-
1.ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।
-
2.୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍ କନ୍ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍ କନ୍ଫରେନ୍ସରେ ଯୋଗଦେଇଥିଲେ।
-
3.ମକର ସଂକ୍ରାନ୍ତିରୁ ମହାଶିବରାତ୍ରି ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭ ମେଳାରେ ସ୍ୱତନ୍ତ୍ର ଲଙ୍ଗର ସେବା ବା ଅନ୍ନଛତ୍ର ଆୟୋଜନ କରାଯିବ । ଦୈନିକ ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁ ଏହି ସେବା ପାଇବେ।
-
4. ଉତ୍ତରପ୍ରଦେଶର ପ୍ରୟାଗରାଜରେ ୨୦୨୫ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ‘ମହାକୁମ୍ଭ ମେଳା’ ଆୟୋଜିତ ହେବ। ୨୦୨୫ କୁମ୍ଭ ମେଳାରେ ୪୦-୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥର ମେଳା ଆୟୋଜନରେ ୬୩୮୨ କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି।
-
5.ରୁପା ଆଣ୍ଡ୍ କୋ.ର ପରିଚାଳନା ନିର୍ଦ୍ଦେଶକ କେ ବି ଅଗ୍ରୱାଲ୍ଙ୍କୁ ୨୦୨୪-୨୫ ବର୍ଷ ଲାଗି ପୁନର୍ବାର ଫେଡେରେସନ୍ ଅଫ୍ ହୋସିୟାରି ମାନୁଫାକ୍ଚରର୍ସ ଅଫ୍ ଇଣ୍ଡିଆ (ଏଫ୍ଓଏଚ୍ଏମ୍ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
-
6.ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ତଥା ସୋସିଆଲ୍ ନେଟୱାର୍କିଂ ସାଇଟ ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ଉଇକିପିଡ଼ିଆକୁ ଏହାର ନାମ ପରିବର୍ତ୍ତନ କରିବାକୁ କହିଛନ୍ତି। କମ୍ପାନି ଏହାର ନାମ ଉଇକିପିଡ଼ିଆରୁ ଡିକିପିଡ଼ିଆକୁ ବଦଳାଇବା ନେଇ ମସ୍କ ଏକ ବିଲିୟନ ଡଲାର (ପ୍ରାୟ ୮୫୩୯ କୋଟି ଟଙ୍କା) ଅଫର ପ୍ରଦାନ କରିଛନ୍ତି।
-
7.ରଏଟର୍ସ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୪ ତୁଳନାରେ ରୁଷିଆରେ ଏଲପିଜି ଦର ଡିସେମ୍ବର ୨୦୨୪ରେ ଅଧାକୁ ଖସି ଆସିଛି।
-
8.ଜଣାଶୁଣା ରେଡିଓ ଜକି ସିମରନ ସିଂ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ପୁଲିସ ମୃତଦେହ ଜବତ କରିଥିଲା |
-
9.ଛତିଶଗଡ଼ ସରକାର ନକ୍ସଲ ଦମନ ଲକ୍ଷ୍ୟ ହାସଲ ଦିଗରେ ବସ୍ତରର ଆଭ୍ୟନ୍ତରୀଣ ଅଞ୍ଚଳରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ନକ୍ସା ପ୍ରସ୍ତୁତ ହୋଇଗଲାଣି। ପ୍ରାୟ ୫୦ହଜାର ଯବାନଙ୍କୁ ଅପରେସନ୍ରେ ନିୟୋଜିତ କରାଯାଇଛି।
-
10.ଆସନ୍ତାବର୍ଷ ଅର୍ଥାତ୍ ୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ କଟକର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
-
11.ସୀମାରେ ୧୫ ହଜାରରୁ ଅଧିକ ତାଲିବାନୀ ଲଢ଼ୁଆ ମୁତୟନ କରି ପାକିସ୍ତାନ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଦୀର୍ଘ ଦଶନ୍ଧି ଧରି ପାକିସ୍ତାନ ରଣନୈତିକ କାରଣରୁ ତାଲିବାନକୁ ପୋଷଣ କରୁଥିବା ବେଳେ ଏବେ ସ୍ଥିତି ବଦଳି ଯାଇଛି।
-
12.୨୦୨୩-୨୪ରେ ଜାତୀୟ ଦଳ କଂଗ୍ରେସକୁ ପଛରେ ପକାଇ ଆଞ୍ଚଳିକ ଦଳ ବିଆର୍ଏସ୍ ଯଥେଷ୍ଟ ରାଜନୈତିକ ଚାନ୍ଦା ହାସଲ କରବାକୁ ସମର୍ଥ ହୋଇଛି। ଅନ୍ୟପକ୍ଷରେ ବିଜେପି କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ୭୭୬.୮୨ ପ୍ରତିଶତ ଅଧିକ ଚାନ୍ଦା ପାଇ ରେକର୍ଡ କରିଛି।
-
13.୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ କରିଛି।
-
14.ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
-
15.ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନ। ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.