• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।
  2. 2.ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଭୟାବହ ବିମାନ ଦୁର୍ଘଟଣାରେ ୧୭୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ଆଉ ଦୁଇ ଜଣ ଜୀବିତ ଉଦ୍ଧାର ହୋଇଛନ୍ତି।

  3. 3.ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଛି ବନ ବିଭାଗ। ୨୧ ଦିନର ଅପରେସନ୍‌ ପରେ ଧରାପଡ଼ିଛି ବାଘୁଣୀ ‘ଜୀନତ୍‌’।

  4. 4.ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦ ଛାଡ଼ିଛନ୍ତି । ଏନେଇ ଓସିଏ ସଂପାଦକ ସଂଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

  5. 5.ଗାଜାର କମଲ ଅଦୱାନ ହସ୍ପିଟାଲରେ ଇସ୍ରାଏଲ୍ ସେନାର ଏକ ପ୍ରମୁଖ ସାମରିକ ଅପରେସନ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଦ୍ବାରା ହମାସର ପ୍ରମୁଖ ସଦସ୍ୟଙ୍କ ସମେତ ୨୪୦ରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

  6. 6.ସାଉଦି ଆରବ ଏହାର ପୁରୁଣା ବନ୍ଧୁ ଆମେରିକାକୁ ଏକ ବଡ଼ ଝଟକା ଦେବାକୁ ଯାଉଛି। ସାଉଦି  ଏହାର ବାୟୁସେନା ପାଇଁ ତୁର୍କୀରେ ବିକଶିତ ହେଉଥିବା ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ 'କାନ୍' କିଣିବାକୁ ଯୋଜନା କରୁଛି।

  7. 7.କାଜାଖସ୍ତାନରେ ଆଜରବଇଜାନ ଏୟାରଲାଇନ୍ସର ଏକ ବିମାନକୁ ରୁଷ୍‌  ଗତ ୨୫ ତାରିଖରେ କ୍ଷେପଣାସ୍ତ୍ର ମାରି ଖସାଇ ଦେବା ସ୍ପଷ୍ଟ ହେବାପରେ ଏହାକୁ ନେଇ ବିଶ୍ଵବ୍ୟାପୀ ଚିନ୍ତା ପ୍ରକଟ କରାଯାଇଛି। ଆଜରବଇଜାନ ରାଷ୍ଟ୍ରପତି ଇଲହାମ ଆଲିୟେଭ  ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି।

  8. 8.ଶ୍ରୀମନ୍ଦିରସ୍ଥିତ ପତିତପାବନଙ୍କ ମନ୍ଦିର ଓ ଗୁମୁଟ ପରିସର ଯମଶିଳା କାନ୍ଥପାର୍ଶ୍ବ ରୁପାରେ ଝଲସିବ।

  9. 9.ବାଲେଶ୍ବର ଜିଲ୍ଲା ନୀଳଗିରି ଓ ଔପଦା ଅଞ୍ଚଳରେ ହାତୀ ମାତିଛନ୍ତି । ଚଳିତ ବର୍ଷ ଧାନଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ହାତୀପଲ। ଖାଇ ଓ ଦଳିଚକଟି ପ୍ର‌ାୟ ୮୫ ହେକ୍ଟର ଜମିର ଚାଷ ଉଜାଡ଼ିଛନ୍ତି।

  10. 10.କେନ୍ଦ୍ର ସରକାର ୧୧ଟି ଖଣିର ନିଲାମ ବାତିଲ କରିଛନ୍ତି। ଏହି ଖଣିଗୁଡ଼ିକ ମଧ୍ୟରୁ ଚାରିଟି ଖଣି ଲାଗି କେହି ବିଡ୍ ଦାଖଲ କରିନଥିଲେ। ଅନ୍ୟ ଖଣିଗୁଡ଼ିକ ଲାଗି ସର୍ବନିମ୍ନ ତିନିଟି ବୈଷୟିକ ବିଡ୍‌ ଆସିନଥିଲା। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଥିବା ଟଙ୍ଗଷ୍ଟନ ଓ ଗ୍ଲୁକୋନାଇଟ୍‌ ଖଣି ପାଇଁ କୌଣସି ବିଡ୍‌ ଆସିନଥିଲା

  11. 11.ପ୍ରଥମ ବାଣିଜ୍ୟିକ ବିମାନ ରବିବାର ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ସଫଳତାର ସହ ଅବତରଣ କରିଛି। 

  12. 12.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍‌ସନ୍ ସ୍କିମ୍‌ (ଇପିଏସ୍‌) ସଦସ୍ୟମାନେ ନୂଆବର୍ଷରୁ ଯେକୌଣସି ବ୍ୟାଙ୍କ ଶାଖାରୁ ପେନ୍‌ସନ୍ ପାଇପାରିବେ। ଇପିଏଫ୍‌ଓର ପକ୍ଷରୁ କେନ୍ଦ୍ରୀୟ ପେନ୍‌ସନ୍ ପଇଠ ବ୍ୟବସ୍ଥାର ପରୀକ୍ଷଣ କରାଯାଇଛି।

  13. 13.ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରେ କୋଟି କୋଟି ମୂଲ୍ୟର କ୍ଷତି ହୋଇଛି। ଆଭେଶାମ, ମଞ୍ଜୁମେଲ ବୟଜ ପରି କେବଳ କିଛି ଚଳଚ୍ଚିତ୍ର ଅଛି ଯାହା ହିଟ୍ ହୋଇଛି, ବାକି ହୋଇନାହିଁ | କେରଳ ଚଳଚ୍ଚିତ୍ର ନିର୍ମାତା ସଂଘ ଏ ସମ୍ପର୍କରେ ବିବୃତ୍ତିରେ କହିଛି ଯେ ୧୯୯ ମାଲାୟାଲମ୍ ଚଳଚ୍ଚିତ୍ର ମଧ୍ୟରୁ କେବଳ ୨୬ଟି ଚଳଚ୍ଚିତ୍ର ସଫଳ ହୋଇଛି।

  14. 14.ଭାରତ ଓ ମାଳଦ୍ବୀପ ମଧ୍ୟରେ ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମହିଳା ଫୁଟବଲ ମ୍ୟାଚ ଚଳିତ ଡିସେମ୍ବର ୩୦ରୁ ୨୦୨୫ ଜାନୁଆରୀ ୨ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଖେଳାଯିବ। ଏଥିପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ୨୩ଜଣିଆ ଭାରତୀୟ ମହିଳା ଫୁଟବଲ ଦଳ ମନୋନୟନ କରାଯାଇଛି।

  15. 15.୨୦୨୪ ଫିଡେ ମହିଳା ବିଶ୍ୱ ରାପିଡ୍ ଚାମ୍ପିୟନଶିପ୍ ଜିତିଥିବା କୋନେରୁ ହମ୍ପିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.