-
1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ମହାକାଶ ଯାତ୍ରା ଓ ଗବେଷଣାର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍କ୍ଷେପଣ କେନ୍ଦ୍ରରୁ ସ୍ପେଡେକ୍ସ ଓ ଅଭିନବ କୃତ୍ରିମ ଉପଗ୍ରହ ସହ ପିଏସ୍ଏଲ୍ଭି-ସି୬୦ର ଉତ୍କ୍ଷେପଣ କରିଛି।
-
2.ଦେଶର ପରିବାରଗୁଡ଼ିକ ଉପରେ ଋଣ ଚାପ ଲଗାତାର ଭାବେ ବଢ଼ୁଛି। ଗାଡ଼ି କିଣିବା, ପିଲାଙ୍କୁ ପାଠପଢ଼ାଇବା, ଟିଭି-ଫ୍ରିଜ୍ ଭଳି ଜିନିଷ କିଣିବା, କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରିବା, ବ୍ୟକ୍ତିଗତ ଋଣ ଆଣି ଜରୁରୀ ଆବଶ୍ୟକତା ପୂରଣ କରିବା ଭଳି କାମ ଲାଗି ପରିବାରର ଋଣ ବଢ଼ିବାରେ ଲାଗିଛି।
-
3.ସଂସଦର ଶୀତ ଅଧିବେଶନରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଘରୋଇ କ୍ଷେତ୍ରର ବିଦ୍ୟୁତ୍ ଉତ୍ପାଦନ ୬୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହିତ ରାଜ୍ୟରେ ଅକ୍ଷୟ ଶକ୍ତିର ଭାଗ ମଧ୍ୟ ବଢ଼ୁଛି। ଓଡ଼ିଶାରେ ୨୦୧୮ ପରଠାରୁ ଅକ୍ଷୟ ଶକ୍ତି ଉତ୍ପାଦନରେ ଉନ୍ନତି ଆସିଛି।
-
4.ଆସନ୍ତା ବର୍ଷ ଏପ୍ରିଲ୍ରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ଏୟାରଲାଇନ୍ଗୁଡ଼ିକ ବାଧ୍ୟତାମୂଳକ ଭାବେ ସେମାନଙ୍କ ଅନ୍ତର୍ଜାତୀୟ ଯାତ୍ରୀଙ୍କ ତଥ୍ୟ ସୀମା ଶୁଳ୍କ ବିଭାଗକୁ ଦେବେ। ନିୟମରେ ଖିଲାପ କଲେ ସେମାନଙ୍କୁ ପ୍ରତି ଥର ଲାଗି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ।
-
5.ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଡବଲ ଡେକର୍ ବସ୍ ଗଡ଼ିବ। ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ବସିବେ। ଏନେଇ ଏନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି।
-
6.ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଅଧିକ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଜାନୁୟାରି ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଏବଂ ଜାନୁୟାରି ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ୫ଟି ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ
-
7.ଦେଶର ଘରୋଇ ବ୍ୟାଙ୍କଗୁଡ଼ିକରେ ବହୁ କର୍ମଚାରୀ ଚାକିରି ଛାଡ଼ୁଛନ୍ତି। ଏହି ହାର ୨୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି, ଯାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି।
-
8.ବିଚାରପତିଙ୍କ ସମ୍ପର୍କୀୟ ବିଚାରପତି ହେବା ଭଳି ଧାରାକୁ ବନ୍ଦ କରିବା ଦିଗରେ ସୁପ୍ରିମକୋର୍ଟ ବିଚାର କରୁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ହାଇକୋର୍ଟ କଲେଜିୟମ୍ ଗୁଡିକ ଆବଶ୍ୟକ ଅସ୍ଥାୟୀ ନିର୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି।
-
9.ଆଫ୍ରିକୀୟ ଦେଶ ଇଥିଓପିଆର ଏକ ଦୁର୍ଗମ ଅଞ୍ଚଳରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଏକ ପୋଲରୁ ତଳକୁ ନଦୀକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭୧ ଜଣଙ୍କ ମୃତ୍ୟୁ ଘଟିଛି।
-
10.ଜାତୀୟ ଗଣମାଧ୍ୟମ ମୁତାବକ, ପବନ କଲ୍ୟାଣ ମୋଟ ୧୩୬.୦୫କୋଟିର ମାଲିକ ଅଟନ୍ତି | ୨୦୧୯ରେ ତାଙ୍କର ମୋଟ ସମ୍ପତ୍ତି ୫୨.୮୫କୋଟି ଥିଲା, ଯାହା ପରେ ବଢି ୧୩୬କୋଟିରେ ପହଞ୍ଚିଛି | ଯଦି ଆମେ ତାଙ୍କ ମାସିକ ଆୟ ଦେଖିବା ତେବେ ସେ ମାସକୁ ୧.୫କୋଟି ଟଙ୍କା ଆୟ କରନ୍ତି |
-
11.ଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦେଶ୍ୟରେ ବୁଲୁଥିବା ୧୩ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି। ଏଆଇ କ୍ୟାମେରାରେ ଧରାପଡ଼ିବା ପରେ ବନବିଭାଗ ୧୩ଜଣ ଶିକାରୀଙ୍କୁ ଗିରଫ କରିଛି।
-
12.ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ସବୁଠାରୁ ଧନୀ। ତାଙ୍କ ପଛକୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ (ବିଜେପି) ଦ୍ବିତୀୟ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା (କଂଗ୍ରେସ) ତୃତୀୟ ସ୍ଥାନରେ ରହିଛନ୍ତି। ନାଇଡୁଙ୍କ ସଂପତ୍ତି ୯୩୧ କୋଟି, ପେମା ଖଣ୍ଡୀଙ୍କ ସଂପତ୍ତି ୩୩୨ କୋଟି ଏବଂ ସିଦ୍ଦରମୈୟାଙ୍କ ସଂପତ୍ତି ୫୧ କୋଟି ରହିଛି।
-
13.ବର୍ଷିଆନ ଗାୟିକା ଆଶା ଭୋସଲେ ୯୧ ବର୍ଷ ବୟସରେ ତାଙ୍କ ସଙ୍ଗୀତ ଓ ନୃତ୍ୟର ଯାଦୁରେ ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି। ଦୁବାଇର ଲିଗାସି କନସର୍ଟରେ ଗତକାଲି ଆଶା ଗାଇଥିବା ଗୀତ ତୌବା ତୌବା ଇଣ୍ଟରନେଟ୍ରେ ଭାଇରାଲ ହୋଇଛି।
-
14.ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ କିଛିଦିନ ହେଲା ବାୟୁର ମାନ ହ୍ରାସ ପାଇବାରେ ଲାଗିଛି। ବାୟୁ ପ୍ରଦୂଷଣ ସହରବାସୀଙ୍କ ଅଡ଼ୁଆ ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଗ୍ରାପ୍-୪ କଟକଣା ଲାଗୁ କରାଯାଇଛି।
-
15.ବିଶ୍ୱ ସ୍ତରରେ ୨୦୨୪ ବର୍ଷ ଭାରତ ପାଇଁ ଅନେକ ସଫଳତା ଆଣି ଦେଇଛି। ଦେଶ ଅଗ୍ରସର ହେଉଥିବା ବେଳେ ପରିବହନ ଓ ଯୋଗାଯୋଗ, ଉଦ୍ଭାବନ, ନିରାପତ୍ତା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଦେଶ ଯଥେଷ୍ଟ ଅଗ୍ରଗତି କରିଛି। ଗତ ୧୦ ବର୍ଷ ମଧ୍ୟରେ ଅନେକ ସଫଳତାର ପାଇଛି ଭାରତ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.