- 1.ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବାହୁବଳୀ ରକେଟ୍ ପିଏସ୍ଏଲ୍ଭି ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ଉପଗ୍ରହକୁ ସଫଳତାର ସହ ଉତ୍କ୍ଷେପଣ କରି ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାନିତ କରିଛି।
-
2.ଅକ୍ଟୋବରରେ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୋଟ ୬୦ ଟନ୍ ସୁନା କିଣିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୭ ଟନ୍ ସୁନା ସହ ସବୁଠାରୁ ଆଗୁଆ ରହିଛି ବୋଲି ଗୁରୁବାର ଦିନ ବିଶ୍ୱ ସୁନା ପରିଷଦ (ଡବ୍ଲ୍ୟୁଜିସି) କହିଛି।
-
3.ମୁମ୍ବାଇର ଆଜାଦ ମୈଦାନରେ ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
-
4.ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରସଂଶା କରିଛନ୍ତି । ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।
-
5.ସ୍ବତନ୍ତ୍ର ପରିଚୟ। ମିଲେଟ୍ରାଣୀ ଭାବେ ପରିଚୟ ଲାଭ କରିଥିବା କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ନୂଆଗୁଡା ଗାଁର ଭୂମିଆ ସମ୍ପ୍ରଦାୟର ମହିଳା ରାଇମତୀ ଘିଉରିଆଙ୍କୁ ଓୟୁଏଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯାଇଛି।
-
6.ଗାଜାର ଏକ ହସ୍ପିଟାଲ୍ ଉପରେ ଇସ୍ରାଏଲ ଆଜି ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୧ ଜଣ ଆହତ ହୋଇଛନ୍ତି। ନସିର ହସ୍ପିଟାଲ୍ ଉପରେ ଇସ୍ରାଏଲ ସେନା ବୋମାମାଡ଼ କରିଥିବା ହସ୍ପିଟାଲ୍ ନିର୍ଦ୍ଦେଶକ କହିଛନ୍ତି।
-
7.ଝାଡ଼ଖଣ୍ଡରେ ମନ୍ତ୍ରିମଣ୍ଡଳରେ ହେମନ୍ତ ସୋରେନ ସରକାରରେ ଜେଏମ୍ଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ୬ ବିଧାୟକଙ୍କ ସମେତ ମୋଟ୍ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
-
8.ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ ଛାତିରେ ହେଲା ଯନ୍ତ୍ରଣା। ଚଟାଣରେ ଟଳି ପଡ଼ିଲେ କୁସ୍ତିଯୋଦ୍ଧା ବିକ୍ରମ ପାରଖି।
-
9.ଓଡିଶାରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ଆଉ ୧୨ଟି ବନ୍ଦର ପ୍ରତିଷ୍ଠା କରିବା ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
-
10.ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଥିବାର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି।
-
11.ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଓଡ଼ିଶା ଖଣି ନିଗମ (ଓଏମ୍ସି) ପାଞ୍ଚ ବର୍ଷରେ ୬୩୯୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି।
-
12.ବେଦାନ୍ତ ଲାଞ୍ଜିଗଡ଼ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏଲପିଡିଏଏଫ୍) ଏବଂ ରାୟଗଡ଼ା ଓ କଳାହାଣ୍ଡିରେ ପ୍ରସ୍ତାବିତ ସିଜିମାଲି ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏସପିଡିଏଏଫ୍)ମାଧ୍ୟମରେ ଆଗାମୀ ୨୫ ବର୍ଷ ମଧ୍ୟରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି ।
-
13.ଏସ୍ସିବିରେ ବ୍ୟବହାର ହେଉଛି ୫୪ବର୍ଷ ତଳର (୧୯୭୦ ମସିହା) ମେସିନ୍। ଅନେକ ଜଟିଳ ଅସ୍ତ୍ରୋପଚାର ବି ହେଉଛି। ବାରମ୍ବାର ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍(ଓଏମ୍ଏମ୍ସିଏଲ୍)କୁ ଏସ୍ସିବି କର୍ତ୍ତୃପକ୍ଷ ଚିଠି କରିଛନ୍ତି।
-
14.ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨୧୫୫ କୋଟି ୭୩ଲକ୍ଷ ୫୧ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି। ଏବେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କର ଆବଶ୍ୟକ ଥିବା ଟଙ୍କା ଏଥିରୁ ଖର୍ଚ୍ଚ ହୋଇପାରିବ।
-
15.ଦେଶରେ ପ୍ରତି ୩ କିଲୋମିଟର ଅଞ୍ଚଳରେ ଡାକଘର ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ୧୦ ହଜାର ୫୦୦ରୁ ଅଧିକ ନୂଆ ଡାକଘର ଖୋଲା ଯାଇଛି ଓ ସେଥି ମଧ୍ୟରୁ ୯୦ ପ୍ରତିଶତ ଗ୍ରାମାଞ୍ଚଳରେ ରହିଛି।
-
16.ଭାରତୀୟ ବାୟୁଯାନ ବିଧେୟକ ୨୦୨୪କୁ ରାଜ୍ୟସଭାରେ ମଜୁରୀ ମିଳିଛି ଫଳରେ ଏହା ସଂସଦର ଅନୁମୋଦନ ଲାଭ କରିଛି।
-
17.ଭାରତୀୟ କଣ୍ଠଶିଳ୍ପୀମାନେ ବେଶ୍ ଧନୀ। ଟି-ସିରିଜ୍ର ମାଲିକ କୁମାର ପରିବାରର ଝିଅ ତୁଲସୀ କୁମାର ଭାରତର ସବୁଠୁ ଧନୀ ଗାୟିକା। ଗାୟିକାଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୧୦ କୋଟି ଟଙ୍କା।
-
18.ଓଡ଼ିଆ ଫିଲ୍ମ ‘ସନାତନୀ’ର ମୋସନ୍ ପୋଷ୍ଟର ରିଲିଜ୍ ହୋଇଯାଇଛି । ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ସିନେମା ‘ସନାତନୀ’, କର୍ମ ହିଁ ଧର୍ମର ମୋସନ୍ ପୋଷ୍ଟର ମୁକ୍ତିଲାଭ କରିଛି ।
-
19.ନାନା ପାଟେକର ଓ ଉତ୍କର୍ଷ ଶର୍ମା ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି।
-
20.ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଗୁରୁବାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମସ୍ତ ଭାଷଣକୁ ଗଣମାଧ୍ୟମ ଓ ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମରେ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.