.୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦ୍‌ଘାଟିତ ହୋଇଛି।

  12. 12.ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍‌ ଆସିବା ଏକ ପ୍ରକାର ବନ୍ଦ ରହିଥିବାବେଳେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ ଆଳୁ ଗାଡି ଆସି ରାଜ୍ୟରେ ପହଞ୍ଚିବ।

  13. 13.ଚଳିତବର୍ଷ ହାରାହାରି ବିବାହ ଖର୍ଚ୍ଚ ୩୬.୫ ଲକ୍ଷ ଟଙ୍କା ଥିବାବେଳେ ବିଶେଷ ବିବାହସ୍ଥଳ (ଡେସ୍‌ଟିନେସନ୍‌ ୱେଡିଂ) ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି। ଗତବର୍ଷ ତୁଳନାରେ ୨୦୨୪ରେ ବିବାହ ଖର୍ଚ୍ଚ ପ୍ରାୟ ୭ପ୍ରତିଶତ ବୃଦ୍ଧିପାଇଛି।

  14. 14.ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ କାର୍ଯ୍ୟକ୍ରମ ଶେଷ ହୋଇଛି। ବିଜୁ ପଟ୍ଟନାୟକ ଟାଉନ ହଲରେ ଚାଲିଥିଲା ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନଙ୍କୁ ନୂଆ କଂସ ଭାବେ ମନୋନୀତ କରିଛନ୍ତି ୩ ଜଣିଆ ବିଚାରକ କମିଟି।

  15. 15.ଓଡିଶାରେ ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ୬୫ଟି ହାତୀଙ୍କ ଜୀବନ ଗଲାଣି। ବିଦ୍ୟୁତ୍‌ ଆଘାତରେ ମରିଥିବା ୨୩ ହାତୀଙ୍କୁ ବାଦ୍‌ ଦେଲେ ଟ୍ରେନ୍‌ ଦୁର୍ଘଟଣାରେ ୩ଟି ମରିଛନ୍ତି। ହର୍ପିସ୍‌ ଭୂତାଣୁ ଆକ୍ରାନ୍ତରେ ତିନି, ଅନ୍ୟାନ୍ୟ ରୋଗରେ ୧୨, ବୟସାଧିକ କାରଣରୁ ୧୧, ନିଜ ନିଜ ଭିତରେ ଲଢ଼େଇ କରି ୪ଟି ହାତୀଙ୍କ ଜୀବନ ଯାଇଛି।

  16. 16.ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 

  17. 17.ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।

  18. 18.ମଧ୍ୟପ୍ରଦେଶର ସୌନ୍ଧା ଗୋହଦରେ ରହୁଥିବା କମଲା ବାଇଙ୍କ ପେଟରେ ଗତ ଦୁଇବର୍ଷ ହେବ ଯନ୍ତ୍ରଣା ହେଉଥିଲା। କମଲା ବାଇଙ୍କ ପେଟ ଭିତରେ ଏକ କଇଁଚି ରହିଥିବା ଦେଖିବାକୁ ପାଇଥିଲେ ସ୍କାନ କରିଥିବା ଡାକ୍ତର। ପରେ ପୁଣିଥରେ ଅସ୍ତ୍ରୋପଚାର କରି ସୁର‍କ୍ଷିତ ଭାବେ ଏହି କଇଁଚିକୁ ପେଟରୁ ବାହାର କରାଯାଇଛି।

  19. 19.ମିଳିତ ଜାତିସଂଘର ୧୭ତମ ସଂଖ୍ୟାଲଘୁ ଅଧିବେଶନରେ  ଉଇଘର ମୁସ୍‌ଲିମ ସଂପ୍ରଦାୟ ଉପରେ ଚୀନର ଦମନଲୀଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି।

  20. 20.ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଇରାନ ଆଣବିକ ପରୀକ୍ଷା କରିବାକୁ ଚାହୁଁଛି। ବାସ୍ତବରେ ଇରାନରୁ ଦୁଇଟି ବଡ଼ ଖବର ଆସିଛି । ପ୍ରଥମ ଖବର ହେଉଛି ଇରାନ ୬୦୦୦ନୂତନ ସେଣ୍ଟ୍ରିଫୁଗ୍ ସ୍ଥାପନ କରିବ ଏବଂ ଦ୍ୱିତୀୟରେ ଇରାନ ଏହାର ଆଣବିକ ସିନ୍ଧାନ୍ତକୁ ବଦଳାଇପାରେ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.