• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍‌ ଶେଖ୍‌ ହସିନାଙ୍କ ଶାସନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ସହ ତାଙ୍କୁ ଭାରତ  ପ୍ରତ୍ୟର୍ପଣ କରିବା ଦାବିକୁ ଦୋହରାଇଛନ୍ତି।

  2. 2.ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ।

  3. 3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି।

  4. 4.ନୌସେନାର ଦମ୍; ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ଓ ଜେଟ୍‌ର ଗର୍ଜନରେ ପୁରୀର  ବ୍ଳୁ-ଫ୍ଳାଗ ବିଚ୍‌ କମ୍ପିଲା ।

  5. 5.ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ।

  6. 6.ଭୁବନେଶ୍ୱର ଏମ୍‌ସରେ ପୂର୍ବ ଭାରତରେ ପ୍ରଥମ ଅତ୍ୟାଧୁନିକ ୪-ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ପରୀକ୍ଷାଗାର ଉଦଘାଟିତ।

  7. 7.ଡିସେମ୍ବର ୨୫ରେ ଆସିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।

  8. 8.RBI କହିଲା, ଟଙ୍କିକିଆ ଛୋଟ କଏନ ଓ ୨ ଟଙ୍କିଆ କଏନ ଅଚଳ ହୋଇନି, ବଜାରରରେ ଚଳୁଛି ସବୁ କଏନ

  9. 9.ଭୂମିକମ୍ପରେ ଥରିଲା ମାଲକାନଗିରି, ରିକ୍ଟର ସ୍କେଲରେ ତୀବ୍ରତା ୫.୩

  10. 10.ଏଡ୍‌ଟେକ୍ କମ୍ପାନି ଅନ୍‌ଏକାଡେମିକୁ ୮୦୦ ନିୟୁତ ଡଲାରରେ କିଣିବା ଲାଗି ଆଲେନ୍ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ୍‌ କଥାବାର୍ତ୍ତା କରୁଛି। ଏହାପରେ ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ହେବାର ସମ୍ଭାବନା ରହିଛି।

  11. 11.ବିଶ୍ବର ସର୍ବବୃହତ୍‌ ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗରେ ଭିଏତ୍‌ନାମର ମହିଳା ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ଟ୍ରୁଓଙ୍ଗ ମାଇ ଲାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବେଆଇନ ଉପା‌ୟରେ ସେ ୧୨.୫ ବିଲିଅନ ଡଲାର (୧,୦୫,୯୩୬ କୋଟି ଟଙ୍କା)ର ଠକେଇ କରିଥିବା ଅଭିଯୋଗ ରହିଛି।

  12. 12.ଆପଲ୍‌ କମ୍ପାନିର ଆଇଫୋନ୍ ଉତ୍ପାଦନରେ ଭାରତ ପାଞ୍ଚ ବର୍ଷ ଭିତରେ ଚୀନ୍ ସମକକ୍ଷ ହୋଇଯିବ ବୋଲି ଆକଳନ କରାଯାଇଛି।

  13. 13.ଓଡିଶା ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ ଅଛନ୍ତି । ଷଣ୍ଢ ସଂଖ୍ୟା ହ୍ରାସ ପାଉଛି।

  14. 14.ପ୍ରୋବା-୩ ମହାକାଶଯାନରେ ତ୍ରୁଟି, ପିଏସଏଲଭି-ସି୫୯ ଉତକ୍ଷେପଣ ସମୟ ଘୁଞ୍ଚିଲା।

  15. 15.ଗୋମାଂସ ଉପରେ ଆସାମ ରାଜ୍ୟ ସରକାର ନିଷେଧାଦେଶ ଜାରି କଲେ ।

  16. 16.ବ୍ରାହ୍ମଣ ସମ୍ପ୍ରଦାୟ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୫ ପ୍ରତିଶତ ରହିଛନ୍ତି। ବର୍ତ୍ତମାନ ସମଗ୍ର ଦେଶରେ ୪ ଜଣ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭଜନଲାଲ ଶର୍ମା ,ହିମନ୍ତ ବିଶ୍ୱ ଶର୍ମା ମମତା ବାନାର୍ଜୀ ଓ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ୍ ସିଏମ୍ ।

  17. 17.ପୂର୍ବତଟ ରେଳତଟ ଅଧିନସ୍ଥ ତିନି ରେଳଡିଭିଜନ ମଧ୍ୟରୁ ୱାଲ୍‌ଟିୟର ହଟିବାକୁ ଯାଉଛି। ପୂର୍ବତଟ ରେଳତଟ ଅଧୀନରେ ଖୋର୍ଦ୍ଧା, ୱାଲ୍‌ଟିଟୟର ଓ ସମ୍ବଲପୁର ଡିଭିଜନ ରହିଛି।

  18. 18.ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା-୨ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

  19. 19.ଫୋନପେ ଡେଙ୍ଗୁ ଓ ମ୍ୟାଲେରିଆ ପାଇଁ ଏକ ନୂଆ ଶସ୍ତା ବୀମା ପ୍ଲାନ୍ ନେଇଆସିଛି । ମାତ୍ର ୫୯ ଟଙ୍କା ପ୍ରତି ବର୍ଷ ହୋଇପାରେ । ଏହି ସ୍ବାସ୍ଥ୍ୟ ବୀମା ଯୋଜନା ଡେଙ୍ଗୁ, ମ୍ୟାଲେରିଆ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପ୍ରଦାନ କରିଥାଏ ।

  20. 20.ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଗୋଲାପୀ ବଲରେ ଖେଳାଯିବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.