-
1.ଓଡ଼ିଶାର ସହରାଞ୍ଚଳରେ ଜୀବନଯାପନ କରିବା ଲାଗି ଅଧିକ ଟଙ୍କା ଆବଶ୍ୟକ। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ମାସକୁ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି, ସହରାଞ୍ଚଳ ଲୋକମାନେ ତା’ଠାରୁ ୭୩ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ସହରାଞ୍ଚଳରେ ମୁଣ୍ଡପିଛା ବ୍ୟୟ ୫୮୨୫ ଟଙ୍କା ରହିଛି।
-
2.ସୁଜୁକିକୁ ବିଶ୍ବସ୍ତରରେ ପହଞ୍ଚାଇଥିବା ଏହାର ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି।
-
3.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ସ୍ଥିତି ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି ବଡ଼ ଆହ୍ବାନ ସୃଷ୍ଟି କରିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୫ ଟଙ୍କା ୫୦ ପଇସାରୁ ଅଧିକ ହୋଇଯାଇଛି।
-
4.ୟେମେନର ରାଜଧାନୀ ସନା ସ୍ଥିତ ବିମାନବନ୍ଦରରେ ଇସ୍ରାଏଲ ଗତକାଲି ଅତର୍କିତ ବୋମାମାଡ଼ କରିଥିବା ବେଳେ ଏହି ଆକ୍ରମଣରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ ଆଧାନମ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
-
5.ଆଜରବାଇଜାନ ଏୟାରଲାଇନ୍ସର ବିମାନ ୮୪୩୨ ଖ୍ରୀଷ୍ଟମାସ ଦିନ ଦୁର୍ଘଟଣାଗ୍ରସ୍ତ ହେବା ଖବର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ତେବେ ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣ ପରେ ହିଁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା
-
6.୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଷଡ଼୍ଯନ୍ତ୍ରକାରୀ ତଥା ଲସ୍କର-ଏ-ତୋଏବାର ଉପମୁଖ୍ୟ ହାଫିଜ ଅବଦୁଲ ରେହମାନ ମକ୍କିର ଶୁକ୍ରବାର ପାକିସ୍ତାନରେ ହୃଦ୍ଘାତରେ ମୃତ୍ୟୁ ଘଟିଛି।
-
7.ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମାଧି ପାଇଁ ସ୍ଥାନ ଦେବାକୁ ଦାବି କରିଛନ୍ତି।
-
8.ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ନିକଟରେ ଗତବୁଧବାର ନିଜ ଶରୀରରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକଙ୍କ ନାମ ଜିତେନ୍ଦ୍ର ଥିବା ବେଳେ ତାଙ୍କ ଘର ଉତ୍ତର ପ୍ରଦେଶର ବାଗପତରେ ବୋଲି ଜଣାପଡ଼ିଛି।
-
9.ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ।
-
10.ଫୁଲବାଣୀ ସର୍କିଟ୍ ହାଉସ୍ ପରିସରରେ ଥିବା ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ ଗାଡ଼ିକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି
-
11.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସୁସ୍ କହିଛନ୍ତି ଯେ ୟେମେନର ରାଜଧାନୀ ସାନାରେ ହୂତି ଗୋଷ୍ଠୀ ଦ୍ୱାରା ଗିରଫ ହୋଇଥିବା ଜାତିସଂଘର ୧୩ ଜଣ କର୍ମଚାରୀଙ୍କୁ ମୁକ୍ତ କରିବା ନେଇ ଆଲୋଚନା ଶେଷ ହୋଇଛି।
-
12.ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ତ୍ରିମୁଖୀ ମେଣ୍ଟ ଭାଙ୍ଗିବା ପରେ ଶୁକ୍ରବାର ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟେନମେଇର ଦେଶର ସଂସଦର ନିମ୍ନ ସଦନକୁ ଭଙ୍ଗ କରିଛନ୍ତି। ଫଳରେ ୨୦୨୫ ଫେବ୍ରୁଆରି ୨୩ ତାରିଖରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ବାଟ ଖୋଲିଛି।
-
13.ପଶ୍ଚିମା ଝଡ଼ ପ୍ରଭାବରେ ୨୮ରୁ ୩୦ ତାରିଖ ମଧ୍ୟରେ ଉତ୍ତର ତଥା ଉତ୍ତର-ପଶ୍ଚିମ ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
-
14.ରାଜ୍ୟ ସରକାର ଲ’ କମିଶନ ଗଠନ କରିଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଲ’ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବେଳେ ବରିଷ୍ଠ ଆଡ୍ଭୋକେଟ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି।
-
15.ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶାର ସୁଇମିଂ ସେନ୍ସେଶନ ପ୍ରତ୍ୟାଶା ରାୟ ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂ ଓ ଡାଇଭିଂ ଚାମ୍ପିୟନଶିପ୍ରେ ମଧ୍ୟ ଚମକ ଦେଖାଇଛନ୍ତି। ସେ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂରେ ୩ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.