-
1. ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।
-
2.ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି।
-
3.ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶକ୍ତିସିଂହ ଗୋହିଲ କହିଛନ୍ତି ଯେ ଭୂପେନ୍ଦ୍ର ଝାଲା ନାମକ ଏହି ବିଜେପି କର୍ମୀ ଲୋକଙ୍କୁ ୨ ବର୍ଷରେ ଟଙ୍କା ଡବଲ କରିବ କହି ପ୍ରାୟ ୬ ହଜାର କୋଟି ନେଇ ଫେରାର ହୋଇଯାଇଛନ୍ତି ।
-
4.ଆଫ୍ରିକାର ଦେଶ ଗିନିରେ ଏକ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ସଂଘର୍ଷ ଓ ଦଳାଚକଟା ରେ ୫୬ ଜଣ ଲୋକ ପ୍ରାଣ ହରାଇଛନ୍ତି।
-
5.ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୋମବାର କହିଛନ୍ତି।
-
6.ନଭେମ୍ବର ମାସରେ ଓଡ଼ିଶାରେ ୪୭୦୪ କୋଟି ଟଙ୍କାର ଜିଏସ୍ଟି( ସାମଗ୍ରୀ ଓ ସେବା ଟିକସ) ଆଦାୟ ହୋଇଛି। ଗତବର୍ଷ ନଭେମ୍ବରରେ ଏହି ରାଶି ୪୨୯୫ କୋଟି ଟଙ୍କା ରହିଥିଲା।
-
7.ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ଆନ୍ଦୋଳନ ସମୟରେ ସାଧାରଣ ଲୋକ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
8.୨୦୨୩ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍ ଅଫିସର୍ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା।
-
9.ଅମୃତସରର ସ୍ବର୍ଣ୍ଣ ମନ୍ଦିରର ଅକାଳ ତଖତ ସାହିବ ସୋମବାର ସୁଖବୀର ସିଂହ ବାଦଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ବ ବାଥରୁମ ସଫା କରିବାକୁ ପଡିବ ।
-
10.ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ୍ ହୋଇଥିବା ପାନୀୟ ଜଳ ଓ ମିନେରାଲ୍ ଓ୍ବାଟରକୁ 'ହାଇ ରିସ୍କ ଫୁଡ୍' ଅର୍ଥାତ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାନୀୟ ଭାବେ ବର୍ଗୀକରଣ କରିବାକୁ ନିଷ୍ପତ୍ତି ନେଇଛି ।
-
11.ଓଡିଶା ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି।
-
12.ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୫.୪ ପ୍ରତିଶତ ସହ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି। ଜିଡିପି ହିସାବ ଲାଗି ୨୦୧୧-୧୨କୁ ଆଧାର ବର୍ଷ ଭାବେ ବ୍ୟବହାର କରାଯାଉଥିଲା।
-
13.ଆଦାନୀଙ୍କ ସଂସ୍ଥା ଆଦାନୀ ପାୱାରଠାରୁ ବାଲାଂଦେଶ ଅଧା ବିଜୁଳି କିଣିବାକୁ ନିଷ୍ପତ୍ତି ନେଇଛି। ଶୀତଦିନ ଲାଗି ବିଦ୍ୟୁତ ଚାହିଦା କମ୍ ଥିବାରୁ ଅଧା ବିଜୁଳି ଦେବାକୁ କମ୍ପାନିକୁ ବାଂଲାଦେଶ କହିଛି।
-
14.ଆଇଆଇଟି ମାଡ୍ରାସରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ପଢ଼ୁଥିବା ଜଣେ ଛାତ୍ରଙ୍କୁ ‘ଜେନ୍ ଷ୍ଟ୍ରିଟ୍’ ନାମକ ଏକ କମ୍ପାନି ବାର୍ଷିକ ୪.୩ କୋଟି ଟଙ୍କାରେ ଚାକିରି ପ୍ରସ୍ତାବ ଦେଇଛି।
-
15.ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.