• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇଂରାଜୀ ନୂଆବର୍ଷରେ ଶ୍ରୀମନ୍ଦିର ଓ ବେଳାଭୂମିରେ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

  2. 2.ଚଳିତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର)ରେ ଦେଶରେ ୧୮,୪୬୧ଟି ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି ଯାହାର ପରିମାଣ ୨୧,୩୬୭ କୋଟି ଟଙ୍କା ବୋଲି ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାଯାଇଛି।

  3. 3.ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଏହାର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଆଉ ଏକ ସ୍ଵେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌) ଆଣିପାରେ। ବିଏସ୍‌ଏନ୍‌ଏଲ୍‌ ଏହାର କର୍ମଚାରୀଙ୍କ ସଂଖ୍ୟା ୩୫ ପ୍ରତିଶତ ହ୍ରାସ କରିବା ଲାଗି ପ୍ରୟାସ ଚଳାଇଛି।

  4. 4.ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍‌, ପ୍ରାବନ୍ଧିକ ତଥା ସୁବକ୍ତା ସୁଦର୍ଶନ ପୂଜାରୀଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ୭୬ ବର୍ଷ ବୟସ ରେ ପରଲୋକ ହୋଇଛି।

  5. 5.ଭୁବନେଶ୍ବରରେ ଜଣେ ବରିଷ୍ଠ ନାଗରିକଙ୍କୁ ‘ଡିଜିଟାଲ୍ ଆରେଷ୍ଟ’ ଭୟ ଦେଖାଇ ୧କୋଟି ୩୮ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଗାଜିଆବାଦରୁ ଠକ ମାଆ,ପୁଅଙ୍କୁ ଗିରଫ କରାଯାଇଛି।

  6. 6.ବାଘୁଣୀ ‘ଜୀନତ୍‌’କୁ ଟ୍ରାଙ୍କୁଲାଇଜ୍‌ କରିବା ଉଦ୍ୟମ ବିଫଳ ହୋଇଛି। ଟ୍ରାଙ୍କୁଲାଇଜ୍ ସଟ୍‌ ଲକ୍ଷ୍ୟଭ୍ରଷ୍ଟ ହୋଇଥିବାବେଳେ ବାଘୁଣୀଟି ଏବେ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାର ଏକ ଗ୍ରାମ୍ୟ ଜଙ୍ଗଲରେ ବୁଲୁଛି।

  7. 7.ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ରବୀନ୍ଦ୍ରନାଥ ପାଲ(୫୫) ଓ କଟକ ଜିଲ୍ଲା ସାଆନ୍ତସାହିର ଜଗନ୍ନାଥ ସାମଲ (୫୭)।

  8. 8.ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରି ବସୁନ୍ଧରା, ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ପଟ୍ଟା ପ୍ରଦାନ କରିଥିଲେ।

  9. 9.ପ୍ରସ୍ତାବିତ ମହିଳା ସମ୍ମାନ ଯୋଜନା ପାଇଁ ବେସରକାରୀ ଲୋକମାନେ ଦିଲ୍ଲୀବାସିନ୍ଦାଙ୍କ ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରୁଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା।

  10. 10.ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି।

  11. 11.ସୀମା ପାର ହେବା ସ୍ଥାନରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ସେନା ମଧ୍ୟରେ ପ୍ରବଳ ସଂଘର୍ଷ ଘଟି ୧୯ ଜଣ ପାକିସ୍ତାନୀ ସୈନିକ ଏବଂ ୩ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

  12. 12.ଷ୍ଟାର୍ଟଅପ ଇଣ୍ଡିଆ ସ୍ୱୀକୃତି ପ୍ରାପ୍ତ ଭାରତରେ ୭୩ ହଜାର ଷ୍ଟାର୍ଟଅପ୍‌(ଉଦ୍ୟୋଗ) ରହିଛି, ଯେଉଁଥିରେ ଅତି କମ୍‌ରେ ଜଣେ ମହିଳା ନିର୍ଦେଶକ ରହିଛନ୍ତି ବୋଲି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି।

  13. 13.ଆସନ୍ତା ବର୍ଷ ଜାନୁଆରି ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ଓ ଥାନେରେ ୨୧ତମ ଥାର୍ଡ଼ ଆଇ ଏସୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ।

  14. 14.୨୦୨୩-୨୪ ବର୍ଷରେ ଭାରତରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ୨୦୨୩-୨୪ ବର୍ଷରେ ସର୍ବଭାରତୀୟ କୋଇଲା ଉତ୍ପାଦନ ୯୯୭.୮୨୬ ନିୟୁତ ଟନ୍ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮୯୩.୧୯୧ ନିୟୁତ ଟନ୍ ଥିଲା ଏବଂ ଏଥିରେ ପ୍ରାୟ ୧୧.୭୧ ପ୍ରତିଶତ ବୃଦ୍ଧି ପାଇଛି।

  15. 15.ମେଲବୋର୍ନରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ନୀତୀଶ କୁମାର ରେଡ୍ଡୀ ଚମତ୍କାର ଶତକ ହାସଲ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.